ଭାରତୀୟ ରେଲଓ୍ଵେ ଶୀଘ୍ର ଆରମ୍ଭ କରିବ ଶତାବ୍ଦୀ ଓ ମେଲ୍-ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩।୦୫: ଦେଶରେ ଏବେ ଖୁବ୍ ଶୀଘ୍ର ଶତାବ୍ଦୀ ସହିତ ଅନ୍ୟ ମେଲ୍‌ ଓ  ଏକ୍ସପ୍ରେସ୍ ଟ୍ରେନ୍‌ର ଚଳାଚଳ ଆରମ୍ଭ କରାଯିବ। ଏହା ସହିତ ନିକଟରେ ଆରମ୍ଭ କରାଯାଇଥିବା ସ୍ଵତନ୍ତ୍ର ଟ୍ରେନ୍ ପାଇଁ ଓ୍ଵେଟିଂ ଟିକେଟ୍‌ ବି ମିଳି ପାରିବ। ମେ ୧୨ରୁ ଚାଲୁଥିବା ସ୍ଵତନ୍ତ୍ର ଟ୍ରେନ୍ ଲାଗି ଅଦ୍ୟାବଧି କନଫର୍ମ ଟିକେଟ୍ ହିଁ ବୁକିଂ ହେଉଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଵତନ୍ତ୍ର ଟ୍ରେନ୍‌ର ଏସି-୧ କୋଚ୍‌ରେ ୨୦ ଓ୍ଵେଟିଂ ଟିକେଟ୍ ମଧ୍ୟ ରଖାଯିବ। ଏସି-୨ରେ ୫୦ ସିଟ୍‌ ଓ ଏସି-୩ରେ ୧୦୦ ସିଟ୍‌ ଓ୍ଵେଟିଂରେ ଦିଆଯିବ। ଅନ୍ୟପଟେ ସ୍ଲିପର ସିଟ୍ ସଂଖ୍ୟା ୨୦୦ ରହିବ। କିନ୍ତୁ ଆରଏସିରେ ସଂପ୍ରତି ଟିକେଟ୍ ଦିଆଯିବ ନାହିଁ।

{"id":269568,"sizeSlug":"large"}
{"id":269570,"sizeSlug":"large"}

ଭାରତୀୟ ରେଲଓ୍ଵେ ମେ ୧୨ରୁ ୧୫ ଯୋଡା ସ୍ଵତନ୍ତ୍ର ଟ୍ରେନ୍ ଚଳାଇବା ଆରମ୍ଭ କରିଛି। ଏହି ଟ୍ରେନ୍ ନୂଆଦିଲ୍ଲୀରୁ ଡିବ୍ରୁଗଢ, ଅଗରତାଲା, ହାଓ୍ଵଡା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ଵର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ତିରୁଅନନ୍ତପୁରମ, ମଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ ଓ ଜାମ୍ମୁ ପର୍ଯ୍ୟନ୍ତ ଚଳାଚଳ କରୁଛି।

ମେ ୧୨ରୁ ଆରମ୍ଭ ହେଲା ସ୍ଵତନ୍ତ୍ର ଟ୍ରେନ୍

ଦେଶରେ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ଜାରି ଲକ୍‌ଡାଉନ୍‌ କାରଣରୁ ଗତ ୫୦ ଦିନରୁ ସମଗ୍ର ଦେଶରେ ଭାରତୀୟ ରେଲଓ୍ଵେ ସେବା ବନ୍ଦ ରହିଥିଲା। ଏହି କାରଣରୁ ଦେଶର ଅନେକ ଭାଗରେ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଫସି ରହିଥିଲେ। ରେଲଓ୍ଵେ ପକ୍ଷରୁ ମେ ୧୨ରୁ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହେବା ନେଇ ମେ ୧୦ରେ ଘୋଷଣା ହୋଇଥିଲା। ଏହି ଟ୍ରେନ୍‌ରେ ଯାତ୍ରା କରିବାକୁ ପହଞ୍ଚିବା ଯାତ୍ରୀ ରେଲଓ୍ଵେ ଦ୍ଵାରା ପ୍ରସ୍ତୁତ ଗାଇଡ୍‌ ଲାଇନ୍‌ ପାଳନ କରୁଥିବା ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.