Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ତେଜସ୍ୱୀଙ୍କୁ ନେଇ ଶତ୍ରୁଘ୍ନ ସିହ୍ନାଙ୍କ ଭବିଷ୍ୟତବାଣୀ, କହିଲେ ନଭେମ୍ବର ୧୦ ପରେ ସବୁ ସମାଲୋଚକ ହେବେ ‘ଖାମୋସ୍’

3/11/2020 at 9:50 PM

ପାଟନା ୩।୧୧: ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଖ୍ୟାତ ଚଳଚିତ୍ର ଅଭିନେତା ଶତ୍ରୁଘ୍ନ ସିହ୍ନା ବିହାର ନିର୍ବାଚନ ଫଳାଫଳକୁ ନେଇ ଭବିଷ୍ୟତବାଣି କରିଛନ୍ତି । ସିହ୍ନା ୧୦ ନଭେମ୍ବର ଭୋଟ ଗଣନା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସବୁ ସମାଲୋଚକଙ୍କୁ ଚୁପ୍‌ କରିଦେବ ବୋଲି କହିଛନ୍ତି। ଶତ୍ରୁଘ୍ନ ସିହ୍ନା ବିଧାନସଭାରେ ମହାମେଣ୍ଟର ମହାବିଜୟ ହେବ ବୋଲି ମଧ୍ୟ କହିଛନ୍ତି।

ଏବେ ଆରଜେଡି ନେତା ତେଜସ୍ୱୀଙ୍କୁ ଏନଡିଏ ସିଧା ଆକ୍ରମଣ କରୁଛି। ୧୦ ଲକ୍ଷ ନିଯୁକ୍ତି ଲାଗି ତେଜସ୍ୱୀଙ୍କ ଘୋଷଣା ସରକାରୀ ଦଳଙ୍କ ନିଦ ହଜେଇ ଦେଇଥିବା କହିଛନ୍ତି ଶତ୍ରୁ। ଏଣୁ ଜେଡିୟୁ ଓ ବିଜେପି ନେତାମାନେ ତାଙ୍କୁ ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି । ଏଥିରୁ ତେଜସ୍ୱୀ ଆଗାମୀ ଦିନରେ ବିହାରର ନେତୃତ୍ୱ ନେଉଥିବା ସ୍ପଷ୍ଟ ବୋଲି ସିହ୍ନା କହିଛନ୍ତି ।

ରାଜ୍ୟରେ ମହାମେଣ୍ଟର ବିଜୟ ନିଶ୍ଚିତ ବୋଲି ସେ କହିଛନ୍ତି। କାରଣ ଲୋକେ ହିଁ ପରିବର୍ତ୍ତନ ଚାହୁଁଛନ୍ତି। ରାଜ୍ୟରେ ରାହୁଲ ଗାନ୍ଧି ଓ ତେଜସ୍ୱୀ ଯାଦବଙ୍କୁ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଉତ୍ସାହ ତାହାହିଁ ମେଣ୍ଟର ଭବିଷ୍ୟତ ନିର୍ଦ୍ଧାରଣ କରୁଛି ବୋଲି ଶତ୍ରୁ କହିଛନ୍ତି। ତେବେ ରାଜନେତା ଭାବେ ତେଜସ୍ୱୀଙ୍କ ଅଭିଜ୍ଞତାକୁ ନେଇ ସିହ୍ନାଙ୍କୁ ପ୍ରଶ୍ନ କରାଯିବାରେ ୧୦ ନଭେମ୍ବର ନିର୍ବାଚନ ଫଳାଫଳ ପରେ ସବୁ ଆଲୋଚନା ସବୁଦିନ ଲାଗି ବନ୍ଦ ହୋଇଯିବ ବୋଲି କହିଛନ୍ତି।

ଗଣମାଧ୍ୟମ ସହ ଆଲୋଚନାରେ ସିହ୍ନା ପ୍ରଧାନମନ୍ତ୍ରୀଙ୍କୁ ବିକାଶ ପ୍ରସଙ୍ଗରେ ଘେରିଛନ୍ତି। ପ୍ରଧାନମନ୍ତ୍ରୀ ଏକଦା କଂଗ୍ରେସ ମୁକ୍ତ ଭାରତର କଥା କହିଥିଲେ। ହେଲେ ଏବେ ଭାରତ ଧିରେଧିରେ କଂଗ୍ରେସ ଯୁକ୍ତ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁଘ୍ନ ତାଙ୍କର ବନ୍ଧୁ ବୋଲି କହିଛନ୍ତି। ସେହିପରି ସେ ପ୍ରଧାନମନ୍ତ୍ରୀ ପଦରେ ଥିବାରୁ ଦେଶର ଅଭିଭାବକ ମଧ୍ୟ।  ହେଲେ ବିହାର ସାଧାରଣ ନିର୍ବାଚନରେ ଥରଟିଏ ବି ସମସ୍ୟାର ସମାଧାନ ନେଇ ପଦଟିଏ ବି କହିଲେନି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଶତ୍ରୁଘ୍ନ କହିଥିବା ବେଳେ ସେ ବିହାରକୁ ଦେଇଥିବା ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିନଥିବା ଅଭିଯୋଗ କରିଛନ୍ତି।  

   Related Posts