‘କଙ୍ଗନାଙ୍କୁ ସହି ପାରୁନାହାନ୍ତି ଅନେକ, ଈର୍ଷାରେ କରୁଛନ୍ତି ସମାଲୋଚନା’

Published By : Prameya-News7 Bureau | July 25, 2020 IST

ମୁମ୍ବାଇ ୨୫/୭: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରେ ନେପୋଟିଜମକୁ ନେଇ ବିବାଦ ଜୋରସୋରରେ ଧରିଛି। କଙ୍ଗନା କହିଛନ୍ତି ଯେ ବଲିଉଡରେ କିଛି ମାଫିଆ ଗ୍ରୃପ୍ ଅଛନ୍ତି ଯେଉଁମାନେ ଆଉଟସାଇଡରଙ୍କ କ୍ୟାରିୟର ବରବାଦ କରି ଦିଅନ୍ତି। ଏପରି କ୍ଷେତ୍ରରେ ଅଭିନେତା ଶତ୍ରୃଘ୍ନ ସିହ୍ନା କଙ୍ଗନା ରଣଓ୍ବତଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ କଙ୍ଗନାଙ୍କ ବିରୁଦ୍ଧରେ କହୁଥିବା ଲୋକ ତାଙ୍କ ସଫଳତାରେ ଈର୍ଷା କରନ୍ତି।

ଏକ ସାକ୍ଷାତକାରରେ ଶତ୍ରୃଘ୍ନ ସିହ୍ନା କହିଥିଲେ ଯେ ,‘ ସେ ଅଧିକାଂଶ ଲୋକଙ୍କୁ ଦେଖିଛନ୍ତି ଯେ ସେମାନେ କଙ୍ଗନା ରଣଓ୍ବତଙ୍କ ବିରୁଦ୍ଧରେ କହିଥାନ୍ତି କାରଣ ଭିତରୁ ସେମାନେ ତାଙ୍କୁ ଈର୍ଷା କରିଥାନ୍ତି। ସେମାନେ ଭାବିଥାନ୍ତି ଯେ ଆମ ଦୟା ବିନା,ଆମ ଇଚ୍ଛା ବିନା,ଆମ ଗ୍ରୃପରେ ସାମିଲ ହେବା ବିନା,ଆମ ଆଶୀର୍ବାଦ ବିନା,ଆମ ପୁଶ୍ ବିନା ଏହି ଝିଅ କିପରି ଏତେ ଆଗକୁ ଆଗେଇଗଲା,ଏହି କଥା ପାଇଁ ସେମାନେ ଚିଡ଼ିଥାନ୍ତି,ଜଳିଥାନ୍ତି। ସେମାନେ କଙ୍ଗନାଙ୍କ ସଫଳତା ଯୋଗୁଁ ଚିଡ଼ିଥାନ୍ତି।’

ଏହା ପୂର୍ବରୁ ଶତ୍ରୃଘ୍ନ ସିହ୍ନା କରଣ ଜୋହରଙ୍କ ଶୋ କଫି ଓ୍ବିଥ କରଣ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ଏପରି ଶୋ ବିବାଦ ଯୋଗୁଁ ହୋଇଥାଏ। ଶତ୍ରୃଘ୍ନ ଏହା ମଧ୍ୟ କହିଥିଲେ ଯେ ଫିଲ୍ମ ଇଣ୍ଡଷ୍ଟ୍ରି କାହାର ସମ୍ପତ୍ତି ନୁହେଁ। ଏକ ସାକ୍ଷାତକାରରେ ଶତ୍ରୃଘ୍ନ ସିହ୍ନା କହିଥଲେ ଯେ ‘ଆମ ଜମାନାରେ କୌଣସି କଫି ଓ୍ବିଥ ଅର୍ଜୁନ ନଥିଲା। ଏଭଳି ପ୍ଲାନଡ ଇଭେଣ୍ଟସ୍ ଯୋଗୁଁ ବିବାଦ ଜନ୍ମିଥାଏ। ଏବେ ଯେଉଁମାନଙ୍କ ବିଷୟରେ ଆଲୋଚନା ଚାଲିଛି ସେମାନେ ସମସ୍ତେ ଆମ ସମାଜର ସଦସ୍ୟ।’

ସେ ଆଗକୁ କହିଥିଲେ ଯେ ଫିଲ୍ମ ଇଣ୍ଡଷ୍ଟ୍ରି କୌଣସି ଜଣେ ବ୍ୟକ୍ତିଙ୍କ ନୁହେଁ,ଯିଏ ଏହା କହିବ ଯେ ଚାଲ ଏହାର ବୟକଟ୍ କରିବା କିମ୍ବା କୌଣସି ବ୍ୟକ୍ତିଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ହଟାଇ ଦେବା। ଆପଣ ପଚାରିବାକୁ କିଏ ଯେ ଆପଣ ଇଣ୍ଡଷ୍ଟ୍ରିକୁ କିପରି ପ୍ରବେଶ କଲେ ଏବଂ ଆପଣ ନିଜ ଜୀବନରେ କ’ଣ କରିଛନ୍ତି?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.