Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ହାରିବା ପରେ ବଦଳିଗଲା ଶତ୍ରୁଘ୍ନ ସିହ୍ନାଙ୍କ ଭାବ : ମୋଦି-ଶାହଙ୍କ ଯୋଡିକୁ ପ୍ରଶଂସା କରି କହିଲେ…

25/05/2019 at 4:42 PM

ନୂଆଦିଲ୍ଲୀ ୨୫/୫ : ୨୦୧୯ ଲୋକସଭା ନିର୍ବାଚନରେ ବହୁମତରେ ବିଜେପିର ବିଜୟ ପରେ ମୋଦି-ଶାହଙ୍କ ଅନେକ ପ୍ରଶଂସା ହେଉଛି । ମୋଦି-ଶାହଙ୍କ ଯୋଡିକୁ କଟୁ ମନ୍ତବ୍ୟ ଦେଉଥିବା ଶତ୍ରୁଘ୍ନ ସିହ୍ନା ଅଚାନକ ବଦଳି ଯାଇଛନ୍ତି । ଶତ୍ରୁଘ୍ନ ଅଚାନକ ମୋଦି-ଶାହଙ୍କ ପ୍ରଶଂସକ ହୋଇଯାଇଛନ୍ତି । ଉଭୟ ମୋଦି-ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶତ୍ରୁଘ୍ନ । ପାଟଣା ସାହିବ ଆସନରୁ ତାଙ୍କ ବିପକ୍ଷରେ ବିଜୟୀ ହୋଇଥିବା ବିଜେପି ନେତା ରବି ଶଙ୍କର ପ୍ରସାଦଙ୍କୁ ସେ ପାରିବାରିକ ବନ୍ଧୁ ବୋଲି ଦର୍ଶାଇଛନ୍ତି । ବିଜେପିକୁ ସବୁବେଳେ ୨ ଜଣଙ୍କ ଦଳ କହି କଟୁ ମନ୍ତବ୍ୟ ଦେଉଥିବା ଶତ୍ରୁଘ୍ନ ସିହ୍ନା ଅମିତ ଶାହଙ୍କୁ ସର୍ବୋତ୍ତମ କୂଟନୀତିଜ୍ଞ କହି ପ୍ରଶଂସା କରିଛନ୍ତି ।

ନିର୍ବାଚନରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି ଶତ୍ରୁଘ୍ନ ।

ଦଳ ସହ ମନାନ୍ତର ହେବାପରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ଶତ୍ରୁଘ୍ନ ସିହ୍ନା । ଚଳିତ ଲୋକସଭା ନିର୍ବାଚନରେ ସେ ବିଜେପି ନେତା ରବି ଶଙ୍କର ପ୍ରସାଦଙ୍କ ବିରୋଧରେ ଲଢିଥିଲେ । କିନ୍ତୁ ଶତ୍ରୁଘ୍ନ ରବି ଶଙ୍କରଙ୍କ ଠାରୁ ପରାସ୍ତ ହୋଇଥିଲେ । ଅପରପକ୍ଷରେ ଲକ୍ଷ୍ନୌରୁ ସମାଜବାଦୀ ପାର୍ଟି ଟିକଟରେ ନିର୍ବାଚନ ଲଢିଥିଲେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା । ପୁନମ ସିହ୍ନା ମଧ୍ୟ ରାଜନାଥ ସିଂହଙ୍କ ଦ୍ୱାରା ପରାସ୍ତ ହୋଇଛନ୍ତି ।

   Related Posts