ମୁଣ୍ଡରେ ବାସନ ଟବ୍, ହାତରେ ପାଣି ବାଲ୍ଟି ଝୁଲାଇ ବାଇକରେ ନଦୀ ପାର କଲେ ମହିଳା: ଲୋକେ କହିଲେ…

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ ୧୬/୦୬ : ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ୟୁଜର୍ସ ବହୁତ ପସନ୍ଦ କରିଥାନ୍ତି। ବେଳେବେଳେ ଏହି ଭାଇରାଲ ଭିଡିଓ ଆମ ହୃଦୟକୁ ଛୁଇଁଥାଏ। ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ମଜାଳିଆ ହୋଇଥିବାବେଳେ କେତେକ ଭିଡିଓ ପ୍ରେରଣାଦାୟକ କିମ୍ବା ଶିକ୍ଷଣୀୟ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଯେଉଁସବୁ ଭିଡିଓ ଭାଇରାଲ ହେଉଛି ତାହା 'ମହିଳା ଶକ୍ତି'ର ଏକ ଉତ୍ତମ ଉଦାହରଣ। ଏହିଭଳି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଦର୍ଶାଇଛି ଯେ ଜଣେ ମହିଳା କାହାଠାରୁ କମ୍ ନୁହଁନ୍ତି ଏବଂ ସେ ଏକାସାଙ୍ଗରେ ଅନେକ କାର୍ଯ୍ୟ କରିପାରନ୍ତି।

ଏହି ଭିଡିଓ ଆପଣଙ୍କୁ ସୁପର ୱୋମ୍ୟାନ କଥା ମନେ ପକାଇବ ଯିଏ ଏକାକୀ ସବୁଠାରୁ କଠିନ କାର୍ଯ୍ୟ ମଧ୍ୟ କରିପାରେ। ଏହି ଭିଡିଓ ଟ୍ୱିଟରରେ '@DoctorAjayita' ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓ ସହିତ ଏକ ମଜାଦାର କ୍ୟାପସନ୍ ମଧ୍ୟ ଲେଖାଯାଇଛି। ଭିଡିଓର କ୍ୟାପସନରେ ଲେଖା ଅଛି, "ତାଙ୍କ ପାଖରେ ଅନେକ ପ୍ରତିଭା ଅଛି …"।

wp:embed {"url":"https://twitter.com/DoctorAjayita/status/1404691320963158017","type":"rich","providerNameSlug":"twitter","responsive":true,"className":""}
https://twitter.com/DoctorAjayita/status/1404691320963158017
/wp:embed

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ନଦୀ କୂଳରେ ବାସନ ଧୋଇ ଏକ ଟବରେ ରଖନ୍ତି। ଏହା ପରେ ସେ ଟବକୁ ମୁଣ୍ଡରେ ରଖି ହାତରେ ଏକ ପାଣି ବାଲ୍ଟି ଟାଙ୍ଗନ୍ତି। ଏହା ପରେ ସେ ନିକଟରେ ପାର୍କିଂ ହୋଇଥିବା ଏକ ବାଇକରେ ବସି ନଦୀ ପାର କରିଥାନ୍ତି। ମହିଳାଙ୍କ ଏହି ଭିଡିଓ ଦେଖି ଲୋକେ ଖୁବ ପ୍ରଶଂସା କରିଛନ୍ତି।

ଲୋକେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୮ ହଜାରରୁ ଅଧିକ ଥର ଦେଖାଯାଇଛି। ଲୋକେ ଏହା ଉପରେ ବହୁତ କମେଣ୍ଟ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ମହିଳାଙ୍କୁ ନମସ୍କାର, ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଏହା ୱଣ୍ଡର ୱୋମ୍ୟାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଆଉ ଜଣେ ଲେଖିଛନ୍ତି - ଇଏ ହେଉଛନ୍ତି ପ୍ରକୃତରେ ଚମତ୍କାରି ମହିଳା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.