ପତ୍ନୀ ସୁନନ୍ଦା ପୁସ୍କରଙ୍କ ମୃତ୍ୟୁ ମାମଲାରେ ଆଗୁଆ ଜାମିନ ଆବେଦନ କଲେ କଂଗ୍ରେସ ସାଂସଦ ଶଶୀ ଥରୁର

Published By : Prameya-News7 Bureau | July 03, 2018 IST

ଆଗୁଆ ଜାମିନ ଆବେଦନ କଲେ କଂଗ୍ରେସ ସାଂସଦ ଶଶୀ ଥରୁର । ପତ୍ନୀ ସୁନନ୍ଦା ପୁସ୍କର ଙ୍କ ମୃତ୍ୟୁ ମାମଲାରେ ସମ୍ଭାବ୍ୟ ଗିରଫଦାରିକୁ ଏଡାଇବା ଲାଗି ଶଶୀ ଥରୁର ଦିଲ୍ଲୀ ପତିଆଲା ହାଉସ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।ଆସନ୍ତା ୭ ତାରିଖରେ କୋର୍ଟରେ ହାଜର ହେବା ଲାଗି ଥରୁରଙ୍କୁ ନୋଟିସ ଜାରି ହୋଇଛି । ସୁନନ୍ଦା ପୁସ୍କର ମୃତ୍ୟୁ ମମାଲାରେ ଜଣେ ଅଭିଯୁକ୍ତ ଭାବେ ତାଙ୍କୁ ନୋଟିସ ପଠାଯାଇଥିବାରୁ ଶଶୀ ଥରୁର ଆଗୁଆ ଜାମିନ ଆବେଦନ କରିଛନ୍ତି । ଆସନ୍ତାକାଲି ସକାଳ ୧୦ଟା ବେଳେ ଥରୁରଙ୍କ ଆବେଦନର ଶୁଣାଣି ହେବ । ତେବେ କଂଗ୍ରେସ ସାଂସଦ ଜାମିନ ପାଇବା ନିଶ୍ଚିତ ବୋଲି କହିଛନ୍ତି ତାଙ୍କ ଓକିଲ । ଉଲ୍ଲେଖଯୋଗ୍ୟ ଯେ, ଗତ ୪ ବର୍ଷ ତଳେ ଦିଲ୍ଲୀର ଲୀଲା ହୋଟେଲର ଏକ ପ୍ରକୋଷ୍ଠରୁ ସୁନନ୍ଦାଙ୍କ ମୃତ ଦେହ ମିଳିଥିଲା । ତେବେ ଗତ ମାସ ୫ ତାରିଖରେ ଦିଲ୍ଲୀର ଏକ ଅଦାଲତ ଦେଇଥିବା ନିର୍ଦ୍ଦେଶରେ ସୁନନ୍ଦା ମୃତ୍ୟୁ ମାମଲାର ସମ୍ମୁଖୀନ ହେବାକୁ ଥରୁରୁଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.