Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସିଦ୍ଧାର୍ଥ ଶୁକ୍ଲାଙ୍କ ସ୍ମୃତିରେ ଶହନାଜଙ୍କ ଭାଇ ଶହବାଜ ନିଜ ହାତରେ କଲେ ଟାଟୁ: ଫଟୋ ସେୟାର କରି ଲେଖିଲେ,”ଶେର ଏକ ହେ ଔର ଏକ ହି ରହେଗା”

18/09/2021 at 7:59 PM

ମୁମ୍ବାଇ ୧୮/୦୯ : ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଓ ତାଙ୍କ ଘନିଷ୍ଠ ସମ୍ପର୍କୀୟ ତାଙ୍କୁ ମନେ ରଖିବାକୁ ନାନା ଉପାୟ କରୁଛନ୍ତି। ସିଦ୍ଧାର୍ଥଙ୍କ ଗାର୍ଲଫ୍ରେଣ୍ଡ ଶହନାଜ ଗିଲଙ୍କ ଭାଇ ଶହବାଜ ମଧ୍ୟ ସିଦ୍ଧାର୍ଥଙ୍କ ଅତି ନିକଟତର ଥିଲେ। ସିଦ୍ଧାର୍ଥଙ୍କ ସ୍ମୃତିରେ ସେ ନିଜ ହାତରେ ଟାଟୁ କରିଛନ୍ତି। ଶହବାଜ ନିଜ ହାତରେ ସିଦ୍ଧାର୍ଥଙ୍କ ମୁହଁର ଟାଟୁ କରିଛନ୍ତି ଓ ତା’ ତଳକୁ ଭଉଣୀ ଶାହନାଜଙ୍କ ନାଁ ଲେଖିଛନ୍ତି।

ଶହବାଜ ଟାଟୁ ତିଆରି କଳାବେଳର ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଏହାକୁ ଦେଖି ସିଦ୍ଧାର୍ଥଙ୍କ ପ୍ରଶଂସକ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି। ଶହବାଜ ସୋସିଆଲ ମିଡ଼ିଆରେ ଏକ ଭାବୁକ ପୋଷ୍ଟ ମଧ୍ୟ କରିଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, “ମୋ ସିଂହ, ତୁମେ ସବୁବେଳେ ଆମ ସାଙ୍ଗେ ଅଛ ଓ ରହିବ। ମୁଁ ତୁମ ଭଳି ହେବାକୁ ଚେଷ୍ଟା କରିବି ଓ ଏଇଟା ମୋର ସ୍ବପ୍ନ। ଏଇ ସ୍ବପ୍ନ ଶୀଘ୍ର ପୁରା ହେବ। ମୁଁ RIP କହିବିନି କାରଣ ତୁମେ ସବୁବେଳେ ଆମ ସହ ଅଛ। ଲାଭ ୟୁ।” ଶହବାଜ ଏହି ପୋଷ୍ଟ ଛଡା ଷ୍ଟୋରୀରେ ସିଦ୍ଧାର୍ଥଙ୍କ ଫଟୋ ସେୟାର କରି ଲେଖିଛନ୍ତି, “ସିଂହ ଜଣେ ଆଉ ଜଣେ ହିଁ ରହିବ।”

ସିଦ୍ଧାର୍ଥ ଶୁକ୍ଲା ଏବଂ ଶହନାଜ ଗିଲଙ୍କୁ ‘ବିଗ୍ ବସ୍ ୧୩’ରେ ଦେଖିବାକୁ ମିଳିଥିଲା। ଶୋ’ରେ ଫ୍ୟାମିଲି ୱିକ୍ ସମୟରେ ଶହବାଜ ବାଦେଶା ‘ବିଗ୍ ବସ୍’ ଘରକୁ ଆସିଥିଲେ ଏବଂ ପରେ ସିଦ୍ଧାର୍ଥଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଶୋ ’ପରଠାରୁ ଶହବାଜ ଏବଂ ସିଦ୍ଧାର୍ଥଙ୍କର ମଧ୍ୟରେ ଭଲ ବନ୍ଧନ ଥିଲା। ଶୋ’ ପରେ ଉଭୟ ସିଦ୍ଧାର୍ଥ ଏବଂ ଶହନାଜଙ୍କୁ ଏକାଠି ଦେଖିବାକୁ ମିଳିଥିଲା ​। ‘ବିଗ୍ ବସ୍’ ପରେ ଦୁହେଁ ଅନେକ ପ୍ରୋଜେକ୍ଟରେ ଏକାଠି କାମ କରିଥିଲେ।

   Related Posts