୩ କୋଟିର କାର ରାତି ଅଧରେ ହେଲା ଦୁର୍ଘଟଣା.. ତାପରେ ହୋଇଗଲା ଏମିତି, ଗାଡ଼ି ମାଲିକ ଦାମୀ ଫୁଟବଲର ଲିସ୍‌ ମସେଟ୍‌

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ ୬/୧: ଇଂଲଣ୍ଡର ସିଫିଲ୍ଡ ୟୁନାଇଟେଡ୍‌ ଫୁଟବଲ୍‌ କ୍ଲବର ଦାମୀ ଖେଳାଳୀ ଲିସ୍‌ ମସେଟ୍‌ ଏବେ ବିବାଦରେ। ତାଙ୍କର ଦାମୀ ଲାମ୍ବୋରଗିନି କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସୋମବାର ଏହି କାରଟି ଦୁର୍ଘଟଣାରେ ଧ୍ବଂସ ହୋଇଥିବା ଦେଖିବାକୁ ମିଳିଛି। ୩ କୋଟି ଟଙ୍କାର ଏହି କାର ଚଳାଉଥିବା ବ୍ୟକ୍ତି ମଦ୍ୟ ପାନ କରିଥିବା ବେଳେ ସିଧା ଗାଡ଼ିକୁ ପାର୍କିଂ ସ୍ଥଳରେ ଧକ୍କା କରିଥିବା ପୋଲିସ କହିଛି। କାରଟି ଅଧା ନଷ୍ଟ ହୋଇଥିବାର ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ସିଫିଲ୍ଡ ୟୁନାଇଟେଡ୍‌ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

{"id":387953,"sizeSlug":"large","linkDestination":"none"}

ତେବେ ଗିରଫ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ପଚରାଉଚରା କରି ଛାଡ଼ି ଦେଇଛି ପୋଲିସ । କିନ୍ତୁ ସେମାନଙ୍କ ଶରୀରରେ କଣ କ୍ଷତି ହୋଇଛି ସେନେଇ ଜଣାପଡ଼ିନାହିଁ। ୨୪ ବର୍ଷୀୟ ମସେଟ୍‌ ଏବେ ପ୍ରିମିୟର ଲିଗ୍‌ ଖେଳିବାରେ ବ୍ୟସ୍ତ ଅଛନ୍ତି। ଶନିବାର କ୍ରିଷ୍ଟାଲ ପ୍ୟାଲେସ୍‌ ପାଖରୁ ପରାଜୟ ବରଣ କରିଛି ସିଫିଲ୍ଡ ୟୁନାଇଟେଡ୍‌। ସବୁଠୁ ଭଲ ପ୍ରଦର୍ଶନ ପାଇଁ ନାଁ କରିଥିବା ମସେଟ୍‌  କିନ୍ତୁ ଚଳିତ ସିଜ୍‌ନରେ ଗୋଟିଏ ବି ସ୍କୋର କରିପାରିନାହାନ୍ତି।

ତେବେ ମାଉସେତଙ୍କ କାର ଦୁର୍ଘଟଣା ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ସୋମବାର ଦିନ କ୍ଲବ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କ୍ଲବର ଅଧିକାରୀମାନେ ଫଟୋ ସମ୍ପର୍କରେ ତଦନ୍ତ କରୁଛନ୍ତି ଏବଂ ଏବେ ଏହା ଉପରେ କ୍ଲବ ନଜର ରଖିଛି ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ମସେଟ୍  ଯିଏକ ପ୍ରତି ସପ୍ତାହରେ ୨୫ ହଜାର ପାଉଣ୍ଡ ଷ୍ଟିରଲିଂ ରୋଜଗାର କରନ୍ତି। ୨୦୧୯ରେ ସିଫିଲ୍ଡ ସହ ଖେଳିବାକୁ ୧୦ ମିଲିୟନ୍‌ ପାଉଣ୍ଡରେ ଚୁକ୍ତି କରିଥିବା ଜଣାପଡ଼ିଛି। ଏହି କ୍ଲବ ପାଇଁ ସେ ଶୀର୍ଷ ଗୋଲ୍‌ ସ୍କୋରର କିନ୍ତୁ ଚଳିତ ସିଜନ୍‌ରେ ଗୋଟିଏ ବି ଗୋଲ୍‌ ସ୍କୋର କରିପାରିନାହାନ୍ତି।

{"id":387955,"sizeSlug":"large","linkDestination":"none"}

ତେବେ ସିଫିଲ୍ଡ ସ୍ଥିତ ଦକ୍ଷିଣ ଆବେଡେଲ୍‌ ରୋଡ୍‌ରେ ଲିସ୍‌ଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ପୋଲିସକୁ ଖବର ମିଳିଥିବା ବୋଲି ଦକ୍ଷିଣ ୟର୍କସାୟର ପୋଲିସ କହିଛି। ପାର୍କିଂରେ ଥିବା ଏକାଦିକ କାର ସହ ଏକ ହଳଦିଆ ରଙ୍ଗର ଲାମ୍ବୋରଗିନି ପିଟି ହୋଇଥିବା ନେଇ ପୋଲିସ ଖବର ପାଇଥିଲା​‌। ନିର୍ଦ୍ଧାରିତ ସ୍ପିଡ୍‌ ଠାରୁ ଅଧିକ ବେଗରେ ଗାଡ଼ି ଚଳାଉଥିବା ହେତୁ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଦୁଇ ଜଣଙ୍କୁ ଏବେ ଛାଡ଼ିଦିଆଯାଇଥିବା ବେଳେ ତଦନ୍ତ ଚାଲିଥିବା ପୋଲିସ କହିଛି। ସିଫିଲ୍ଡ ଅଞ୍ଚଳ ଏବେ ୩ ସ୍ତରୀୟ କଟକଣାରେ ରହିଛି। ବାହାରେ କେବଳ ୬ ଜଣଙ୍କୁ ଜଣେ ବ୍ୟକ୍ତି ସାକ୍ଷାତ କରିପାରିବେ।

ଦାମୀ ଫୁଟବଲରଙ୍କ ଦାମୀ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ନାନାଦି ପ୍ରତିକ୍ରିୟା ପ୍ରକାଶ ପାଇଛି। ମସେଟ୍‌ଙ୍କ କାର ଭାରତୀୟ ମୁଦ୍ରାରେ ୩ କୋଟି ଟଙ୍କା ହୋଇଥିବା ବେଳେ ତାହା ଆଉ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ତେବେ ଏହି କାର ଏବେ କବାଡ଼ି ଖାନାକୁ ଯିବା ହିଁ ସୁନିଶ୍ଚିତ। କାରକୁ ସଜାଡ଼ି ପୁନଃ ବ୍ୟବହାର ଯୋଗ୍ୟ କରାଯାଇପାରନ୍ତା । କିନ୍ତୁ ଏତେ ଧନୀ ଖେଳାଳି ମସେଟ୍‌ ନିଜ କାରକୁ ଆଉ ଥରେ ସଜାଡ଼ିବେ ବୋଲି କୁହାଯାଇନପାରେ। ତେବେ ଏହି କାର କେଉଁଠି ପଡ଼ି ରହି ଖତ ଖାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.