ଥରୁରଙ୍କୁ ଉଚିତ୍ ଜବାବ ଦେଲେ ପୁଅ ଇଶାନ ଥରୁର, କହିଲେ ସଂସଦରେ ବସିବା ପରିବର୍ତ୍ତେ ଜନତାଙ୍କ ସେବା କରିବାକୁ ଅନ୍ୟ ଉପାୟ ରହିଛି

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦।୦୩: କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପୁତ୍ର ଇଶାନ ଥରୁର ଏମିତି ଏକ ସ୍ଥିତି ସାମ୍ନା କରିଛନ୍ତି ଯାହା ଅନେକ ଲୋକଙ୍କୁ ଆଶ୍ଵସ୍ତି ଲାଗିବ। କରୋନା ଭୂତାଣୁର ପ୍ରକୋପ ମଧ୍ୟରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କରୋନାରେ ବୟସ୍କ ଲୋକଙ୍କ ଜୀବନ ପ୍ରତି ଅଧିକ ବିପଦ ଥିବା ଚେତାବନୀ ଦେଇଛି। ତେଣୁ କେନ୍ଦ୍ର ସରକାର ମଧ୍ୟ ବୟସ୍କ ଲୋକଙ୍କୁ ଘରେ ରହିବାକୁ ଆଡଭାଇଜରୀ ଜାରି କରିଛି। ଏହାକୁ ନେଇ ଏବେ ଏକ ଭିନ୍ନ ଧରଣର ମାହୋଲ ଦେଖିବାକୁ ମିଳୁଛି। ଅନେକ ଯୁବକ ନିଜ ପରିବାରର ବୟସ୍କ ସଦସ୍ୟଙ୍କୁ ଘରେ ରହିବା ଏବଂ ସାମାଜିକ ଦୂରତା ରଖିବାକୁ ମନାଇବାକୁ ସଂଘର୍ଷ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଇଶାନ ଥରୁର ଜଣେ। ଯାହାକୁ ନେଇ ପୁତ୍ର ଇଶାନ ଥରୁରୁ ଓ ଶଶି ଥରୁରଙ୍କ ମଧ୍ୟରେ ଟୁଇଟରେ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି।

ଇଶାନ ମଧ୍ୟ ନିଜର ପିତା ଥରୁରଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ନିଜ ପିତାଙ୍କୁ ‘ଅଭାବଗ୍ରସ୍ତ ବୁମେର’ ଦର୍ଶାଇ ଇଶାନ ଟୁଇଟ୍ କରି ଅଭିଯୋଗ କରିଛନ୍ତି ଯେ, ତାଙ୍କ ପିତା ଥରୁର ଭିଡ ସହିତ ସଂସଦକୁ ଯିବା ଉପରେ ଜୋର୍ ଦେଇଥାନ୍ତି। ଅନ୍ୟ ଲୋକଙ୍କ ସହିତ ହାତ ମିଲାଇଥାନ୍ତି। ଅନ୍ୟପଟେ ଭାରତ ସରକାର କରୋନା ଭୂତାଣୁର ପ୍ରକୋପକୁ ପ୍ରତିରୋଧ  କରିବା ଲାଗି ମହତ୍ଵପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି।

wp:core-embed/twitter {"url":"https://twitter.com/ishaantharoor/status/1240648804266840064?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1240648804266840064\u0026ref_url=https%3A%2F%2Fwww.hindustantimes.com%2Fit-s-viral%2Fshashi-tharoor-s-son-complains-about-boomer-dad-mp-replies-in-defence%2Fstory-c8OL4ej0htNqj3yexHgy9J.html","type":"rich","providerNameSlug":"twitter","className":""}
https://twitter.com/ishaantharoor/status/1240648804266840064?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1240648804266840064&ref_url=https%3A%2F%2Fwww.hindustantimes.com%2Fit-s-viral%2Fshashi-tharoor-s-son-complains-about-boomer-dad-mp-replies-in-defence%2Fstory-c8OL4ej0htNqj3yexHgy9J.html
/wp:core-embed/twitter

ସେ ଆଉ ଏକ୍ ଟୁଇଟ୍ କରି କହିଛନ୍ତି ଯେ, ଏହା କେବଳ ଥରୁରଙ୍କ ପାଇଁ ନୁହଁ ବରଂ ପୂରା ପରିବା ପ୍ରତି ମଧ୍ୟ ବିପଦଜ୍ଜନକ। ବିଶେଷ କରି ତାଙ୍କ ବୃଦ୍ଧ ଆଈ ପାଇଁ ଏହି ଭୂତାଣୁ ଚିନ୍ତାଜନକ ଅଟେ। ଅନ୍ୟପଟେ ଶଶି ଥରୁର ନିଜକୁ ବହୁତ ସ୍ପଷ୍ଟ ଭାବେ ବ୍ୟକ୍ତି କରିବାରେ ପରିଚିତ ଅଟନ୍ତି।

wp:core-embed/twitter {"url":"https://twitter.com/ishaantharoor/status/1240662028085268482?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1240662028085268482\u0026ref_url=https%3A%2F%2Fwww.hindustantimes.com%2Fit-s-viral%2Fshashi-tharoor-s-son-complains-about-boomer-dad-mp-replies-in-defence%2Fstory-c8OL4ej0htNqj3yexHgy9J.html","type":"rich","providerNameSlug":"twitter","className":""}
https://twitter.com/ishaantharoor/status/1240662028085268482?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1240662028085268482&ref_url=https%3A%2F%2Fwww.hindustantimes.com%2Fit-s-viral%2Fshashi-tharoor-s-son-complains-about-boomer-dad-mp-replies-in-defence%2Fstory-c8OL4ej0htNqj3yexHgy9J.html
/wp:core-embed/twitter

ଇଶାନଙ୍କ ଏହି ଟୁଇଟ୍‌ର  ଜବାବରେ ଥରୁର ମାର୍ଚ୍ଚ ୧୯ରେ କରୋନା ଭୂତାଣୁକୁ ବ୍ୟାପିବାରୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଦେଇଥିବା ଉପାୟ ସଂଦର୍ଭରେ କହିଛନ୍ତି ଯେ, ଜନ ପ୍ରତିନିଧିମାନେ ସାମାଜିକ ଦୂରତ୍ଵରୁ ମୁକ୍ତ ଅଟନ୍ତି। ସାଂସଦ କହିଛନ୍ତି, ଏହା ତାଙ୍କର ଦାୟିତ୍ଵ ଯେ, ଡାକ୍ତର, ଖାଦ୍ୟ ବିତରଣ କର୍ମୀ ଓ ମିଡିଆଙ୍କ ପରି ସେ ମଧ୍ୟ ଜନତାଙ୍କ ସେବା କରନ୍ତୁ।

wp:core-embed/twitter {"url":"https://twitter.com/ShashiTharoor/status/1240651694335086594?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1240651694335086594\u0026ref_url=https%3A%2F%2Fwww.hindustantimes.com%2Fit-s-viral%2Fshashi-tharoor-s-son-complains-about-boomer-dad-mp-replies-in-defence%2Fstory-c8OL4ej0htNqj3yexHgy9J.html","type":"rich","providerNameSlug":"twitter","className":""}
https://twitter.com/ShashiTharoor/status/1240651694335086594?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1240651694335086594&ref_url=https%3A%2F%2Fwww.hindustantimes.com%2Fit-s-viral%2Fshashi-tharoor-s-son-complains-about-boomer-dad-mp-replies-in-defence%2Fstory-c8OL4ej0htNqj3yexHgy9J.html
/wp:core-embed/twitter

ଏହାର ଜବାବରେ ଇଶାନ ଟୁଇଟ୍ କରି କହିଛନ୍ତି ଯେ, ସଂସଦର ବେଞ୍ଚରେ ବସିବା ପରିବର୍ତ୍ତେ ଜନତାଙ୍କ ସେବା କରିବାକୁ ଅନ୍ୟ ଉପାୟ ମଧ୍ୟ ରହିଛି। ବାପା-ପୁଅଙ୍କ ଟୁଇଟ୍ ଲଢେଇରେ ୟୁଜର୍ସ ଖୁବ୍ ମଜା ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସଂପ୍ରତି କରୋନା ଭୂତାଣୁ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ସଂକ୍ରମିଙ୍କ ସଂଖ୍ୟା ୨୦୦ ଅତିକ୍ରମ କରି ସାରିଲାଣି। ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ସ୍କୁଲ, କଲେଜଠୁ ନେଇ ପରିବହନ ମଧ୍ୟ ଠପ୍ ହେବାକୁ ଯାଉଛି। ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.