ବାଲିପାଟଣାରେ ପୁଣି ମେଣ୍ଢା ଚୋରି : ରାତାରାତି ଗୁହାଳ ଘରୁ ୩୨ ମେଣ୍ଢା ଗାଏବ..
18/06/2020 at 2:45 PM

ବାଲିପାଟଣା ୧୮।୦୬: ବାଲିପାଟଣା ଅଞ୍ଚଳରୁ ପୁଣି ମେଣ୍ଢା ଚୋରି । ବାଲିପାଟଣା ଥାନା ସହେବ ନଗର ଗ୍ରାମର ସୁକାନ୍ତ ବାରିକଙ୍କର ୩୨ଟି ମେଣ୍ଢା ଚୋରି କରି ନେଇଛନ୍ତି ଦୁବୃତ୍ତ । ଏହା ସହ ମେଣ୍ଢା ଗୁହାଳରେ ୨ଟି ମେଣ୍ଢା ମରି ପଡ଼ିଛନ୍ତି । ମେଣ୍ଢା ମୁହଁରେ ନିଶା ସ୍ପ୍ରେ କରି ଦୁବୃତ୍ତ ମାନେ ମେଣ୍ଢା ଚୋରି କରୁଥିବା ଅନୁମାନ କରାଯାଉଛି । ଯାହାପାଇଁ ୨ଟି ମେଣ୍ଢା ମରି ଯାଇଥିବା ସନ୍ଦେହ କରାଯାଉଛି ।

ଗତ ୬ ମାସ ଭିତରେ ବାଲିପାଟଣା ଥାନା ଅଞ୍ଚଳରୁ ପ୍ରାୟ ୭୦୦ରୁ ଅଧିକ ମେଣ୍ଢା ଚୋରି ହେଲେଣି । ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରୁଛନ୍ତି ମେଣ୍ଢା । ନିଶା ସ୍ପ୍ରେ କରି ଦୁର୍ବୃତ୍ତ ମାନେ ମେଣ୍ଢା ଚୋରି କରି ନେଉଥିବା ସନ୍ଦେହ କରାଯାଉଛି । ଏହା ସହ ଅନେକ ଗ୍ରାମରୁ ଗାଈ ମଧ୍ୟ ଚୋରୀ କରି ନେଉଛନ୍ତି ଦୁବୃତ୍ତ ।

ସାଧାରଣତଃ ଗରୀବ ଶ୍ରେଣୀର ବ୍ୟକ୍ତିମାନେ ମେଣ୍ଢା ପାଳି ଦୁଇ ପଇସା ରୋଜଗାର କରିଥାନ୍ତି । ଏମାନଙ୍କର ମେଣ୍ଢା ଚୋରିକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ମେଣ୍ଢା ଚୋରଙ୍କୁ ଧରିବା ରେ ପୋଲିସ୍ ସଫଳ ହୋଇପାରିନାହିଁ । ଅଭିଯୋଗ ପରେ ବାଲିପାଟଣା ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।