Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଶକ୍ତିକାନ୍ତ ଦାସ ଦେଲେ ଭରସା, ଦେଶର ଅର୍ଥନିତି ସୁଧୁରୁଛି, ଭାରତ ଉନ୍ନତିର ଦ୍ୱାରଦେଶରେ

21/10/2020 at 10:29 PM

ନୂଆଦିଲ୍ଲୀ, ୨୧ ।୧୦:  ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଅର୍ଥନୀତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କରୋନା ଭାଇରସ ପାଇଁ ଭୁଷୁଡି ପଡିଥିବା ଦେଶର ଆର୍ଥିକ ସ୍ଥିତିରେ ଏବେ ପୁଣି ସୁଧାର ଆସୁଥିବା ସେ କହିଛନ୍ତି ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଏବେ ଦେଶର ଆର୍ଥିକ ସ୍ଥିତି ସଜାଡିବାକୁ ପ୍ରୟାସ ଚାଲିଛି । ଅର୍ଥନୀତି ସୁଧୁରିବାର ଦ୍ୱାର ଦେଶରେ ପହଁଚି ସାରିଛି । ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ମଧ୍ୟ ପରିଲକ୍ଷିତ ହେଲାଣି । କରୋନାକୁ ଚ୍ୟାଲେଞ୍ଚ ଭାବେ ଗ୍ରହଣ କରି ଆଇନ ପ୍ରଣୟନକାରୀମାନେ ନିରନ୍ତର ପ୍ରୟାସ କରୁଛନ୍ତି । ସରକାର ମଧ୍ୟ ଏନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମହାମାରୀ ପାଇଁ ବ୍ୟାଙ୍କ ଓ ଅଣବ୍ୟାଙ୍କିଂ ସଂସ୍ଥା ଗୁଡିକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିରୁ ମୁକୁଳିବା ପାଇଁ କ୍ୟାପିଟାଲ୍ ବଫର୍ ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି । ସରକାରଙ୍କ କିଛି ନିଷ୍ପତ୍ତି ମଧ୍ୟ ଏଦିଗରେ ସହାୟତା ପ୍ରଦାନ କରିବ । ଯାହା ଅର୍ଥନୀତିକୁ ପୂର୍ବାବସ୍ଥାକୁ ଫେରାଇ ଆଣିବ ବୋଲି ସେ କହିଛନ୍ତି ।

   Related Posts