Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ନିଜ ପାର୍ଟିକୁ ଉପଦେଶ ଦେଲେ ଶଶି ଥରୁର, କହିଲେ- ବିଜେପି ପରି ହେବା ଉଦ୍ୟମରେ ଜିରୋ ହୋଇଯିବ କଂଗ୍ରେସ

1/11/2020 at 8:17 PM

ନୂଆଦିଲ୍ଲୀ ୦୧।୧୧: କଂଗ୍ରେସ ପାର୍ଟିର ବରିଷ୍ଠ ନେତା ଶଶି ଥରୁର କଂଗ୍ରେସକୁ ସ୍ପଷ୍ଟ ସନ୍ଦେଶ ଦେଇ କହିଛନ୍ତି ଯେ ବିଜେପି ଲାଇଟ୍‌ ଭର୍ସନ ହେବା ଚକ୍କରରେ କଂଗ୍ରେସ ପାର୍ଟି ସମାପ୍ତ ହୋଇଯିବ। ଏହି ଅବସରରେ ସେ ବିଜେପି ଉପରେ ଅଭିଯୋଗ କରି କହିଛନ୍ତି ସମ୍ବିଧାନରୁ ଧର୍ମନିରପେକ୍ଷତା ଶବ୍ଦକୁ କ୍ଷମତାଧାରୀ ପାର୍ଟି ହଟାଇବାରେ ଜୁଟିଛି।

କଂଗ୍ରେସ ନେତା ଶଶି ଥରୁର ନିଜର ପୁସ୍ତକ ‘ଦ ବ୍ୟାଟେଲ୍‌ ଅଫ ବିଲାଙ୍ଗିଙ୍ଗ’କୁ ନେଇ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ବିଜେପି ଲାଇଟ୍‌ ହେବାକୁ ଉଦ୍ୟମ କରିବ ନାହିଁ କାରଣ ଏଥିରେ କଂଗ୍ରେସ ଉପରେ ପ୍ରଭାବ ପଡିବ ଏବଂ କଂଗ୍ରେସ ଜିରୋ ହୋଇଯିବ। କଂଗ୍ରେସ ଭିତରେ ଧର୍ମନିରପେକ୍ଷତାର ଭାବନା ରହିଛି। ଆମେ ନିଜକୁ ବିଜେପିର ଦ୍ଵିତୀୟ ରୂପ ହେବାକୁ ଦେଇ ପାରିବା ନାହିଁ।

ପାର୍ଟି ଉପରେ ନରମ ହିନ୍ଦୁତ୍ଵର ଅଭିଯୋଗ ଲାଗୁଥିବା ବିଷୟରେ ପଚରାଯିବାରୁ କେରଳର ସାଂସଦ ଥରୁର କହିଛନ୍ତି ସେ ଏହାକୁ ସ୍ଵୀକାର କରୁଛନ୍ତି ଯେ, ଏହି ପ୍ରସଙ୍ଗ କିଛି ଉଦାର ଭାରତୀୟଙ୍କ ପାଇଁ ବହୁତ ବାସ୍ତବିକ ଓ ଚିନ୍ତାର ବିଷୟ। କିନ୍ତୁ କଂଗ୍ରେସ ପାର୍ଟି ବହୁତ ସ୍ପଷ୍ଟ ଯେ, ଆମେ ନିଜକୁ ବିଜେପି ପରି ନରମ ହିନ୍ଦୁତ୍ଵ ହେବାକୁ ଅନୁମତି ଦେଇ ପାରିବୁ ନାହିଁ। ଶଶି ଥରୁର ଏକ ସମାଚାର ଏଜେନ୍ସି ସହିତ ସାକ୍ଷାତକାର ବେଳେ କହିଛନ୍ତି, ‘ପେପ୍‌ସି ଲାଇଟ୍‌’ ପରି ‘ବିଜେପି ଲାଇଟ୍‌’ ହେବାର କୌଣସି ବି ପ୍ରୟାସ କଲେ ‘କୋକ୍ ଜିରୋ’ ପରି କଂଗ୍ରେସ  ଜିରୋ ହୋଇଯିବ। କଂଗ୍ରେସ କୌଣସି ରୂପେ କି ଆକାରରେ ବିଜେପି ପରି ନୁହେଁ ଏବଂ ଆମକୁ କୌଣସି ପ୍ରକାରର ଦୁର୍ବଳ କରିବା ଉଚିତ୍ ନୁହେଁ। ବାସ୍ତବରେ କଂଗ୍ରେସ ବିଜେପି ପରି ମଧ୍ୟ ନୁହେଁ। ମୋ ବିଚାରରେ ଆମେ ଏମିତି ମଧ୍ୟ କରୁନାହିଁ।

ଥରୁର କହିଛନ୍ତି ଯେ, ହିନ୍ଦୁ ଧର୍ମରେ ଆମେ ସମାବେଶୀ ଏବଂ ଅନ୍ୟ ଧର୍ମକୁ ମଧ୍ୟ ସମ୍ମାନ କରୁ। ହିନ୍ଦୁତ୍ଵ ଅଲଗା ଅଲଗା ପୃଷ୍ଠଭୂମି ଉପରେ ଆଧାରିତ ଏକ ରାଜନୈତିକ ସିଦ୍ଧାନ୍ତ। କଂଗ୍ରେସ ସାଂସଦ କହିଛନ୍ତି ଆମ ମଧ୍ୟରେ ଏହା ସ୍ପଷ୍ଟ ଯେ, ଆମେ ନିଜକୁ ବିଜେପିର ଦ୍ଵିତୀୟ ରୂପ କରି ପାରିବୁ ନାହିଁ। ରାହୁଲ ଗାନ୍ଧୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମନ୍ଦିର ଯିବା ତାଙ୍କର ବ୍ୟକ୍ତିଗତ ହିନ୍ଦୁତ୍ଵ। କିନ୍ତୁ ସେ ହିନ୍ଦୁତ୍ଵର କୌଣସି ବି ନରମ କି ଗରମ ରୂପକୁ ସମର୍ଥନ କରନ୍ତି ନାହିଁ।  

   Related Posts