ଚୀନ୍‌ର ହୋସ୍ ଉଡାଇବାକୁ ପ୍ରସ୍ତୁତ ଭାରତ, 'ସୌର୍ଯ୍ୟ' ମିସାଇଲର ସଫଳ ପରୀକ୍ଷଣ

Published By : Prameya-News7 Bureau | October 03, 2020 IST

ବାଲେଶ୍ୱର ୦୩।୧୦: ପୂର୍ବ ଲଦାଖରେ ସୀମାକୁ ନେଇ ଚୀନ୍‌ ସହିତ ବିବାଦ ଲାଗିରହିଥିବା ବେଳେ ଭାରତ ଶନିବାର ଦିନ ସୌର୍ଯ୍ୟ ମିସାଇଲର ନୂତନ ସଂସ୍କରଣକୁ ସଫଳତା ସହ ପରୀକ୍ଷଣ କରିଛି । ଏହି  ମିସାଇଲ୍‌ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରା ଯାଇପାରୁଥିବା ଏକ ପରମାଣ କ୍ଷମତା ସଂପନ୍ନ ବାଲିଷ୍ଟିକ୍‌ ମିସାଇଲ୍‌ ଅଟେ। ଓଡିଶାର ବାଲେଶ୍ୱର ସ୍ଥିତି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନଂ ଲଞ୍ଚ ପ୍ୟାଡ଼୍‌ରୁ ଏହାର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ସେନାରେ ପୂର୍ବରୁ ସାମିଲ କରାଯାଇସାରିଛି ।

{"id":338085,"sizeSlug":"large"}

ସୌର୍ଯ୍ୟ ମିସାଇଲର ଏହି ନୂତନ ସଂସ୍କରଣରେ ୮୦୦କିମି ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦି କ୍ଷମତା ରହିଛି । ସୌର୍ଯ୍ୟ ମିସାଇଲ ଆସିବା ଦ୍ୱାରା ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଏହି ସୌର୍ଯ୍ୟ ମିସାଇଲ୍‌ର ଲମ୍ବ ୧୦ମିଟର ହୋଇଥିବା ବଳେ ଓସାର ୨.୪ଫୁଟ ରହିଛି । ଏହା ୨୦୦ କେଜିରୁ ୧ ଟନ ଓଜନର ଉଭୟ ପାରମ୍ପରିକ ଏବଂ ଅଣୁଅସ୍ତ୍ର ବହନ କରିବାର କ୍ଷମତା ରହିଛି । ଏକ ହଜାର କିଲୋଗ୍ରାମ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ସାତ ଶହରୁ ୧୯ଶହ କିଲୋମିଟର ରହିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.