Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଲଦାଖ ଉତ୍ତେଜନା: ଦେଶର ସୁରକ୍ଷା ପାଇଁ ଶୀଘ୍ର ମୁତୟନ ହେବ ୭୦୦ କିମି ଲକ୍ଷ୍ୟଭେଦ କରୁଥିବା ଘାତକ ଶୌର୍ଯ୍ୟ ମିସାଇଲ, ସରକାର ଦେଲେ ମଞ୍ଜୁରୀ

6/10/2020 at 3:45 PM

ନୂଆଦିଲ୍ଲୀ ୦୬।୧୦: ଲଦାଖରେ ଜାରି ଯୁଦ୍ଧ ପରିସ୍ଥିତି ମଧ୍ୟରେ ମୋଦୀ ସରକାର ୭୦୦ କିମି ଲକ୍ଷ୍ୟଭେଦ କ୍ଷମତା ଥିବା ଶକ୍ତିଶାଳୀ ଶୌର୍ଯ୍ୟ ଷ୍ଟ୍ରାଟେଜିକ୍ ମିସାଇଲକୁ ଭାରତୀୟ ସେନାର ସେବାରେ ସାମିଲ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଶୌର୍ଯ୍ୟ ବୁଡାଜାହାଜ ଦ୍ଵାରା ଉତକ୍ଷେପଣ କରାଯାଇଥିବା ବିଏ-୦୫ ମିସାଇଲର ଭୂମି ସଂସ୍କରଣ। ଏହା ପ୍ରତିରକ୍ଷା ଗବେଷଣ ଉନ୍ନୟନ ସଂସ୍ଥାନ(ଡିଆରଡିଓ) ଦ୍ଵାରା ବିକଶିତ। ଏହା ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଅକ୍ଟୋବର ୩ରେ ବାଲେଶ୍ଵରର ଚାନ୍ଦିପୁର ଉତକ୍ଷେପଣ ଘାଟିରୁ ଏହାର ପରୀକ୍ଷଣ କରାଯାଇଥିଲା।

ପ୍ରତିରକ୍ଷା ସୂତ୍ର ଅନୁଯାୟୀ ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୭୦୦ କିଲୋମିଟରରୁ ୧୦୦୦ କିଲୋମିଟର ମଧ୍ୟରେ ରହିଛି। ଏହା ୨୦୦ କିଲୋଗ୍ରାମରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କରିବାରେ ସକ୍ଷମ। ମୋଦୀ ସରକାରଙ୍କ ପକ୍ଷରୁ ମିସାଲଇର ଭୂମି ସଂସ୍କରଣ ପାଇଁ ନିର୍ଣ୍ଣୟ ନେବା ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ କାରଣ କ୍ଷେପଣାସ୍ତ୍ରକୁ ଏକକ ବାହନ ଦ୍ଵାର ନିକ୍ଷେପ କରାଯାଇ ପାରିବ।

ଅନ୍ୟପକ୍ଷେ ଡିଆରଡିଓ ସବମରିନ-ଲଞ୍ଚ ବାଲିଷ୍ଟିକ ମିସାଇଲ(ଏସଏଲବିଏମ)ର ୫୦୦୦ କିମି ସଂସ୍କରଣକୁ ବିକଶିତ କରୁଛି। ଭୂମି ଆଧାରିତ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ସମାନ ରେଞ୍ଜର କେ-୫ ମିସାଲଇକୁ ଆଣବିକ ସଂପନ୍ନ ବୁଡାଜାହଜରେ ମୁତୟନ କରାଯିବ।

ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଦେଶରେ ବିକଶିତ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କରିବାରେ ସକ୍ଷମ ତଥା ଧ୍ଵନିର ଗତିଠୁ ଅଧିକ ବେଗରେ ଗତି କରୁଥିବା ଶୌର୍ଯ୍ୟ ମିସାଲଇ ଓଡିଶାର ବାଲେଶ୍ଵର ସ୍ଥିତ ଚାନ୍ଦିପୁରର ୩ ନମ୍ଵର ଲଞ୍ଚ ପ୍ୟାଡରୁ ସଫଳ ପରୀକ୍ଷା କରାଯାଇଥିଲା। ଏହି ମିସାଇଲର ଲମ୍ବ ୧୦ ମିଟର ଓ ବ୍ୟାସ୍ ୭୪ ସେମି। ଏହାର ଓଜନ ୬.୨ ଟନ।

   Related Posts