ଶେଫାଳୀ ବର୍ମା ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ଟପ୍ ବ୍ୟାଟର…ମାତ୍ର ୧୬ ବର୍ଷ ବୟସରେ ଅନନ୍ୟ ରେକର୍ଡ

Published By : Prameya-News7 Bureau | March 04, 2020 IST

ମୁମ୍ବାଇ,୦୪.୦୩- ମହିଳା କ୍ରିକେଟ୍‌ର ଟି-ଟ୍ବେଣ୍ଟି ଇଣ୍ଟରନ୍ୟାସନାଲରେ ଟପ୍‌ ବ୍ୟାଟର ଶେଫାଳୀ ବର୍ମା । ବିଶ୍ବକପ୍‌ରେ ଜବରଦସ୍ତ ଫର୍ମ ସହ ୧୯ ଟି ସ୍ଥାନ ଅତିକ୍ରମ କରି ଟି-ଟ୍ୱେଣ୍ଟି ରାଙ୍କର ଟପ୍‌ରେ ପହଞ୍ଚିଛନ୍ତି ୧୬ ବର୍ଷୀୟା ଭାରତୀୟ କ୍ରିକେଟ ତାରକା ଶେଫାଳୀ ବର୍ମା ।  ଭାରତୀୟ ମହିଳା କ୍ରିକେଟରେ ଏକ ବିରାଟ ସମ୍ଭାବନା ଓପନର ଶେଫାଳୀ ନ୍ୟୁଜିଲାଣ୍ଡର ସୁଜି ବେଟ୍ସଙ୍କୁ ପଛରେ ପକାଇ ବ୍ୟାଟିଂ ତାଲିକାରେ ନମ୍ବର ୱାନ ପୋଜିସନ ଅକ୍ତିୟାର କରିଛନ୍ତି । ରୋହତକ୍‌ର ଏହି ଆଶ୍ଚର୍ଯ୍ୟ ବାଳିକା ଆନ୍ତର୍ଜାତୀୟ ସ୍ତରରେ ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏହା ସହ ମିତାଲି ରାଜ୍‌ଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଟପ୍‌ ବ୍ୟାଟର ପୋଜିସନ ହାସଲ କରିଛନ୍ତି ।

{"id":232923,"sizeSlug":"large"}

 ଗୁରୁବାର ସିଡନୀ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଶେଫାଳୀ  ଶ୍ରେଷ୍ଠ ସ୍ଥାନ ସହ ବ୍ୟାଟିଂ କ୍ରିଜ୍‌କୁ ଓହ୍ଲାଇବେ । ବିସ୍ଫୋରକ ବ୍ୟାଟିଂ ଲାଗି ମହିଳା ଟି-ଟ୍ବେଣ୍ଟି ଇଣ୍ଟରନ୍ୟାସନାଲରେ ଟପ୍‌ ପୋଜିସନ ହାସଲ କରିଥିବା ଶେଫାଳୀ  ବିଶ୍ବକପ୍‌ର ଶେଷ ୪ ଟି ମ୍ୟାଚ୍‌ରେ  ୪ ଟି ଇନିଂସରେ କରିଛନ୍ତି ୧୬୧ ରନ୍‌ । ସେଥିରେ ଶ୍ରୀଲଙ୍କା ବିରୋଧରେ ୪୭, ନ୍ୟୁଜିଲାଣ୍ଡ ବିରୋଧରେ ୪୬ ରନ୍‌ ରହିଛି । 

{"id":232924,"sizeSlug":"large"}

୧୯ ସ୍ଥାନ ଉନ୍ନତି ସହ ଟପ୍‌ ବ୍ୟାଟର ପୋଜିସନ ହାସଲ କରିଥିବା ରୋହତକର ଆଶ୍ଚର୍ଯ୍ୟ ବାଳିକା ଶେଫାଳୀ  ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ଙ୍କୁ ନମ୍ବର ୱାନ୍‌ ପୋଜିସନରୁ ହଟାଇଛନ୍ତି । ୨୦୧୮ ଅକ୍ଟୋବରରୁ ସୁଜି ବିଶ୍ବର ଶ୍ରେଷ୍ଠ ଟିଟ୍ବେଣ୍ଟି ବ୍ୟାଟର ରହିଆସିଥିଲେ । ସେ  ୱେଷ୍ଟଇଣ୍ଡିଜ୍‌ ଅଧିନାୟୀକା ଷ୍ଟାଫେନୀ ଟେଲରଙ୍କ ଠାରୁ ନମ୍ବର ୱାନ୍‌ ପୋଜିସନ ଛଡେଇ ନେଇଥିଲେ । .

 ଶେଫାଳୀଙ୍କ ବ୍ୟାଟିଂ ରେକର୍ଡ ଜବରଦସ୍ତ । କନିଷ୍ଠ କ୍ରିକେଟର ଭାବେ ସେ ସଚ୍ଚିନ ତେନ୍ଦୁଲକରଙ୍କ ୩୦ ବର୍ଷର ରେକର୍ଡ ଭାଙ୍ଗିଥିଲେ । ୧୫ ବର୍ଷ ୨୮୫ ଦିନରେ ପ୍ରଥମ ଆନ୍ତର୍ଜାତୀକ  ଅର୍ଦ୍ଧଶତକ କରିଥିଲେ ଶେଫାଳୀ । କିନ୍ତୁ ସଚ୍ଚିନ ସେଭଳି ସ୍କୋର କରିବା ସମୟରେ ତାଙ୍କ ବୟସ ତିଲା ୧୬ ବର୍ଷ ୨୧୪ ଦିନ । ୱେଷ୍ଟ ଇଣ୍ଡିଜ ବିରୋଧରେ ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ୪୯ ବଲ୍‌ରେ ୭୩ ରନ୍‌ ଶେଫାଳୀଙ୍କ ଆଉ ଏକ ରେକର୍ଡ । ସେଥିଲାଗି ତାଙ୍କୁ ସାଲ୍ୟୁଟ କରନ୍ତି ସଚ୍ଚିନ ଓ  ସେୱାଗ ।

 ଆନ୍ତର୍ଜାତୀୟ ଟି-ଟ୍ବେଣ୍ଟି ରାଙ୍କିଙ୍ଗ୍‌ରେ ଶେଫାଳୀ ବ୍ୟାଟିଂ ତାଲିକାରେ ଟପ୍‌ରେ ଥିବା ବେଳେ ତାଙ୍କ ଓପନିଂ ଯୋଡି  ସ୍ମ୍ରିତି ମାନ୍ଧାତା ୨ ଟି ସ୍ଥାନ ଖସି ଷଷ୍ଠ ସ୍ଥାନରେ ରହିଛନ୍ତି । ଜେମିମା ରୋଡ୍ରିଜ୍ ୨ ଟି ସ୍ଥାନ ଖସି ନବମ ପୋଜିସନ୍‌ରେ ରହିଛନ୍ତି । ତେବେ ଇଂଲଣ୍ଡର ସେଫି ଏକଲେସଟୋନ୍‌  ବୋଲିଂରେ ନମ୍ବର ୱାନ ପୋଜିସନ୍‌ରେ ରହିଛନ୍ତି ।ଭାରତର ଦିପ୍ତି ଶର୍ମା ଓ ରାଧା ଯାଦବ ବୋଲିଂ ତାଲିକାରେ ୫ମ ଓ ୭ମ ସ୍ଥାନରେ ଅଛନ୍ତି । ଟୁର୍ଣ୍ଣାମେଣ୍ଟର ଟପ୍‌ ୱିକେଟ ଟେକର ଭାରତୀୟ ବୋଲର ପୁନମ ଯାଦବ ୪ ଟି ସ୍ଥାନ ଉଠି ଅଷ୍ଟମ ସ୍ଥାନରେ ରହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.