ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ସେହେନାଜ : ନା କିଛି ଖାଉଛନ୍ତି ନା ଶୋଇ ପାରୁଛନ୍ତି…

Published By : Prameya-News7 Bureau | September 06, 2021 IST

ମୁମ୍ବାଇ ୦୬/୦୯ : ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ବିଗ୍‌ ବସ୍‌-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତ ସେପ୍ଟେମ୍ବର ୨ ତାରିଖରେ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଥିଲା । ମାତ୍ର ୪୦ ବର୍ଷ ବୟସରେ ଦେହାନ୍ତ ହେବା ଖବର ଶୁଣି ତାଙ୍କ ପ୍ରଶଂସକମାନେ ମଧ୍ୟ ବିଶ୍ବାସ କରିପାରୁନଥିଲେ । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଯଦି ସବୁଠାରୁ ଅଧିକ କେହି ଭାଙ୍ଗିପଡିଛନ୍ତି ତେବେ ସେ ହେଉଛନ୍ତି ତାଙ୍କର ଅତି ଘନିଷ୍ଠ ସେହେନାଜ ଗିଲ୍‌ ।

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡିଛନ୍ତି ସେହେନାଜ୍ । ନା ଠିକରେ ଖାଉଛନ୍ତି ନା ଶୋଇପାରୁଛନ୍ତି । ତାଙ୍କର ଏଭଳି ପରିସ୍ଥିତି ଦେଖିଲେ ଯେ କେହି ବି କୋହ ସମ୍ଭାଳିପାରିବେ ନାହିଁ । ସିଦ୍ଧାର୍ଥଙ୍କ ଅତି ଘନିଷ୍ଠ ସେହନାଜ ଗିଲ୍‌ ​ପ୍ରତିମୂହୁର୍ତ୍ତରେ ସିଦ୍ଧାର୍ଥଙ୍କୁ ଖୋଜୁଛନ୍ତି । ସିଦ୍‌ଙ୍କ ଶେଷକୃତ୍ୟରେ ସେହେନାଜଙ୍କୁ ଦେଖିବାକୁ ମିଳିଥିଲା । କାର୍‌ରୁ ବାହାରିବା ବେଳେ ତାଙ୍କର ଅବସ୍ଥା ଦେଖି ସେଠାରେ ଉପସ୍ଥିତ ସମସ୍ତେ ଭାବୁକ ହୋଇପଡିଥିଲେ ।

{"width":828,"height":466}
sidharth shukla  shehnaaz gill

ସିଦ୍ଧାର୍ଥଙ୍କ ମୃତ୍ୟୁକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା ସେହେନାଜ ଗିଲ ଏବେ ବି ବିଶ୍ବାସ କରିପାରୁନାହାନ୍ତି । ଉଭୟଙ୍କ ସମ୍ପର୍କ କିଭଳି ତାହା ସମଗ୍ର ଦେଶବାସୀଙ୍କୁ ଜଣାଅଛି । ବିଗ୍‌ ବସ୍‌ ସିଜିନ୍‌ ୧୩ର ସେଟ୍‌ରେ ଉଭୟଙ୍କୁ ବେଶ ପସନ୍ଦ କରୁଥିଲେ ଦର୍ଶକ । ସେବେଠାରୁ ହି ସିଦ୍ଧାର୍ଥ ଏବଂ ସେହେନାଜ-ସିଦ୍‌ନାଜ୍‌ ଯୋଡି ଖୁବ ପପୁଲାର୍‌ ହୋଇଥିଲା ।

ସେହେନାଜ ଗିଲଙ୍କ ପିତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାବବିହ୍ବଳ ହୋଇଯାଇଥିଲେ । ଝିଅ ସେହେନାଜଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହୁନାହିଁ । ସେ ଠିକ୍‌ରେ ଖାଉନାହିଁ କି ଶୋଉନାହିଁ ବୋଲି ସେ କହିଥିଲେ । ସେ କାହା ସହିତ କଥା ମଧ୍ୟ ହେଉନଥିବା ସେହେନାଜଙ୍କ ପିତା କହିଥିଲେ । ସେହେନାଜଙ୍‌କ ସ୍ଥିତି ଏମିତି ହୋଇଯାଇଛି ଯେ, ତାଙ୍କୁ ଏକା ଛାଡିବା ମଧ୍ୟ ଅସମ୍ଭବ । ପରିବାର ଲୋକେ ଲଗାତାର ଭାବେ ତାଙ୍କୁ ଜଗି ରହିଛନ୍ତି । ବିଶେଷ କରି ସେହେନାଜଙ୍କ ଭାଇ ସେହବାଜ ତାଙ୍କ ପାଖରେ ରହୁଛନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.