ଦୁବାଇରେ ଶଶି ଥରୁର ପାକିସ୍ତାନୀ ସାମ୍ବାଦିକାଙ୍କ ସହ ବିତାଇଥିଲେ ୩ ରାତି : ପଢ଼ନ୍ତୁ ଏହି ଘଟଣା ପଛରେ ଥିବା ସତ୍ୟତା ବିଷୟରେ…

Published By : Prameya-News7 Bureau | September 01, 2019 IST

ନୂଆଦିଲ୍ଲୀ ୧/୯: ଦିଲ୍ଲୀ ପୋଲିସ୍ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଅନୁମତି ମାଗିଛନ୍ତି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଶୁଣାଣି ସମୟରେ ପୋଲିସ୍ କହିଛି ଯେ ସୁନନ୍ଦା ପୁଷ୍କର ଏବଂ ଶଶି ଥରୁରଙ୍କର ଏହା ତୃତୀୟ ବିବାହ ଥିଲା। ସୁନନ୍ଦା ପୁଷ୍କରଙ୍କ ପୁଅ ଶିବ ମେନନ ଏସଡିଏମକୁ ଦେଇଥିବା ବୟାନରେ କହିଥିଲେ ଯେ ତାଙ୍କ ମାଆ ସୁନନ୍ଦା ଜଣେ ଦୃଢ଼ ଇଚ୍ଛାଶକ୍ତି ସମ୍ପନ୍ନ ମହିଳା ଥିଲେ। ସେ କେବେ ବି ଆତ୍ମହତ୍ୟା କରିନଥିବେ। ଶୁଣାଣି ସମୟରେ ପାକିସ୍ତାନୀ ସାମ୍ବାଦିକ ମେହର ତରାରଙ୍କ ସହ ଶଶି ଥରୁରଙ୍କ ସମ୍ପର୍କ ଏବଂ ଦୁବାଇରେ ସୁନନ୍ଦା ଏବଂ ଶଶିଙ୍କ ଝଗଡ଼ା କଥା ମଧ୍ୟ ସାମନାକୁ ଆସିଛି।

{"id":151771}

ଦିଲ୍ଲୀ ପୋଲିସ୍ କୋର୍ଟକୁ କହିଛି ଯେ ଘରର ଚାକର ମଧ୍ୟ କହିଥିଲା ଯେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ​ରେ ଝଗଡ଼ା ହେଉଥିଲା। ପାକିସ୍ତାନୀ ସାମ୍ବାଦିକ ମେହର ତରାରଙ୍କୁ ନେଇ ତାଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଦୁବାଇରେ ସକାଳ ୪ଟା ଯାଏଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦିଲ୍ଲୀ ପୋଲିସ୍ କୋର୍ଟରେ ନିଜର ପକ୍ଷ ରଖିଥିଲା ଏବଂ ଯାଞ୍ଚ ସମୟରେ ସୁନନ୍ଦାଙ୍କ ସମ୍ପର୍କୀୟ ଏବଂ ଚାକରଙ୍କ ବୟାନକୁ କୋର୍ଟରେ ଅବଗତ କରିବାକୁ ଉଦ୍ୟମ କରିଥିଲା। ଦିଲ୍ଲୀ ପୋଲିସ୍ ଅଦାଲତରେ କହିଥିଲା ଯେ ଶଶି ଥରୁରଙ୍କ ବିରୋଧରେ ପତ୍ନୀଙ୍କ ହତ୍ୟା ମାମଲା ରୁଜୁ କରାଯାଇପାରିବ। ଯଦି ଅଦାଲତ ଆଦେଶ ଦେବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୁନନ୍ଦାଙ୍କ ଭାଇ ମଧ୍ୟ କହିଥିଲେ ଯେ ସୁନନ୍ଦା ମାନସିକ ଚାପଗ୍ରସ୍ତ ରହୁଥିଲେ।

{"id":151772}

ଅଭିଯୋଜକ ମୃତା ସୁନନ୍ଦାଙ୍କ ବନ୍ଧୁ ସାମ୍ବାଦିକା ନଳିନୀ ସିଂହଙ୍କ ବୟାନ ପଢ଼ିଥଲେ,ଯେଉଁଥିରେ ଲେଖାଯାଇଥିଲା,‘ ସେ ସୁନନ୍ଦାଙ୍କୁ ୩/୪ବର୍ଷ ହେବ ଜାଣିଛନ୍ତି। ସେ ତାଙ୍କ ବ୍ୟକ୍ତିଗତ କଥା ତାଙ୍କୁ କହିଥିଲେ। ସୁନନ୍ଦା ତାଙ୍କୁ କହିଥିଲେ ଶଶି ଏବଂ ମେହର ୩ରାତି ଏକାଠି ବିତାଇଥିଲେ। ସୁନନ୍ଦା ,ନଳିନୀ ସିଂହଙ୍କୁ କହିଥିଲେ ଯେ ସେ ଶଶିଙ୍କ ବିବିଏମ ଚାଟ୍ ଦେଖିଥିଲେ ଯେଉଁଥିରେ ମେହରଙ୍କ ସହ ରୋମାଣ୍ଟିକ୍ ମ୍ୟାସେଜ ସେୟାର କରାଯାଇଥିଲା। ସୁନନ୍ଦାଙ୍କୁ ଛାଡ଼ପତ୍ର ଦେବା କଥା ମଧ୍ୟ ମ୍ୟାସେଜରେ ଲେଖା ଯାଇଥିଲା। ମ୍ୟାସେଜରେ ପାକିସ୍ତାନୀ ସାମ୍ବାଦିକଙ୍କୁ ବିବାହ କରିବା କଥା ଲେଖାଯାଇଥିଲା। ଏହି ମ୍ୟାସେଜ ପଢ଼ି ସେ କାନ୍ଦୁଥିଲେ। ମ୍ୟାସେଜରେ ଲେଖା ହୋଇଥିଲା ଯେ ସାଧାରଣ ନିର୍ବାଚନ ପରେ ଶଶି, ସୁନନ୍ଦାଙ୍କୁ ଛାଡ଼ପତ୍ର ଦେବେ। ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।

{"id":151773}

ସୁନନ୍ଦାଙ୍କ ବନ୍ଧୁ ସୁନୀଲ ଟକରୁଙ୍କ ବୟାନ ବିଷୟରେ ମଧ୍ୟ ଦିଲ୍ଲୀ ପୋଲିସ୍ କହିଥିଲା ଯେ ମେହରଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ସୁନନ୍ଦା ମଧ୍ୟ ଶଶିଙ୍କ ପର୍ଦ୍ଦାଫାଶ କରିଦେବେ ବୋଲି ଧମକ ଦେଉଥିଲେ। ସେ ମାନସିକ ଚାପରେ ରହୁଥିଲେ। ସେ ବିଷ ଖାଇଥିଲେ କିମ୍ବା ତାଙ୍କୁ ବିଷ ଦିଆଯାଇଥିଲା। ତାଙ୍କୁ କୌଣସି ହୃଦ ସମସ୍ୟା ନଥିଲା। ତାଙ୍କ ଡାକ୍ତରୀ ରିପୋର୍ଟ ମଧ୍ୟ ନର୍ମାଲ୍ ଥିଲା।

{"id":151774}

୨୦୧୪ମସିହା ଜାନୁୟାରୀ ୧୭ତାରିଖରେ ସୁନନ୍ଦା ପୁଷ୍କର ହୋଟେଲ ରୁମରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଦିଲ୍ଲୀ ପୋଲିସ୍ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ଅଜଣା ବ୍ୟକ୍ତି ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗତ ବର୍ଷ ମଇ ୧୪ତାରିଖରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଶଶିଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା। ଶଶି ଥରୁରଙ୍କ ବିରୋଧରେ ସୁନନ୍ଦା ପୁଷ୍କରଙ୍କୁ ପ୍ରତାରିତ କରିବା ଏବଂ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାର ଅଭିଯୋଗ ରହିଛି। ଥରୁର ଏହି ମାମଲାରେ ଜାମିନରେ ଜାମିନରେ ଅଛନ୍ତି।

{"id":151775}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.