Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ସ୍ଵାମୀ ସହ ସିନା ରହିପାରିଲେନି, ପ୍ରେମିକ ସହ ବି ରହିପାରିଲେନି ମହିଳା । ବୟଫ୍ରେଣ୍ଡ ସହ ୮ମାସ ରହିବା ପରେ ଦେଇଦେଲେ ଫାଶୀ

21/12/2018 at 7:34 PM

ଇନ୍ଦୋର ୨୧/୧୨ : ମନ ମିଶିଗଲେ ସଂପର୍କ ବେଶୀଦିନ ରହେ ।  ସ୍ଵାମୀ-ସ୍ତ୍ରୀ ମଧ୍ୟରେ ସଂପର୍କ କେବଳ ବିଶ୍ଵାସକୁ ନେଇ ବହୁତଦିନ ଯାଏ ତିଷ୍ଠି ରୁହେ ।ବେଳେବେଳେ ବିଶ୍ଵାସ ଭାଙ୍ଗିଯାଏ  ଓ ଛାଡ଼ପତ୍ର ଭଳି ସମସ୍ୟା ବି ଦେଖାଯାଏ । ଆହୁରି କିଛି ସଂପର୍କ ଅଛି ଯାହା ଗୋପନରେ ତିଆରି ହୁଏ, କିନ୍ତୁ ବେଶୀଦିନ ଯାଏ ରହେନାହିଁ । ଗୋପନରେ ତିଆରି ହେଉଥିବା ସଂପର୍କ ଯଦି ଭାଙ୍ଗିଯାଏ ତାହେଲେ ପରିଣତି ଭୟାବହ ହୁଏ  । କେହି କାହାକୁ ବି କ୍ଷମା ଦେଇପାରନ୍ତି ନାହିଁ  । ଇନ୍ଦୋରରେ  ଘଟିଛି ସେଭଳି ଘଟଣାଟିଏ।

ସାତଜନ୍ମକୁ ସାଥିହୋଇ ରହିବାକୁ ଦଶଦିଗ ପାଳକଙ୍କୁ ସାକ୍ଷୀ ରଖି ବିବାହ ବେଦୀରେ ସିନା ବାହାହୋଇଗଲେ । ହେଲେ ସଂପର୍କ ସବୁଦିନ ପାଇଁ ରହିଲାନି । ସ୍ଵାମୀ-ସ୍ତ୍ରୀ ଭିତରେ ଭୁଲ ବୁଝାବଣା ହୋଇ ତିକ୍ତତା ଦେଖାହେଲାପରେ ଅଲଗା ରହିଲେ ଉଭୟ । ଶ୍ରେତା ଓ ବଳବନ୍ତ ସିଂ ବିବାହ କରିବା ପରେ ବିଜୟନଗର ଅଚଳରେ ରହୁଥିଲେ । ଖୁବ୍ ଖୁସିରେ ସେମାନଙ୍କର ସଂସାର ଚାଲୁଥିଲା । ସେମାନେ ପିତି-ପତ୍ନୀଭାବେ ପରସ୍ପରକୁ ଖୁବ ଭଲ ମଧ୍ୟ ପାଉଥିଲେ ।

କିନ୍ତୁ କିଛିଦିନ ପରେ ଶୁଭମ ନାମକ ଜଣେ ଯୁବକ ଏମାନଙ୍କ ଜୀବନ ଭିତରକୁ ପଶିଆସିଥିଲା । ଶ୍ରେତା କ୍ରମେ ଶୁଭମ ପ୍ରେମରେ ପଡ଼ିଲା । ସଂପର୍କ ଏତେ ଘନିଷ୍ଠହେଲା, କେହି କାହାକୁ ଦଣ୍ଡେ ନ ଦେଖିଲେ ରହିପାରିଲେ ନାହିଁ । ଏହିକଥା ଶ୍ରେତାର ସ୍ଵାମୀ ଜାଣିବାପରେ ଅନେକ ସମୟରେ  ସେମାନଙ୍କ ମଧ୍ୟରେ ଝଗଡ଼ା ଦେଖାଗଲା । ଏମିତିହେଲା ଦୁହେଁ ଦୁହିଁକୁ ଛାଡ଼ି ଅଲଗା ରହିଲେ ।

ଏହି ମୌକା ଶ୍ରେତା ଓ ତାର ବୟଫ୍ରେଣ୍ଡ୍  ଶୁଭମ ବି ଖୋଜୁଥିଲେ । ତା ପରେ ସେମାନେ ସାଥିହୋଇ ରହିଲେ । କିନ୍ତୁ ଦୁହେଁ ସାଥିହୋଇ ଆଠମାସ ରହିବାପରେ ସେମାନଙ୍କ ଭିତରେ ବି ପାଟିତୁଣ୍ଡ ଆରମ୍ଭ ହୋଇଗଲା । ଅନେକ ସମୟରେ ସେମାନେ ପରସ୍ପରକୁ ଦୋଷ ଦେଉଥିଲେ ।

ଶ୍ରେତାର ଭାଇ ପୋଲିସକୁ କହିବା ଅନୁସାରେ, ସେ ଜଣେ ସଂପର୍କୀୟ ଘରେ ଥିବା ସମୟରେ ତାକୁ ତା ଭାଇ ରିତେଶ ଫୋନକରି କହିଥିଲା  ।  ଶ୍ରେତା ଫାଶୀ ଦେଇଛି, ଶ୍ରୀଘ୍ର ପହଂଚିବାକୁ ପଡ଼ିବ ।  ସେ ଯାଇ ଦେଖିବା ବେଳକୁ କବାଟ ଭିତରପଟରୁ ବନ୍ଦ ଥିଲା, ଆଉ କେହି  ନଥିଲେ । ସେ ପୋଲିସକୁ ଖବରଦେବା ପରେ ପୋଲିସ ଆସିଥିଲା । ତା ପରେ ସେମାନେ କବାଟଭାଙ୍ଗି ଦେଖିଲା ବେଳକୁ ଶ୍ରେତା ଆଉ ବଂଚିନଥିଲା ।

ସେ ଆହୁରି ପୋଲିସକୁ ମଧ୍ୟ କହିଛି-ଶ୍ରେତାର ତା ସ୍ଵାମୀ ସହ ସଂପର୍କ ଖରାପ ହେବା ପରେ ନିଜ ଇଚ୍ଛାରେ ତା ବୟଫ୍ରେଣ୍ଡ ଶୁଭମ ସହ ଆଠମାସ ହେଲା ରହୁଥିଲା । କିନ୍ତୁ ଅନେକ ସମୟରେ ଶୁଭମ ଓ ତାର ପରିବାର ଲୋକ ଶ୍ରେତାକୁ ମାନସିକ-ଶାରୀରିକ ଭାବେ ନିର୍ଯ୍ୟାତନା ଦେଉଥିଲେ । ଯାହାଫଳରେ ଶ୍ରେତା ଏହି ନିର୍ଯ୍ୟାତନା ସହ୍ୟ କରି ନପାରି ଆତ୍ମହତ୍ୟା କରିଛି ବୋଲି ଥାନାରେ ଶ୍ରେୟାର ଭାଇ ଅଭିଯୋଗ କରିଛନ୍ତି ।

   Related Posts