ପୁଣି ଜଲଓ୍ବା ଦେଖାଇଲେ କାଣ୍ଟା ଲଗା ଗାର୍ଲ ଶେଫାଲି ଜରିଓ୍ବାଲା : ଟିକ୍‌ଟକରେ ସୁପର ଭାଇରାଲ ହେଲା ତାଙ୍କ ଭିଡିଓ

Published By : Prameya-News7 Bureau | April 02, 2020 IST

ମୁମ୍ବାଇ ୨/୪: ଅଭିନେତ୍ରୀ ଏବଂ ଡ୍ୟାନ୍ସର ଶେଫାଲି ଜରିଓ୍ବାଲା ଟିକଟକରେ ଆସୀମ ରିୟାଜ ଗୀତ ‘ମେରେ ଅଙ୍ଗନେ ମେଁ’ରୁ ଡେବ୍ୟୁ କରିଛନ୍ତି। ଶେଫାଲି ଏବଂ ଆସୀମ ବିଗବସରେ ସହ-ପ୍ରତିଯୋଗୀ ଥିଲେ। ଏହି ଗୀତର ଭିଡିଓରେ ଆସୀମ ଏବଂ ଜ୍ୟାକଲିନ୍ ଅଛନ୍ତି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ଫଟୋ,ଭିଡିଓ ଏବଂ ହେଲଥ ଟିପ୍ସ ପୋଷ୍ଟ କରିବା ପରେ ଶେଫାଲି ଏବେ ଟିକଟକ ଆଡ଼କୁ ମୁହାଁଇଛନ୍ତି।

wp:core-embed/instagram {"url":"https://www.instagram.com/p/B-Z6JEZn2hH/","type":"rich","providerNameSlug":"instagram","className":""}
https://www.instagram.com/p/B-Z6JEZn2hH/
/wp:core-embed/instagram

ଏହି ଡେବ୍ୟୁ ଭିଡିଓ ଅତ୍ୟନ୍ତ ଖାସ୍ ଅଟେ। ସେ ଏହି ଭିଡିଓ ବିନୟ ସାପ୍ରୃ ଏବଂ ରାଧିକା ରାଓଙ୍କୁ ସମର୍ପିତ କରିଛନ୍ତି ଯିଏ ‘ମେରେ ଅଙ୍ଗନେ ମେଁ’ ଗୀତର ଭିଡିଓ ନିର୍ଦେଶନା ଦେଇଛନ୍ତି। ସେ ଶେଫାଲିଙ୍କ ଡେବ୍ୟୁ ଟ୍ରାକ୍ ‘କାଣ୍ଟା ଲଗା’ ର ନିର୍ଦେଶନା ମଧ୍ୟ ଦେଇଥିଲେ। ଏହି ଗୀତରୁ ସେ ​ଷ୍ଟାର ହୋଇଥିଲେ।

{"id":248023,"sizeSlug":"large"}

ଶେଫାଲି କହିଛନ୍ତି ‘ମେରେ ଅଙ୍ଗନେ ମେଁ’ ବହୁତ ସୁନ୍ଦର ଟ୍ରାକ୍ ଏବଂ ସେ ନିଜ ଟିକଟକ ଭିଡିଓକୁ ବିନୟ ଏବଂ ରାଧିକାଙ୍କୁ ସମର୍ପିତ କରିବାକୁ ଚାହୁଁଛନ୍ତି। ଆଶା କରନ୍ତି ତାଙ୍କୁ ମଧ୍ୟ ଏହା ପସନ୍ଦ ଆସିବ।

{"id":248024,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.