Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||

ହାପି ବ୍ୟାର୍ଥଡେ ବବ୍‌ଲୁ ପଣ୍ଡିତ୍: ଫଟୋ ସେୟାର କରି ବିକ୍ରାନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଭାବି ସ୍ତ୍ରୀ ଶୀତଲ

4/04/2021 at 1:47 PM

ମୁମ୍ବାଇ ୦୪/୦୪ : ମିର୍ଜାପୁର ଫେମା ବିକ୍ରାନ୍ତ ମେସ୍ସି ଓ ତାଙ୍କ ଭାବି ସ୍ତ୍ରୀ ଶୀତଲ ଠାକୁରଙ୍କୁ ନେଇ ଖୁବ ଚର୍ଚ୍ଚା ହୋଇଥାଏ। ସୋସିଆଲ ମିଡ଼ିଆରେ ଲୋକେ ଏହି ଦମ୍ପତିଙ୍କୁ ଖୁବ ପସନ୍ଦ କରନ୍ତି। ଅନେକ ସମୟରେ ଉଭୟ ପରସ୍ପର ସହ ନଜର ଆସିଥାନ୍ତି। ଶୀତଲ ମଧ୍ୟ ବିକ୍ରନ୍ତଙ୍କୁ ବହୁତ ଭଲପାଆନ୍ତି।

ଆଜି ବିକ୍ରାନ୍ତଙ୍କ ଜନ୍ମଦିନ। ଆଜି ସେ ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନ ଅବସରରେ ଶୀତଲ ବିକ୍ରାନ୍ତଙ୍କ ପାଇଁ ଖୁବ ସୁନ୍ଦର ମେସେଜା ଲେଖିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏକ ଫଟୋ ସେୟାର କରି ଲେଖିଛନ୍ତି, “ତୁମେ ମୋ ଜୀବନକୁ ଆସିଥିବାରୁ ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ”

ଅଲ୍ଟ ବାଲାଜୀର ୱେବ୍ ସିରିଜ୍ ‘ବ୍ରୋକେନ୍ ବଟ୍ ବ୍ୟୁଟିଫୁଲ୍’ରେ ଉଭୟ ଏକାସଙ୍ଗେ ନଜର ଆସିଥିଲେ। ସୋସିଆଲ ମିଡ଼ିଆରେ ବିକ୍ରାନ୍ତ ଓ ଶୀତଲଙ୍କ ଫଟୋ ଅଧିକାଂଶ ସମୟରେ ଭାଇରାଲ ହୋଇଥାଏ। ବାହାଘର ପୂର୍ବରୁ ଦୁହେଁ ଘର ମଧ୍ୟ କିଣିଛନ୍ତି।

ଶୀତଲ ଇନଷ୍ଟାଗ୍ରାମରେ ନୂଆ ଘରର ଫଟୋ ମଧ୍ୟ ସେୟାର କରିଛନ୍ତି। ଦୁହେଁ ଖୁବ ଶୀଘ୍ର ବିବାହ କରିପାରନ୍ତି ବୋଲି କୁହାଯାଉଛି।

ଟିଭି ଶୋ’ ‘ବାଳିକା ବଧୂ’ରୁ ବିକ୍ରାନ୍ତ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ସେ ଅନେକ ଟିଭି ଶୋ’ରେ ନଜର ଆସିଛନ୍ତି। ୨୦୧୮ରେ ରିଲିଜ ହୋଇଥିବା ୱେବ୍ ସିରିଜ୍ ମିର୍ଜାପୁରରେ ବିକ୍ରାନ୍ତ ବବଲୁ ପଣ୍ଡିତ ଚରିତ୍ରରେ ଅଭିନୟ କରିଥିଲେ। ବବଲୁ ପଣ୍ଡିତ ଚରିତ୍ରରେ ସେ ଦମଦାର ଅଭିନୟ କରିଥିଲେ। ଏହି ୱେବ୍ ସିରିଜରୁ ତାଙ୍କୁ ଭିନ୍ନ ପରିଚୟ ମିଳିଥିଲା।

୨୦୧୯ରେ ବିକ୍ରାନ୍ତ ଶୀତଲଙ୍କ ସହ ନିର୍ବନ୍ଧ କରିଥିଲେ। ଦୁହେଁ ୨୦୨୦ ରେ ବିବାହ କରିଥାନ୍ତେ କିନ୍ତୁ କରୋନା ମହାମାରୀ ଯୋଗୁଁ କରିପାରିନଥିଲେ।

   Related Posts