ନାସିରୁଦ୍ଦିନଙ୍କ ଉପରେ ବର୍ଷିବାରୁ ସ୍ବରାଜଙ୍କୁ କହିଲେ ଶଶି ଥରୁର,‘ ଅନ୍ୟ ଧର୍ମରେ ବିବାହ କରିବା ଦେଶଦ୍ରୋହ କି?’

Published By : Prameya-News7 Bureau | January 24, 2020 IST

ନୂଆଦିଲ୍ଲୀ ୨୪/୧: ନାଗରିକତା ସଂଶୋଧନ ଆକ୍ଟ ଏବଂ ନ୍ୟାସନାଲ ରେଜିଷ୍ଟାର ଫର ସିଟିଜେନ୍ ମୁଦ୍ଦା ଉପରେ ବଲିଉଡଠୁ ଆରମ୍ଭ କରି ରାଜନୀତି ଦୁନିଆରେ ଚହଳ ସୃଷ୍ଟି କରିଛି। ବଲିଉଡର ୨ଜଣ ଦିଗ୍ଗଜ ନାସିରୁଦ୍ଦିନ ଶାହ ଏବଂ ଅନୁପମ ଖେରଙ୍କ ବାକ୍-ଯୁଦ୍ଧରେ ଏବେ ପୂର୍ବତନ ଗଭର୍ଣ୍ଣର ସ୍ବରାଜ କୌଶଲ୍ ପଶିବାରୁ ଏହି ବିବାଦ ଆହୁରି ବଢ଼ିଯାଇଛି। ଏବେ ସ୍ବରାଜ କୌଶଲଙ୍କୁ କଂଗ୍ରେସର ସାଂସଦ ଶଶି ଥରୁର ଜବାବ ଦେଇଛନ୍ତି। ଥରୁର ଲେଖିଛନ୍ତି ଯେ ଅନ୍ୟ ଧର୍ମରେ ବିବାହ କରିବା କ’ଣ ଦେଶଦ୍ରୋହ?

{"id":215413,"sizeSlug":"large"}

ଗୁରୁବାର ସ୍ବରାଜ କୌଶଲ ନାସିରୁଦ୍ଦିନ ଶାହଙ୍କ ମନ୍ତବ୍ୟରେ ଅନେକ ଟ୍ବିଟ୍ କରିଥିଲେ,ଏଥିରେ ଶଶି ଥରୁର ଲେଖିଥିଲେ ଯେ ଗଭର୍ଣ୍ଣର ସାହେବ,ନିଜ ଧର୍ମ ବାହାରେ କାହାକୁ ବିବାହ କରିବା କ’ଣ ଦେଶଦ୍ରୋହ ଅଟେ? କିମ୍ବା ଅନୁପମ ଖେରଙ୍କ ଆଲୋଚନା କରିବା?

{"id":215414,"sizeSlug":"large"}

କଂଗ୍ରେସ୍ ନେତା ଲେଖିଥିଲେ ଯେ ଆପଣ ନିଜ ସାଙ୍ଗଙ୍କୁ ବଞ୍ଚାଇପାରିବେ, କିନ୍ତୁ ଏପରି ଯୁକ୍‌ି ସହ ନୁହେଁ ଯାହା ଆପଣ ଟ୍ବିଟ୍ରେ ଲେଖିଛନ୍ତି।

{"id":215415,"sizeSlug":"large"}

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଲ ନାସିରୁଦ୍ଦିନ ଏବଂ ଅନୁପମ ଖେରଙ୍କ ବିବାଦରେ ଗୁରୁବାର ଅନେକ ଟ୍ବିଟ୍ କରିଥିଲେ। ଏଥିରେ ସେ ଅନୁପମ ଖେରଙ୍କ ପ୍ରଶଂସା କରିଥିଲେ ଏବଂ ତାଙ୍କ ବୟାନକୁ ସମର୍ଥନ କରିଥିଲେ,କିନ୍ତୁ ନାସିରୁଦ୍ଦିନଙ୍କ ଉପରେ ବର୍ଷିଥିଲେ। ସ୍ବରାଜ ଲେଖିଥିଲେ ଯେ ଏଦେଶ ତୁମକୁ ଏତେ କିଛି ଦେଇଛି,କିନ୍ତୁ ତୁମେ ତଥାପି ଏଥିରେ ଅସନ୍ତୁଷ୍ଟ।

{"id":215416,"sizeSlug":"large"}

ସେ ଲେଖିଥିଲେ ‘ ଶ୍ରୀ ନାସିରୁଦ୍ଦିନ ଶାହ,ଆପଣ ଜଣେ ଅକୃତଜ୍ଞ ବ୍ୟକ୍ତି। ଏଦେଶ ଆପଣଙ୍କୁ ନାଁ ଦେଇଛି, ଏବଂ ଟଙ୍କା ମଧ୍ୟ ଦେଇଛି। କିନ୍ତୁ ଆପଣ ତଥାପି ଅସନ୍ତୁଷ୍ଟ। ଆପଣ ନିଜ ଧର୍ମ ବାହାରେ ବିବାହ କରିଛନ୍ତି,କିନ୍ତୁ କେହି ଆପରଙ୍କୁ କିଛି କହିନଥିଲେ। ଆପଣଙ୍କ ଭାଇ ସେନାରେ ଲେଫ୍ଟନାଣ୍ଟ ଜେନେରାଲ୍ ମଧ୍ୟ ହୋଇଥିଲେ,ଆପଣଙ୍କୁ କ’ଣ ବେଶୀ କିଛି ମିଳିନାହିଁ’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.