ପାକିସ୍ତାନ ମଞ୍ଚରେ ଶଶୀ ଥରୁର୍‌ଙ୍କ ବିବାଦୀୟ ବୟାନ୍: ଭାରତରେ ମୁସଲମାନଙ୍କ ସହିତ ହେଉଛି ଭେଦଭାବ, ଜମାତ୍ ବାହାନାରେ କରାଯାଇଥିଲା ଟାର୍ଗେଟ୍

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮/୧୦ : କଂଗ୍ରେସର ବରିଷ୍ଠ ନେତା ତଥା ସାହିତ୍ୟକାର ଶଶୀ ଥରୁର ଦେଶର ଶତ୍ରୁ ସମ୍ମୁଖରେ ଦେଶକୁ ବଦନାମ କଲାଭଳି ବୟାନ ଦେଇଛନ୍ତି। ଶଶୀ ଥରୁରଙ୍କ ବୟାନକୁ ନେଇ ବିବାଦ ଛିଡା ହୋଇଛି। ଶଶୀ ଥରୁର ପାକିସ୍ତାନ ମଞ୍ଚରେ କହିଛନ୍ତି ଯେ, ଭାରତରେ ମୁସଲମାନ ଓ ଉତ୍ତର ପୂର୍ବାଞ୍ଚଳ ଲୋକଙ୍କ ସହ ଭେଦଭାବ ହୋଇଥାଏ। ଲାହୋର ଥିଙ୍କ ଫେଷ୍ଟ ନାମକ କାର୍ଯ୍ୟକ୍ରମରେ ଶଶୀ ଥରୁର ଅନଲାଇନ ସାମିଲ ଦେଇଥିଲେ। କାର୍ଯ୍ୟକ୍ରମରେ ସେ କହିଥିଲେ ଯେ କରୋନା ମହାମାରୀ ସମୟରେ ଦେଶରେ ଭେଦଭାବ ବୃଦ୍ଧି ପାଇଥିଲା। ଦିଲ୍ଲୀରେ ହୋଉଥିବା ତବଲିଗି ଜମାତ ସମ୍ପର୍କରେ ସେ କହିଛନ୍ତି ଯେ ଭାରତରେ ମୁସଲମାନଙ୍କ ବିରୋଧରେ ଭେଦଭାବ ଦର୍ଶାଇବାକୁ ଏହି ମାମଲାକୁ ବ୍ୟବହାର କରାଯାଇଥିଲା। ସେ କହିଛନ୍ତି, 'ଭାରତରେ ପରସ୍ପର ପ୍ରତି ଭୟର ମାହୋଲ ସୃଷ୍ଟି କରାଯାଇଥାଏ। ଆପଣମାନଙ୍କ ମଧ୍ୟରୁ କେତେଜଣ ସେ ହ୍ୱାଟ୍ସଆପ୍ ଭିଡିଓ ଦେଖିଛନ୍ତି ମୁଁ ଜାଣିନି ଯେଉଁଥିରେ ଚାଇନିଜ୍ କିମ୍ବା ତାଙ୍କ ଭଳି ଦିଶୁଥିବା ଲୋକଙ୍କ ସହ ପାଶ୍ଚାତ୍ୟ ଦେଶରେ ଭେଦଭାବ ହୋଇଥାଏ। ଭାରତରେ ଉତ୍ତର ପୂର୍ବାଞ୍ଚଳ ଲୋକଙ୍କ ସହ ଏହି ସମସ୍ୟା ଦେଖିବାକୁ ମିଳିଥାଏ କାରଣ ସେମାନେ ଅଲଗା ଦେଖାଯାନ୍ତି। ଏହି ଭେଦଭାବ ବିରୋଧରେ ଆମେ ଭାରତରେ ଲଢେଇ କରୁଛୁ।'

ଏହି ଭେଦଭାବ କରୋନା ମହାମାରୀ ସମୟରେ ମଧ୍ୟ ନଜର ଆସିଥିଲା ବୋଲି ସେ କହିଛନ୍ତି। ଯେତେବେଳେ ତବଲିଗି ଜମାତ ପ୍ରସଙ୍ଗ ଉଠିଥିଲା। ଲକଡାଉନ୍ ଠିକ ପୂର୍ବରୁ ଜମାତି ଏକାଠି ହୋଇଥିଲେ। ଏମାନେ ନିଜ ନିଜ ରାଜ୍ୟକୁ ଫେରିବା ସମୟରେ କରୋନା ସଂକ୍ରମଣ ବଢିଗଲା। ଏହି ମାମଲାକୁ ନେଇ ଭାରତରେ ମୁସଲମାନଙ୍କ ବିରୋଧରେ ଭେଦଭାବକୁ ଠିକ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଥିଲା।

ଶଶୀ ଥରୁରଙ୍କ କିଛି ବିବାଦୀୟ ବୟାନ:

୨୦୧୮ ଜୁଲାଇ- ୨୦୧୯ ରେ ନରେନ୍ଦ୍ର ମୋଦି ପୁଣି କ୍ଷମତାକୁ ଆସିବାରୁ ଦେଶ 'ହିନ୍ଦୁ ପାକିସ୍ତାନ' ହୋଇଗଲା

୨୦୧୮ ଅକ୍ଟୋବର ୧୬- ଜଣେ ଭଲ ହିନ୍ଦୁ କେବେ ବି ଚାହିଁବନି ଯେ ମସଜିଦ ଢାଞ୍ଚା ଭାଙ୍ଗି ରାମ ମନ୍ଦିର ନିର୍ମାଣ ହେଉ

୨୦୧୮ ଅକ୍ଟୋବର ୨୮ - ପିଏମ ମୋଦି ଶିବଲିଙ୍ଗରେ ବସିଥିବା ବିଛା ଭଳି, ଯାହାକୁ ନା ହାତରେ ହଟାଇ ହେବ ନା ଚପଲରେ ମରିହେବ

୨୦୧୯ ଜାନୁଆରୀ ୨୯, ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍ ବୈଠକରେ- ଗଙ୍ଗା ବି ସ୍ୱଚ୍ଛ ରଖିବାର ଅଛି ଆଉ ପାପ ବି ଏଇଠି ଧୋଇବାର ଅଛି, ଏହି ସଙ୍ଗମରେ ସମସ୍ତେ ଉଲଗ୍ନ, ଜୟ ଗଙ୍ଗା ମୟା କି

୨୦୧୯ ଜାନୁଆରୀ ୩୧ - ହିନ୍ଦୁ, ହିନ୍ଦୁ, ହିନ୍ଦୁତ୍ୱ ବିଚାରଧାରା ଦେଶକୁ ବାଣ୍ଟୁଛି | ଆମକୁ ଏକତାର ଆବଶ୍ୟକତା ରହିଛି, ସମାନତାର ନୁହେଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.