ଆଡ଼ଭାନୀ ଜୀ ଓ ମୋଦିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଦେବା ଛାଡିବିନି: ଏମିତି କହି ଟ୍ରୋଲର୍ସଙ୍କୁ ଜବାବ ଦେଲେ ଶଶୀ ଥରୁର

Published By : Prameya-News7 Bureau | November 11, 2021 IST

ନୂଆଦିଲ୍ଲୀ ୧୧/୧୧ : କଂଗ୍ରେସ ନେତା ଶଶୀ ଥରୁର ଗୁରୁବାର ଦିନ କହିଛନ୍ତି ଯେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଦେବାରୁ ତାଙ୍କୁ ମିଳିଥିବା ପ୍ରତିକ୍ରିୟାରୁ ସେ ସ୍ତବ୍ଦ ହୋଇଯାଇଛନ୍ତି। ଥିରୁଅନନ୍ତପୁରମ ସାଂସଦ କହିଛନ୍ତି ଯେ ସୋସିଆଲ ମିଡ଼ିଆରେ ଟ୍ରୋଲିଙ୍ଗ ତାଙ୍କୁ ରାଜନୈତିକ ପ୍ରବଚନରେ ଶିଷ୍ଟତା ଅଭ୍ୟାସ କରିବାରେ ଅଟକାଇ ପାରିବନି। ସେ ଲାଲକୃଷ୍ଣ ଆଡ଼ଭାନୀ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେମାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଜାରି ରଖିବେ।

ଶଶୀ ଥରୁର ଟ୍ୱିଟ କରି କହିଛନ୍ତି ଯେ, "ମୁଁ ଲାଲକୃଷ୍ଣ ଆଡ଼ଭାନୀ ଜୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭକାମନା ଜଣାଇଥିଲି ଏବଂ ଏହାପରେ ଟ୍ରୋଲର୍ସଙ୍କ ପ୍ରତିକ୍ରିୟା ଦେଖି ସ୍ତବ୍ଦ ହୋଇଯାଇଛି। ଆମ ରାଜନୈତିକ ପ୍ରବଚନରୁ ସଭ୍ୟତା କଣ କୁଆଡେ ହଜି ଯାଇଛି କି ? ଗାନ୍ଧିଜୀ ଆମକୁ ରାଜନୀତିକ ବିରୋଧୀଙ୍କ ମଧ୍ୟରେ ମାନବିକତାକୁ ସମ୍ମାନ କରିବା ଶିଖାଇଛନ୍ତି। ଗାନ୍ଧିଜୀଙ୍କ କଥାକୁ ଅନୁସରଣ କରିବାରୁ ଲୋକେ ମୋତେ ଆରଏସଏସ ସମର୍ଥକ କରିଦେଉଛନ୍ତି।"

wp:embed {"url":"https://twitter.com/ShashiTharoor/status/1458727244852084736","type":"rich","providerNameSlug":"twitter","responsive":true}
https://twitter.com/ShashiTharoor/status/1458727244852084736
/wp:embed

ଥରୁର କହିଛନ୍ତି, "ହଁ, ମୁଁ ଲାଲକୃଷ୍ଣ ଆଡ଼ଭାନୀ ଓ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜନ୍ମଦିନରେ ଶୁଭକାମନା ଦେବା ଜାରି ରଖିବି। ରାଜନୀତିରେ ସେ ଆମର ବିରୋଧୀ ହେଲେ ମଧ୍ୟ ଶୁଭେଚ୍ଛା ଜଣାଇବି। ମୋର ୪୦ ବର୍ଷର ଲେଖନ ମୁଁ କଣ ତାହା ଦର୍ଶାଇଥାଏ। ଯେଉଁମାନେ ମୋତେ ପଢି ନାହାନ୍ତି କେବଳ ସେମାନେ ହିଁ ମୋତେ ସଂଘ ସମର୍ଥକ ବୋଲି କହିପାରିବେ। ସେମାନଙ୍କ ପାଇଁ ମୁଁ ମୋ ମୂଲ୍ୟ ଛାଡି ପାରିବିନି।" 

wp:embed {"url":"https://twitter.com/ShashiTharoor/status/1458727356277968906","type":"rich","providerNameSlug":"twitter","responsive":true}
https://twitter.com/ShashiTharoor/status/1458727356277968906
/wp:embed

ମହାତ୍ମା ଗାନ୍ଧୀଙ୍କ ସିଦ୍ଧାନ୍ତର ଦ୍ୱାହି ଦେଇ ଶଶୀ ଥରୁର କହିଛନ୍ତି ଯେ ଗାନ୍ଧିଜୀ ପାପ ସହ ଲଢ଼ିବା ଓ ପାପୀକୁ ଭଲପାଇବା ଶିଖାଇଛନ୍ତି। ସେ କହିଛନ୍ତି ଅହିଂସା ପ୍ରେମର ଏକ ସକାରାତ୍ମକ ସ୍ଥିତି, ଏପରିକି ଯେଉଁମାନେ ଖରାପ କରୁଛନ୍ତି ତାଙ୍କ ପାଇଁ ମଧ୍ୟ ଭଲ କରିବା। ଭଲ ଓ ଖରାପ ଗାନ୍ଧିବାଦୀ ଶବ୍ଦ ଯାହାକୁ ମୁଁ ସହଜରେ ଉପଯୋଗ କରିପାରିବିନି। ମୁଁ ଉଭୟ ପକ୍ଷରେ ଅସହିଷ୍ଣୁତାକୁ ନିନ୍ଦା କରୁଛି ବୋଲି ସେ କହିଛନ୍ତି।

wp:embed {"url":"https://twitter.com/ShashiTharoor/status/1458727306613170178","type":"rich","providerNameSlug":"twitter","responsive":true}
https://twitter.com/ShashiTharoor/status/1458727306613170178
/wp:embed

ସୂଚନାଯୋଗ୍ୟ ଯେ, "ନଭେମ୍ବର ୮ ତାରିଖରେ କଂଗ୍ରେସ ନେତା ଶଶୀ ଥରୁର ଲାଲକୃଷ୍ଣ ଆଡ଼ଭାନୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ଓ ଲେଖିଥିଲେ, ଜଣେ ଭଲ ମଣିଷ, ରାଜନୀତିରେ ଜଣେ ଭଦ୍ର ବ୍ୟକ୍ତି, ଶିକ୍ଷିତ ଓ ମହାନ ଶିଷ୍ଟାଚାର ପାଇଁ ହାର୍ଦ୍ଦିକ ଶୁଭକାମନା।" ଏହାପରେ ସୋସିଆଲ ମିଡ଼ିଆ ଲୋକେ ଥରୁରଙ୍କୁ ଟ୍ରୋଲ କରିଥିଲେ ଓ ପ୍ରଶ୍ନ କରିଥିଲେ ଯେ ସେ ହିଟଲରଙ୍କୁ ମଧ୍ୟ ଜନ୍ମଦିନ ଶୁଭେଚ୍ଛା ଦିଅନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.