Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଶ୍ରମଜୀବି ଶତ୍ରୁଘନଙ୍କ ମହାଦାନ : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦେଲେ ୫ହଜାର

11/04/2020 at 3:09 PM

ଖୋର୍ଦ୍ଧା ୧୧।୦୪: ନିଜ ପରିବାର ଚଳାଇବାକୁ ପାଖରେ ପୁଞ୍ଜିର ଘୋର ଅଭାବ । ଏକ ସରକାର ଜମିରେ ଆଜବେଷ୍ଟସ ଘର ଖଣ୍ଡିଏ କରି ନିଜ ପରିବାର ସାଙ୍ଗରେ ବସବାସ କରୁଛନ୍ତି । କିନ୍ତୁ କରୋନା ଭୟଭୟତାକୁ ହୃଦୟଙ୍ଗମ କରିବା ପରେ ଏହି ଲଢ଼େଇରେ ସାମିଲ ହୋଇଛନ୍ତି । ତାଙ୍କର ବଦାନ୍ୟତା ମନବଳ ଆଗରେ ପୁଲିସ୍‌ର କଟକଣା କାମରେ ଲାଗିଲାନି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପାଞ୍ଚ ହଜାର ଟଙ୍କା ସହୟତା ପ୍ରଦାନ କରି ବେଗୁନିଆ ବ୍ଳକ ବାଘମାରୀ ପଞ୍ଚାୟତ ଅଟ୍ରୀ ଶରଧାପୁର ଗ୍ରାମର ଶତ୍ରୁଘନ ନିଶଙ୍କ ସମସ୍ତଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛନ୍ତି ।

ଶତ୍ରୁଘନ ସେତେଟା ପାଠ ପଢ଼ି ନ ଥିବାବେଳେ ମହାଜନଙ୍କ କ୍ଷତକୁ ଭାଗଚାଷ କରିବା ସମେତ ଚାଷବାସ ନ ଥିବା ସମୟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ଏଥିରୁ ଯାହା ଅର୍ଥ ରୋଜଗାର କରନ୍ତି ସେଥିରେ ତାଙ୍କ ସ୍ତ୍ରୀ ଓ ଛୋଟ ଶିଶୁର ଭରଣପୋଷଣ କରନ୍ତି । ମାତ୍ର ଲକ୍‌ଡାଉନ୍‌ ଯୋଗୁଁ ତାଙ୍କ ଭଳି ଅନେକ ଶ୍ରମିକ ଭୋକ ଉପାସରେ ଜୀବନ ବିତାଉଥିବା ଜାଣିବାକୁ ପାଇଥିଲେ । ରାଜ୍ୟର ଏହି ମହା ବିପତ୍ତି ସମୟରେ କେମିତି ଦେଶ ବିଦେଶରୁ ବହୁ ଲୋକ ସହାୟତା ପ୍ରଦାନ କରୁଛନ୍ତି ତାହା ଦେଖିବା ପରେ କରୋନା ଲଢେଇରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ହାତରେ ପାଞ୍ଚ ହଜାର ଟଙ୍କା ଧରି ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ପାଖରେ ଥିବା ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ଆଶାରେ ଯାଉଥିବାବେଳେ ୧୬ ନଂ ଜାତୀୟ ରାଜପଥର ପିତାପଲ୍ଲୀ ଛକରେ ତାଙ୍କୁ ପୁଲିସ ଅଟକାଇଥିଲା । କାର୍ଯ୍ୟରତ ପୁଲିସ କର୍ମଚାରୀକୁ ସେ କରୋନା ସହାୟତା ଦେବାକୁ ନବୀନ ନିବାସ ଯାଉଥିବା କହିବା ସତ୍ତେ୍ୱ ପୁଲିସ ସେଠାରୁ ଫେରାଇଦେବା ସହ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲା । ଶେଷରେ ନିରାଶ ହୋଇ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଆସିଲେ । କିନ୍ତୁ ପୂର୍ବରୁ କେବେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନ ଥିବାରୁ ସହାସ ଜୁଟାଇ ନ ପାରି ଶେଷରେ ନିଜ ଘରକୁ ଫେରିଯାଉଥିଲେ । ବାଟରେ ଜଣେ ବନ୍ଧୁ ଦେଖା ହେବାରୁ ତାଙ୍କୁ ଘଟଣା ସମ୍ପର୍କରେ କହିବା ପରେ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଉକ୍ତ ଟଙ୍କା ଡିପୋଜିଟ୍‌ କରିବାକୁ ପରାମର୍ଶ ଦେଲେ ।

ଏହା ପରେ ପୁଲିସ ଭୟରେ ଘରୁ ସାଇକେଲ ଧରି ଖୋର୍ଦ୍ଧା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଟଙ୍କା ଡିପୋଜିଟ୍‌ କରିବାକୁ ପହଞ୍ଚିଥିଲେ । ଅନ୍ୟ ଜଣଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଜମାଖାତା ନମ୍ବର ଫର୍ମ ଫିଲପ କରି ଶେଷରେ ନିଶଙ୍କ ପାଞ୍ଚ ହଜାର ଟଙ୍କା ବ୍ୟାଙ୍କରେ ଡିପୋଜିଟ୍‌ କରିଥିଲେ । ମାତ୍ର ସେ ଡିପୋଜିଟ୍‌ କରିଥିବା ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ପହଞ୍ଚିଛି କି ନାହିଁ ତାଙ୍କର ସନ୍ଦେହ ହେଉଛି । ତେଣୁ ତାଙ୍କ ମନରେ ଥିବା ସନ୍ଦେହ ଦୂର କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

   Related Posts