Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଅଭିନେତ୍ରୀ ଶେଫାଳି ଶାହ କରୋନା ସଂକ୍ରମିତ! କଲେ ଖୁଲାସା

8/04/2020 at 2:41 PM

ମୁମ୍ବାଇ ୮/୪: ହଲିଉଡ ପରେ ଏବେ ବଲିଉଡରେ ମଧ୍ୟ କରୋନା କାୟା ବିସ୍ତାର କରିବାରେ ଲାଗିଲାଣି। କନିକା କପୁର ,ପ୍ରଡ୍ୟୁସର କରୀମ ମୋରାନିଙ୍କ ଝିଅ, ପୂରବ କୋହଲିଙ୍କ ପରେ ଏବେ ଅଭିନେତ୍ରୀ ଶେଫାଲୀ ଶାହଙ୍କ ଫେସବୁକ୍ ଆକାଉଣ୍ଟରେ ତାଙ୍କ କୋଭିଡ-୧୯ ପଜିଟିଭ ହେବାର ଦେଖିବାକୁ ମିଳିଛି। ଏହାକୁ ନେଇ ଏବେ ଅଭିନେତ୍ରୀ ଶେଫାଲି ଶାହଙ୍କ ଉତ୍ତର ଆସିଛି।

ଶେଫାଲି ଶାହ ନିଜର ଇନଷ୍ଟାରେ ଲେଖିଛନ୍ତି- ତାଙ୍କ ଫେସବୁକ୍ ଆକାଉଣ୍ଟ ଗତକାଲି ରାତିରେ ହ୍ୟାକ୍ ହୋଇଯାଇଥିଲା। ଶୋଇ ଉଠିବା ପରେ ମ୍ୟାସେଜ ଭର୍ତି ହୋଇଯାଇଥିଲା ଯାହାକୁ ଦେଖି ଲୋକେ ଚିନ୍ତା ପ୍ରକାଶ କରିଥିଲେ। କେତେକ ଲୋକ ନିଜ ଟେଲିଫୋନ୍ ନମ୍ବର ସେୟାର କରିଥିଲେ।

ସେ ଆଗକୁ କହିଥିଲେ- ତାଙ୍କ ପରିବାର ଠିକ୍ ଅଛନ୍ତି। ସେ ବି ପୂରାପୂରି ସୁସ୍ଥ ଅଛନ୍ତି। ଅନ୍ୟ ଲୋକଙ୍କ ଭଳି ଏହି ପରିସ୍ଥିତିକୁ ଡିଲ୍ କରୁଛନ୍ତି। ସେମାନେ ସମସ୍ତେ ଘରେ ସୁରକ୍ଷିତ ଅଛନ୍ତି ଏବଂ କରୋନା ପଜିଟିଭ ନାହିଁ ଯାହା ତାଙ୍କ ପୋଷ୍ଟରେ ଲେଖା ଥିଲା। ସମସ୍ତଙ୍କୁ ଧନ୍ୟବାଦ।

   Related Posts