ଶାସ୍ତ୍ରୀ ଟାଣିଲେ ସନ୍ଦେହରେ ଷ୍ଟପ୍, କହିଲେ IPL ରେ ଚମକିବେ ଧୋନୀ, ବିବାଦ ପୂର୍ବରୁ କହିବେ,'Thank you very much'

Published By : Prameya-News7 Bureau | January 25, 2020 IST

ନୂଆଦିଲ୍ଲୀ୨୫/୧: ବର୍ତ୍ତମାନ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଜୋର ଚର୍ଚ୍ଚା ଚାଲିଛି। ନିକଟରେ ବିସିସିଆଇର କଣ୍ଟ୍ରାକ୍ଟ ଲିଷ୍ଟ୍‌ରେ ଧୋନୀଙ୍କ ନାଁ ବାଦ ପଡ଼ିଥିଲା। ବିସିସିଆଇର ଏଭଳି ନିଷ୍ପତ୍ତି ପରେ କ୍ରିକେଟ ଜଗତରୁ ଧୋନୀ ସନ୍ନ୍ୟାସ ନେଇ ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଏହି ସମୟରେ ଧୋନୀଙ୍କ କ୍ରିକେଟ କ୍ୟାରିୟରକୁ ନେଇ ରବି ଶାସ୍ତ୍ରୀ ଏକ ବଡ଼ ବୟାନ ଦେଇଛନ୍ତି।

ଭାରତୀୟ କ୍ରିକେଟ ଟିମର କୋଚ୍ ରବି ଶାସ୍ତ୍ରୀ ଏକ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେବା ସମୟରେ ଧୋନୀଙ୍କ ସଂପର୍କରେ କହିଛନ୍ତି। ଆଗାମୀ ଆଇପିଏଲ୍‌ ମ୍ୟାଚରେ ଧୋନୀଙ୍କୁ ନେଇ କ୍ରିକେଟପ୍ରେମୀଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଠିକ ସମୟରେ କ୍ରିକେଟ ପ୍ରେମୀ ଧୋନୀଙ୍କ ସଂପର୍କରେ ଜାଣି ପାରିବେ।

ରବି ଶାସ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଗତ ବର୍ଷ ବି ଏଭଳି କିଛି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଥିଯୋଗୁଁ ଟେଷ୍ଟ ମ୍ୟାଚ୍‌ରୁ ଧୋନୀ ଅବସର ନେଇ ଯାଇଥିଲେ।  ଏପରି କି କ୍ରିକେଟ ଜଗତରୁ ନିଜକୁ ବହୁଦିନ ମଧ୍ୟ ଦୂରେଇ ରଖିଥିଲେ। କୌଣସି ପରିସ୍ଥିତିରେ କାହା ସହ ଯୁକ୍ତି କରିବାକୁ ଧୋନୀ ଚାହାନ୍ତି ନାହିଁ। ଯଦି ଆଇପିଏଲ୍ ମ୍ୟାଚରେ ସେହିଭଳି କିଛି ପରିସ୍ଥିତି ଉପୁଜେ ତେବେ ଧୋନୀ ‘Thank you very much’ କହି ମୁହଁ ଫେରାଇ ନେଇ ପାରନ୍ତି। ଆଇପିଏଲ୍‌ ମ୍ୟାଚରେ ଧୋନୀଙ୍କୁ ନେଇ ବାଦ ବିବାଦ ଲାଗିଲେ ସେ କ୍ରିକେଟ ଖେଳକୁ ସବୁଦିନ ପାଇଁ ଅଲବିଦା କହି ପାରନ୍ତି। ତେଣୁ ସେହି ସମୟକୁ ଅପେକ୍ଷା କରିବାକୁ କ୍ରିକେଟପ୍ରେମୀଙ୍କୁ ରବି ଶାସ୍ତ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.