ରିଲିଜ୍‌ ହେଲା ଶେହନାଜ୍‌ଙ୍କ ନୂଆ ଗୀତ ‘Tu Yaheen Hai’, ଫ୍ୟାନ୍ସ କହିଲେ ‘ସିଦ୍ଧାର୍ଥ ତେରା ହୈ.. ତେରା ହି ରହେଗା’…

Published By : Prameya-News7 Bureau | October 29, 2021 IST

ମୁମ୍ବାଇ ୨୯।୧୦ : ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଥିଲେ ପଞ୍ଜାବୀ ଗାୟିକା ତଥା ଅଭିନେତ୍ରୀ ଶେହନାଜ ଗିଲ। ବିଗ୍‌ବସ୍‌ ଘରୁ ଆରମ୍ଭ ହୋଇଥିବା ଏହି ପ୍ରେମକାହାଣୀରେ ହଠାତ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ସେବେଠାରୁ ସୋସିଆଲ ମିଡିଆରୁ ଗାଏବ ହୋଇଯାଇଥିଲେ ଶେହନାଜ୍‌ । ଏବେ ଧିରେଧିରେ ସବୁକିଛି ସ୍ବାଭାବିକ ହେଉଥିବା ବେଳେ ଶେହନାଜ ସିଦ୍ଧାର୍ଥଙ୍କ ସ୍ମୃତିକୁ ଧରି ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ଗୁମ୍‌ସୁମ୍ ହୋଇଯାଇଥିବା ଶେହନାଜ ଗିଲ୍ ଆଜି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି, ଯାହାକୁ ଦେଖିଲେ ପୁଣି ଥରେ ସମସ୍ତଙ୍କ ଆଖିରୁ ଲୁହ ଆସିଯିବ। ଗୀତରେ ସିଦ୍ଧାର୍ଥ-ଶେହନାଜଙ୍କ ଅନେକ ସ୍ମୃତି ରହିଛି। ଶେହନାଜଙ୍କ ଗୀତ ତୁ ୟହିଁ ହୈ ରିଲିଜ୍ ହୋଇଛି।

ଏହାକୁ ଦେଖିବା ପରେ ପ୍ରଶଂସକ ଭାବବିହ୍ବଳ ହୋଇଯାଇଛନ୍ତି। ଗୀତଟିକୁ ରଚନା କରିଛନ୍ତି ରାଜ ରଞ୍ଜୋଢ଼। ଶେହନାଜ ଗୁରୁବାର ଏହାର ପୋଷ୍ଟର ରିଲିଜ କରିଥିଲେ। ଫଟୋରେ ଉଭୟଙ୍କ ହସ ହସ ମୁହଁ ରହିଥିଲା। ଏହି ଗୀତ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିବ। ଏହି ଗୀତ ଶୁଣିଲେ ଆପଣ ନିଜେ ଅନୁଭବ କରି ପାରିବେ ଯେ, ଶେହନାଜଙ୍କ ପାଇଁ ସିଦ୍ଧାର୍ଥ କେତେ ଖାସ୍ ? ସିଦ୍ଧାର୍ଥଙ୍କ ଯିବା ପରେ ଏବେବି ତାଙ୍କୁ ଭୁଲିପାରି ନାହାଁନ୍ତି ଶେହନାଜ।

{"align":"center","id":535104,"sizeSlug":"full","linkDestination":"none"}
news18hindi

ଏହି ଗୀତରେ ବିଗ୍ ବସ୍ ୧୩ର କିଛି ଭିଡିଓ କ୍ଲିପ୍ ସାମିଲ କରାଯାଇଛି। ଯେଉଁଥିରେ ସିଦ୍ଧାର୍ଥ ଶେହନାଜଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିବ। ଏହା ସହ ଦୁହିଁଙ୍କ ମଧ୍ୟରେ କିଛି ଇମୋଶନାଲ ମୁହୂର୍ତ୍ତ ମଧ୍ୟ ଦେଖିବାକୁ ମିଳିବ। ଏହା ବ୍ୟତୀତ ଶେଷରେ ସିଦ୍ଧାର୍ଥଙ୍କ ସ୍ଵର ଶୁଣିବାକୁ ମିଳିବ। ଏହି ଗୀତର ଆରମ୍ଭ ସନାଙ୍କ ହିଟ୍ ଡାଇଲଗ୍ ତୁ ମେରା ହୈ ଔର ମେରା ହି ରହେଗା… ମୁଝେ ଗେମ୍ ନୈହିଁ ଜିତନା ହୈ, ମୁଝେ ତୁଝେ ଜିତନା ହୈ…। ଏହାକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଛନ୍ତି। ଜଣେ ଦର୍ଶକ କମେଣ୍ଟରେ ଲେଖିଛନ୍ତି ଯେ, ସିଦ୍ଧାର୍ଥ ଶୁକ୍ଳା ତେରା ହୈ ଔର ତେରା ହି ରହେଗା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.