ସିଦ୍ଧାର୍ଥଙ୍କୁ ପୁଣି ଥରେ ପ୍ରେମ ନିବେଦନ କଲେ ଶେହନାଜ ଗିଲ୍ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ପୋଷ୍ଟ୍

Published By : Prameya-News7 Bureau | June 08, 2020 IST

ମୁମ୍ବାଇ ୮/୬: ରିୟଲିଟି ଶୋ ‘ବିଗ୍ ବସ୍ ୧୩’ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଯୋଡ଼ି ପଞ୍ଜାବର କ୍ୟାଟ୍ରିନା କୈଫ ଶେହନାଜ ଗିଲଙ୍କ ସହ ଚର୍ଚ୍ଚାରେ ରହିଥିଲା। ଶୋ ରେ ଦର୍ଶକଙ୍କୁ ତାଙ୍କ କଥା ରାଗ ରୁଷା ପସନ୍ଦ ଆସିଥିଲା। ଲୋକେ ତାଙ୍କ ଯୋଡ଼ିର ନାଁ ସିଡନାଜ ରଖିଥିଲେ। ଏହି ଯୋଡ଼ିର ପ୍ରେମ-ଝଗଡ଼ା,ବନ୍ଧୁତା-ରୋମାନ୍ସ ଏବଂ ବେଳେବେଳେ ମଜବୁତ ବନ୍ଧନ ଶୋରେ ଦେଖିବାକୁ ମିଳୁଥିଲା। ଶେହନାଜ ଅନେକ ଥର କହି ସାରିଥିଲେ ଯେ ସେ ସିଦ୍ଧାର୍ଥଙ୍କୁ ଭଲ ପାଆନ୍ତି କିନ୍ତୁ ସିଦ୍ଧାର୍ଥ ତାଙ୍କୁ ନିଜ ବନ୍ଧୁ ମାନନ୍ତି।

{"id":283020,"width":587,"height":302,"sizeSlug":"large"}

ଏହି ସମୟରେ ଶେହନାଜ ପୁଣି ଥରେ ସିଦ୍ଧାର୍ଥଙ୍କୁ ନେଇ ନିଜ ପ୍ରେମ ପ୍ରକାଶ କରିଛନ୍ତି। ନିକଟରେ ସିଦ୍ଧାର୍ଥ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଶେହନାଜ କମେଣ୍ଟ କରିଥିଲେ। ଶେହନାଜ ଲେଖିଥିଲେ -‘ଆଜି ନିଜକୁ ସେ କମେଣ୍ଟ କରିବାରୁ ରୋକି ପାରୁନାହାନ୍ତି,ଜଣେ ଏତେ କ୍ୟୁଟ୍ କିପରି ହୋଇପାରେ।’

{"id":283015,"sizeSlug":"large"}

ବାସ୍ ଏହା ପରେ ହିଁ ଲୋକେ ଟ୍ବିଟରରେ ଟ୍ବିଟ୍ କରିବା ଆରମ୍ଭ କରି ଦେଇଥିଲେ। ପ୍ରଶଂସକମାନେ ଶେହନାଜଙ୍କ ଏହି କମେଣ୍ଟକୁ ଏବଂ ସିଦ୍ଧାର୍ଥଙ୍କ ଫଟୋକୁ ଖୁବ୍ ପସନ୍ଦ କରିଛନ୍ତି।

{"id":283016,"sizeSlug":"large"}

ଏପରି କୌଣସି ଦିନ ନଥିଲା ଯେଉଁଦିନ ସୋସିଆଲ୍ ମିଡିଆରେ ଏହି ଯୋଡ଼ିର ଚର୍ଚ୍ଚା ହୋଇନଥିଲା। ପୁଣି ଥରେ ଏହି ଯୋଡ଼ି ଟ୍ବିଟରରେ ନମ୍ବର ଓ୍ବାନରେ ଟ୍ରେଣ୍ଡ କରିବାକୁ ଲାଗିଛି।

{"id":283017,"sizeSlug":"large"}

ସିଦ୍ଧାର୍ଥ ଏବଂ ଶେହନାଜ ବିଗ୍ ବସ୍ ଘରୁ ବାହାରିବା ପରେ ଦର୍ଶନ ରାଭାଲଙ୍କ ଗୀତ ଭୁଲା ଦୁଙ୍ଗାରେ ନଜର ଆସିଥିଲେ। ଏହି ଗୀତରେ ଉଭୟଙ୍କ ଜବରଦସ୍ତ ବଣ୍ଡିଂ ଦେଖିବାକୁ ମିଳିଥିଲା। ସେମାନଙ୍କର ଏହି ଗୀତକୁ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା।

{"id":283018,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.