ଶତାଧିକ ମେଣ୍ଢା ଓ ଛେଳି ମଡ଼କ ଘଟଣା, ଅସ୍ବୀକାର କଲେ ବାଳକାଟି ପ୍ରାଣୀ ଚିକିତ୍ସା ଅଧିକାରୀ

Published By : Prameya-News7 Bureau | October 24, 2021 IST

ବାଲିପାଟଣା ୨୪/୧୦: ବ୍ଲକର ଗଣ୍ଡିଲୋ, ପ୍ରତାପରୁଦପୁର ଏବଂ ବତେଣ୍ଡା ଗ୍ରାମରେ ମେଣ୍ଢା ଏବଂ ଛେଳି ମଡକ ଘଟଣାକୁ ଅସ୍ବୀକାର କରିଛନ୍ତି ବାଳକାଟି ପ୍ରାଣୀ ଚିକିତ୍ସା ଅଧତ୍କାରୀ । ଏକ ମାସ ମଧ୍ୟରେ ଶତାଧିକ ମେଣ୍ଢା ଏବଂ ଛେଳିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇ ଆସୁଥିଲା। ଘଟଣା ପ୍ରଚାରିତ ହେବା ପରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧତ୍କାରୀ ଏହି ସବୁ ଗ୍ରାମକୁ ଯିବା ସହ ସରଜମିନ ତଦନ୍ତ କରିଛନ୍ତି ।

ପ୍ରକୃତପକ୍ଷେ ଏତେ ସଂଖ୍ୟକ ମେଣ୍ଢା କିମ୍ବା ଛେଳିଙ୍କର ମୃତ୍ୟୁ ହୋଇନଥିବା ସୂଚନା ଦେଇଛନ୍ତି ପ୍ରାଣୀ ଚିକିତ୍ସା ଅଧତ୍କାରୀ ସୁଧତ୍ର କୁମାର ସେନାପତି । ମେଣ୍ଢା ଏବଂ ଛେଳୀମାନଙ୍କୁ ସଠିକ ସମୟରେ ଭ୍ୟାକସିନ ଦିଆଯାଇଛି । ବର୍ଷ। ଦିନେ ପ୍ରାୟତଃ ଛେଳି ମେଣ୍ଢାମାନେ ଥଣ୍ଡା ଏବଂ ଜ୍ବରରେ ପୀଡିତ ହୋଇ ଖାଦ୍ୟ ଖାଇନଥାନ୍ତି । ଯାହାଦ୍ବାରା ସେମାନଙ୍କର ମୃତ୍ୟୁ ହୋଇଥାଏ ।

ଏହା ସତ୍ବେ ପୀଡିତ ଥିବା ଛେଳି ଏବଂ ମେଣ୍ଢାଙ୍କର ସାମ୍ପଲ୍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଲାବୋରେଟୋରୀକୁ ପଠାଯାଇଛି । ଏହା ପରେ ଯଦି କୌଣସି ଛେଳି ମେଣ୍ଢାର ମୃତ୍ୟୁ ହୁଏ ତେବେ ମୃତ ଶରୀର ବ୍ୟବଛେଦ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପ୍ରାଣି ଚିକିତ୍ସକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.