Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

Independence Day 2020: ଏହି ବାହାଦୂର ସୈନିକଙ୍କୁ ମିଳିଲା ଶୌର୍ଯ୍ୟ ଚକ୍ର ପୁରସ୍କାର, ଦେଖନ୍ତୁ ପୂରା ତାଲିକା

14/08/2020 at 7:35 PM

ନୂଆଦିଲ୍ଲୀ ୧୪।୦୮: ସ୍ଵାଧୀନତ ଦିବସ ଅବସରରେ ଏଥର ସଶସ୍ତ୍ରବଳର ମୋଟ୍ ୮୭ ବୀର ଯବାନଙ୍କୁ ଅଦ୍ୟମ ସାହାସ ଓ ଅସାଧାରଣ ବାହାଦୂରୀ ପାଇଁ ବୀରତା ପୁରସ୍କାରରେ ସମ୍ମାନିତ କରାଯିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ଵାଧୀନତା ଦିବସର ଅବ୍ୟବେହିତ ପୂର୍ବରୁ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ଶୌର୍ଯ୍ୟ ସହିତ ବିଭିନ୍ନ ବୀରତା ପୁରସ୍କାରକୁ ମଞ୍ଜୁରୀ ଦେଇଛନ୍ତି। ଏଥର ତିନି ଯବାନଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଏହାର ସୂଚନା ଦେଇଛନ୍ତି।

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ସ୍ଥଳ ସେନାକୁ ତିନୋଟି ଶୌର୍ଯ୍ୟ ଚକ୍ର ମିଳିଛି। ଜାମ୍ମୁ-କାଶ୍ମୀରରେ ନିଜର ପରାକ୍ରମରେ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟକୁ ଫଳବତୀ ହେବାକୁ ଦେଇନଥିବା ସୁରକ୍ଷାବଳଙ୍କ ଯବାନଙ୍କୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯିବ। ଏହା ବ୍ୟତୀତ ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ବିଶାଖ ନାୟରଙ୍କୁ ମଧ୍ୟ ଶୌର୍ଯ୍ୟରେ ସମ୍ମାନିତ କରାଯିବ। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ସ୍ଥଳ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ କୃଷ୍ଣ ସିଂହ ରାଓ୍ଵତ, ମେଜର ଅନିଲ ଉର୍ସ ଓ ହାବିଲାଦର ଆଲୋକ କୁମାର ଦୁବେଙ୍କୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯିବ। ସେନାର ୩୧ ଯବାନଙ୍କୁ ବୀରତା ପଦକରେ ସମ୍ମାନିତ କରାଯିବ।

ଗୃହ ମନ୍ତ୍ରଣାଳୟ ସ୍ଵାଧୀନତା ଦିବସ ଅବସରରେ ପୋଲିସକର୍ମୀଙ୍କ ପଦକ ପୁରସ୍କାର ତାଲିକା ମଧ୍ୟ ଘୋଷଣା କରିଛନ୍ତି। ମୋଟ୍ ୨୧୫ କର୍ମୀଙ୍କୁ ବୀରତ ପାଇଁ ପୋଲିସ ପଦକ, ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଓ ମେଧାବୀ ସେବା ପାଇଁ ପୋଲିସ ପଦରେ ସମ୍ମାନିତ କରାଯିବ।

ଉଲ୍ଲେଖଯୋଗ୍ୟ, ଶୌର୍ଯ୍ୟ ଚକ୍ର ପୁରସ୍କାର ଶତ୍ରୁର ସମ୍ମୁଖୀନ ହେବା ଅଲଗା ପରିସ୍ଥିତିରେ ଦିଆଯାଏ। ଏହି ପୁରସ୍କାର ସୈନ୍ୟ କର୍ମୀ ଓ ନାଗରିକଙ୍କୁ ଦିଆଯାଏ। ଏହି ଆଓ୍ଵାର୍ଡ ଜୀବିତ ଅବସ୍ଥାରେ ଏବଂ ମରୋଣତ୍ତୋର ଭାବେ ଦିଆଯାଏ। ଏହାର ସ୍ଥାପନା ୧୯୫୨ରେ ହୋଇଥିଲା।

   Related Posts