କରୋନାକୁ ହରାଇ ଘରକୁ ଫେରିଲେ ଅଭିନେତ୍ରୀଙ୍କ ସାନ ଭଉଣୀ : କହିଲେ ହସ୍ପିଟାଲରୁ ଫେରିବା ପରେ କିଭଳି କଟୁଛି ତାଙ୍କ ଦିନ
13/04/2020 at 1:58 PM

ମୁମ୍ବାଇ ୧୩/୪: ବଲିଉଡ ଫିଳ୍ମ ନିର୍ମାତା କରୀମ ମୋରାନିଙ୍କ ଝିଅ ଶଜା ମୋରାନିଙ୍କ COVID-19 ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ଶ୍ରୀଲଙ୍କାରୁ ଫେରିଥିବା ଶଜାଙ୍କଠାରେ କରୋନାର ଲକ୍ଷଣ ଦେଖାଯାଇନଥିଲା କିନ୍ତୁ ଅପ୍ରେଲ୍ ୭ତାରିଖରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କ ଶରୀରରେ କରୋନା ଭାଇରସ୍ ସଂକ୍ରମଣ ହୋଇଥିବା ଜଣା ପଡ଼ିଥିଲା।
ହସ୍ପିଟାଲରୁ ଡିସଚାର୍ଜ ପରେ ଶଜା ଆଗାମୀ ୧୪ଦିନ ଯାଏଁ ନିଜ ଘରେ କ୍ବାରେଣ୍ଟାଇନରେ ରହିବେ। ଶଜା ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ଭଉଣୀ ଏବଂ ଅଭିନେତ୍ରୀ ଜୋଆ ଏବଂ ବାପାଙ୍କଠାରେ କରୋନା ଭାଇରସ୍ ସଂକ୍ରମଣ ହୋଇଥିବା ଜଣା ପଡ଼ିଥିଲା। ଏବେ ସେମାନଙ୍କ ଚିକିତ୍ସା ଚାଲିଛି।

ଶଜା ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ସେ ପୂରାପୂରି ଥକି ଯାଇଛନ୍ତି ଏବଂ ତାଙ୍କ ମନରେ ବିଭିନ୍ନ ପ୍ରକାରର କଥା ଚାଲିଛି। କିନ୍ତୁ ସେ ଶୋଇପାରୁନାହାନ୍ତି।
