Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ସିଦ୍ଧାର୍ଥଙ୍କୁ ଭୁଲି ପାରୁ ନାହାଁନ୍ତି ଶେହନାଜ, ମିଡିଆ ସାମ୍ନାରେ ଭୋ-ଭୋ ହୋଇ କାନ୍ଦିଲେ ଅଭିନେତ୍ରୀ

15/11/2021 at 11:28 AM

ନୂଆଦିଲ୍ଲୀ ୧୫/୧୧ : ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତକୁ ଦୁଇ ମାସରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ତାଙ୍କ ପ୍ରଶଂସକ ଅଭିନେତାଙ୍କ ମୃତ୍ୟୁର ଦୁଃଖରୁ ଏପର୍ଯ୍ୟନ୍ତ ବାହରି ପାରି ନାହାଁନ୍ତି । ଶେହନାଜ ଗିଲଙ୍କ ମୁହଁରୁ ବି ହସ ଦୂରେଇ ଯାଇଛି। ଆଜିକାଲି ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କାନ୍ଦୁଥିବା ଦେଖିବାକୁ ମିଳିଛି।

ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଶେହନାଜ ଏକୁଟିଆ ହୋଇଯାଇଛନ୍ତି। ତାଙ୍କ ପ୍ରଶଂସକ କ୍ରମାଗତ ଭାବରେ ପୋଷ୍ଟ ମାଧ୍ୟମରେ ତାଙ୍କୁ ଦୃଢ ରହିବାକୁ ପରାମର୍ଶ ଦେଉଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶାହନାଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କର ପ୍ରଥମ ଫିଲ୍ମ ‘ହୋଁସଲା ରଖ’ର ପ୍ରମୋସନରେ ସିଦ୍ଧାର୍ଥ ଶୁକ୍ଲାଙ୍କ ପାଇଁ କାନ୍ଦୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଥରେ ସିଡନାଜ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଛି ଏବଂ ସେମାନେ ଇମୋସନାଲ ହୋଇଯାଇଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଶେହନାଜ କିପରି ଭୋ ଭୋ ହୋଇ କାନ୍ଦୁଛନ୍ତି। ଏହି ସମୟରେ ତାଙ୍କ ସହ ବସିଥିବା ଦିଲଜିତ ଦୋସଞ୍ଜ ମଧ୍ୟ ତାଙ୍କୁ ସାନ୍ତ୍ୱନା ଦେଉଥିବାର ନଜର ଆସିଛନ୍ତି। ପଞ୍ଜାବୀ ଫିଲ୍ମ ‘ହୋଁସଲା ରଖ’ର ପ୍ରମୋଶନର ଏହି ଭିଡିଓ ସମସ୍ତଙ୍କୁ ଭାବପ୍ରବଣ କରିଦେଇଛି। ଭିଡିଓ ସାମ୍ନାକୁ ଆସିବା ପରେ ୟୁଜର୍ସ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ଭିଡିଓ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି।

   Related Posts