"ମୋ ହୃଦୟ ଜଣେ ଯୁବତୀ ଚୋରି କରିଛନ୍ତି"... ଏନେଇ ଥାନାରେ ଏତଲା ଦେବାପାଇଁ ପହଁଚିଲେ ଯୁବକ

Published By : Prameya-News7 Bureau | January 10, 2019 IST

ନାଗପୁର ୧୦/୧ : ଥରେ ଥରେ ପୋଲିସ ପାଇଁ ମଧ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରନ୍ତି ସାଧାରଣ ଲୋକେ | ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନାଗପୁରରେ | ନାଗପୁରର ଏକ ପୋଲିସ ଷ୍ଟେସନରେ ଏମିତି ଜଣେ ଯୁବକ ଯାଇଥିଲେ ନିଜର ହଜିଯାଇଥିବା ଜିନିଷ ବିଷୟରେ ଏତଲା ଦେବାପାଇଁ | ତେବେ ଯୁବକଙ୍କର ହୃଦୟ ହଜି ଯାଇଥିବା ନେଇ ସେ ଥାନାରେ ଏତଲା ଦେବାକୁ ଯାଇଥିଲେ |

ଏମିତି ଅନେକ ଲୋକେ ଥାନାରେ ଏତଲା ଦେଇଥାନ୍ତି ଯେ, କାହାର ଗାଡି ଚୋରି ହୋଇଯାଇଛି, କାହାର ହଜି ଯାଇଛି, କାହାର ଗହଣା ଚୋରି ହୋଇଯାଇଛି, କାହାର ଫୋନ ଚୋରି ହୋଇଯାଇଛି, ଏମିତି ଆହୁରି ଅନେକ | କିନ୍ତୁ ଏହି ଯୁବକ ଏତଲା ଦେବାପାଇଁ ଯାଇଥିଲେ ଯେ, ତାଙ୍କ ହୃଦୟ ଜଣେ ଯୁବତୀ ଚୋରି କରିନେଇଛନ୍ତି | ଯୁବକ ପୋଲିସ ପାଖରେ ଯାଇ ନିବେଦନ କରିଥିଲେ ଯେ, ପୋଲିସ ତାଙ୍କ ହୃଦୟ ଖୋଜି ଆଣିଦିଅନ୍ତୁ | ଥାନା ଅଧିକାରୀ ଯୁବକଙ୍କ ସମସ୍ତ ଘଟଣା ଶୁଣିଥିଲେ | ସମସ୍ତ ଘଟଣା ଶୁଣିବା ପରେ ପୋଲିସ ଏହି ନିଷ୍କର୍ସରେ ପହଂଚିଥିଲେ ଯେ, ଭାରତୀୟ ଆଇନରେ ଏମିତି କୌଣସି ଧାରା ନାହିଁ ଯେଉଁଠାରେ ଏଭଳି ମାମଲା ରୁଜ୍ଜୁ କରାଯିବ | ତେଣୁ ସେମାନେ ଯୁବକଙ୍କୁ ବୁଝାଇଥିଲେ ଯେ, ଏହି ମାମଲାରେ ସେମାନେ ଯୁବକଙ୍କର କୌଣସି ସାହାଯ୍ୟ କରିପାରିବେ ନାହିଁ | ଏତିକି କହି ପୋଲିସ ଅଫିସର ଯୁବକଙ୍କୁ ଥାନାରୁ ବିଦା କରିଦେଇଥିଲେ |

{"id":72284}


ନାଗପୁର ପୋଲିସ କମିଶନର ଭୂଷଣ କୁମାର ଉପାଧ୍ୟାୟ ଏହି ଅଜବ ଘଟଣାର ଖୁଲାସା କରିଥିଲେ | ଗତ ସପ୍ତାହରେ ନାଗପୁରର ଏକ କାର୍ଯ୍ୟକ୍ରମରେ ଏହି ଘଟଣା ସେୟାର କରିଥିଲେ | ସେହି କାର୍ଯ୍ୟକ୍ରମରେ ଚୋରି ହୋଇଥିବା ଜିନିଷ ନାଗପୁର ପୋଲିସ ଲୋକଙ୍କୁ ଫେରାଉଥିଲେ | ଯେଉଁସବୁ ଚୋରି ଜିନିଷ ଧରା ପଡିଥିଲା | ସେହି କାର୍ଯ୍ୟକ୍ରମ ଜରିଆରେ ପାଖାପାଖି ୮୨ ଲକ୍ଷ ଟଙ୍କାର ଚୋରି ଜିନିଷ ପୋଲିସ ଲୋକଙ୍କୁ ଫେରାଇଥିଲେ | ସେହି କାର୍ଯ୍ୟକ୍ରମରେ ପୋଲିସ କମିଶନର ଭୂଷଣ କୁମାର ଯୁବକଙ୍କର ଏହି ଅଜବ ଏତଲା ସମ୍ପର୍କରେ କହିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.