ଶଶି ଥରୁରୁ ଶିଖାଇଲେ ନୂତନ ଇଂରାଜୀ ଶବ୍ଦ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦାଢିର ଉଦାହରଣ ଦେଇ ବୁଝାଇଲେ

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ ୦୨।୦୭: ନିଜକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା କଂଗ୍ରେସ ନେତା ଶଶିଥରୁର ପୁଣି ଏକ ନୂତନ ଶବ୍ଦ ଜଣାଇଛନ୍ତି। ଏହାର ଅର୍ଥ କହିବାକୁ ଯାଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦାହରଣ ଦେଇଛନ୍ତି। ଜଣେ ଟ୍ଵିଟ୍ ୟୁଜରଙ୍କ ଅନୁରୋଧକ୍ରମେ ଥରୁର ଏକ ନୂତନ ଶବ୍ଦ ଜଣାଇଛନ୍ତି। ଏହାର ଅର୍ଥକୁ ଥରୁର ମଜାଳିଆ ଢଙ୍ଗରେ  ବୁଝାଇଛନ୍ତି। ସେ ଜଣାଇଥିବା ନୂତନ ଶବ୍ଦର ନାଁ pogonotrophy(ପୋଗୋନୋଟ୍ରଫି), ଯାହାର ଅର୍ଥ ଦାଢି ବଢାଇବା। ଥରୁର ଏହି ଶବ୍ଦର ଅର୍ଥ ବୁଝାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦାଢିର ଉଦାହରଣ ଦେଇଛନ୍ତି।

ସୂଚନା ଅନୁଯାୟୀ, ଡ. ପ୍ରିୟା ଆନନ୍ଦ ନାମକ ଜଣେ ଟ୍ଵିଟର ୟୁଜର ଶଶି ଥରୁରଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ସାର, ଆପଣଙ୍କ ସ୍ପଷ୍ଟ ଭାଷଣ  ବ୍ୟତୀତ ମୁଁ ଆପଣଙ୍କଠୁ ନୂତନ ଶବ୍ଦ ଶିଖିବାକୁ ଅପେକ୍ଷା କରିଛି। ଚିରାଚରିତ ଧାରାରୁ ହଟି କିଛି ନୂତନ ଶବ୍ଦ ଜାଣିବା ସର୍ବଦା ଭଲ ରହିଥାଏ।

wp:html /wp:html

ଏହାର ଉତ୍ତରରେ ଥରୁର ଟ୍ଵିଟ୍ କରିଛନ୍ତି, ମୋର ଅର୍ଥଶାସ୍ତ୍ରୀ ବନ୍ଧୁ ରଥିନ ରୟ ଆଜି ମୋତେ ଏକ ନୂତନ ଶବ୍ଦ ଶିଖାଇଛନ୍ତି। ତାହା ହେଉଛି ପୋଗୋନୋଟ୍ରଫି, ଯାହାର ଅର୍ଥ ଦାଢି ବଢାଇବା। ଯେମିତି କି ମହାମାରୀ ଚିନ୍ତାରେ ବ୍ୟସ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦାଢି ବଢି ଯାଇଛି। କେରଳର ତିରୁଅନନ୍ତପୁରମର ସାଂସଦ ଥରୁର ଏହା ପୂର୍ବରୁ ମଧ୍ୟ ଅନେକ୍ ଟ୍ଵିଟ୍ ଜରିଆରେ ଇଂରାଜୀର  ବିଶେଷଜ୍ଞଙ୍କୁ ଶବ୍ଦକୋଷ ଓଲଟାଇବାକୁ ବିବଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.