Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଦଶହରାରେ ଫ୍ରାନ୍ସରେ ହେବ ଶସ୍ତ୍ର ପୂଜା- ସେହିଦିନ ରାଫେଲ ଯୁଦ୍ଧ ବିମାନ ଭାରତକୁ ହସ୍ତାନ୍ତର କରିବ ଫ୍ରାନ୍‌ସ

6/10/2019 at 5:28 PM

ପ୍ୟାରିସ ୦୬।୧୦- ଦଶହରା ଦିନ ଫ୍ରାନ୍ସରେ ଶସ୍ତ୍ରପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଆସନ୍ତାକାଲିଠାରୁ ରାଜନାଥ ତିନି ଦିନିଆ ପ୍ୟାରିସ ଗସ୍ତରେ ଯିବେ । ଅକ୍ଟୋବର ୮ରେ ଭାରତକୁ ପ୍ରଥମ ରାଫେଲ ଯୁଦ୍ଧ ବିମାନ ମିଳିବ । ସେପଟେ ୮ ତାରିଖରେ ଏୟାର ଫୋର୍ସ ଡେ ପାଳନ କରାଯିବ। ଏହା ପୂର୍ବରୁ ଗାଜିଆବାଦର ହିଣ୍ଡନ ଏୟାର ବେସ୍ ରେ ବାୟୁସେନା ପକ୍ଷରୁ ଫୁଲ ଡ୍ରେସ ରିହର୍ସଲ କରାଯାଇଛି । ଆକାଶରେ ପରାକ୍ରମ ଦେଖାଇଛନ୍ତି ବାୟୁସେନାର ଯବାନ ।…

ଦଶହରାରେ ଏଥର  ଇମ୍ରାନ ରାବଣ ।  ଆଉ ପାକିସ୍ତାନର ହରକତକୁ ଜବତ କରିବା ଲାଗି ଆସିବ ରାଫେ ଲ। ସେପୁଣି ସେହି ସେହି ଦଶହରାରେ। ଅକ୍ଟୋବର ୮ରେ ଏୟାର ଫୋର୍ସର ପ୍ରତିଷ୍ଠା ଦିବସ ତଥା ଦଶହରା ଅବସରରେ ଫ୍ରାନସରେ ପ୍ରତିରକ୍ଷା ମନ୍ତ୍ରୀ କରିବେ ଶସ୍ତ୍ରପୂଜା। ସେହିଦିନ ରାଫେଲ ଯୁଦ୍ଧ ବିମାନ ଭାରତକୁ ହସ୍ତାନ୍ତର କରିବ ଫ୍ରାନ୍‌ସ । ଏଥିପାଇଁ ଆସନ୍ତା କାଲିଠାରୁ ତିନି ଦିନିଆ ପ୍ୟାରିସ ଗସ୍ତରେ ଯାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଫ୍ରାନ୍ସ ଏୟାରଫୋର୍ସ ଏୟାରବେସରେ ରାଫେଲରେ ଉଡ଼ାଣ ଭରିବେ ରାଜନାଥ । ଏହି କାର୍ଯ୍ୟକ୍ରମରେ ଫ୍ରାନସ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ରାଫେଲ ନିର୍ମାଣ କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ରହିବେ ।… ଫ୍ରାନସରୁ ଭାରତ ୩୬ଟି ଲଢୁଆ ରାଫେଲ ଯୁଦ୍ଧବିମାନ କିଣିବ । ଏହି ଯୁଦ୍ଧ ବିମାନ ଶକ୍ତିଶାଳୀ ମାରଣାସ୍ତ୍ର ଏବଂ ମିଶାଇଲ ବହନ କରିବାରେ ସକ୍ଷମ, ଯାହା ଆକାଶରେ ଶତ୍ରୁ ପକ୍ଷର ନିଦ ହଜାଇଦେବ ।…      

ଏପଟେ ଆସନ୍ତା ୮ ତାରିଖରେ ୮୭ ତମ ଏୟାର ଫୋର୍ସ ଡେ ପାଳନ କରାଯିବ । ଏଥିପାଇଁ ଦିଲ୍ଲୀ ନିକଟବର୍ତ୍ତୀ ଗାଜିଆବାଦର ହିଣ୍ଡନ ଏୟାର ବେସ୍ ରେ ଫୁଲ ଡ୍ରେସ ରିହର୍ସଲ କରାଯାଇଛି। ବାୟୁସେନା ପକ୍ଷରୁ ଆକର୍ଷଣୀୟ ଏୟାର ସୋ ଚାଲିଛି । ଆକାଶରୁ ତିନି ରଙ୍ଗର ପାରାଚ୍ୟୁଟରେ ଓହ୍ଲାଇ ଆକର୍ଷଣୀୟ କୌଶଳ ପ୍ରଦର୍ଶନ କରିଛନ୍ତି ବାୟୁସେନାର ଯବାନ । ତିନି ରଙ୍ଗର ପାରାଚ୍ୟୁଟ ଆକାଶରେ ତ୍ରିରଙ୍ଗାର ଭ୍ରମ ସୃଷ୍ଟି କରିଥିଲା।…

() ଏହି ସମୟରେ ସୁଖୋଇ 30MKI ମଲଟିରୋଲ ଫାଇଟର ଜେଟରୁ ଭର୍ଟିକାଲ ଚାର୍ଲି ଦେଖାଇଥିଲେ ଏୟାର ଫୋର୍ସର ସ୍କ୍ବାଡ୍ରନ ଲିଡର । ଏୟାର ସୋର ଏହା ଥିଲା ଚିତ୍ତାକର୍ଷକ ପ୍ରଦର୍ଶନ।…ସାଧାରଣତଃ ଭର୍ଟିକାଲ ଚାର୍ଲି ସୋରେ ଥାଏ ଅନେକ ରିସ୍କ। କିନ୍ତୁ ଏହି ଶୋ ମାଧ୍ୟରେ ନୂଆ ବାୟୁ ସେନା ମୁଖ୍ୟ ଆରକେଏସ ଭଦୌରିଆଙ୍କୁ ସାଲ୍ୟୁଟ ଜଣାଯାଇଥିଲେ ଏୟାର ଫୋର୍ସର ଯବାନ ।…

ଯାହା ମାଧ୍ୟମରେ ଭାରତୀୟ ବାୟୁସେନାତ ଦେଖାଇଥିଲା ତାର ପରାକ୍ରମ ।…

   Related Posts