Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଗୃହ ମନ୍ତ୍ରଣାଳୟ ସମେତ ଅନେକ ବିଭାଗର ଅଧିକାରୀଙ୍କୁ ପଚରାଉଚୁରା କରିବ ଶଶି ଥରୁରଙ୍କ ସଂସଦୀୟ କମିଟି

21/07/2021 at 8:09 PM

ନୂଆଦିଲ୍ଲୀ ୨୧।୦୭: ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କୁ ପଚରାଉଚୁରା କରିବ ଶଶି ଥରୁରଙ୍କ ନେତୃତ୍ଵାଧୀନ ସଂସଦୀୟ କମିଟି। ଆଇଟି ମାମଲାର ସଂସଦୀୟ କମିଟି ପେଗାସସ ସଂପର୍କିତ ମାମଲାରେ ଗୃହ ମନ୍ତ୍ରଣାଳୟ ସମେତ ଅନେକ ବିଭାଗର ଅଧିକାରୀଙ୍କୁ ପଚରାଉଚୁରା କରିବେ। ପିଟିଆଇ ସମାଚାର ଏଜେନ୍ସି ସୂତ୍ରରୁ ବୁଧବାର ଏହାର ସୂଚନା ମିଳିଛି।

ଏହା ପୂର୍ବରୁ ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ଶଶି ଥରୁର ଟ୍ଵିଟ୍ କରି କହିଥିଲେ ଯେ, ପେଗାସସ୍‌ ମାମଲା ଏକ ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଗମ୍ଭୀର ଚିନ୍ତାର ବିଷୟ। ସରକାରଙ୍କୁ ଏହା ଉପରେ ସ୍ପଷ୍ଟୀକରଣ ଦେବା ଉଚିତ୍। ଥରୁର କହିଛନ୍ତି, ଏହା ସ୍ପଷ୍ଟ ହୋଇ ଯାଇଛି ଯେ, ଭାରତରେ ପେଗାସସ୍ ଅନେକ ଫୋନ ଭିତରେ ପଶିଥିଲା।

ଲୋକସଭା ସଚିବାଳୟ ଦ୍ଵାରା ଜାରି ବିଜ୍ଞପ୍ତି ଅନୁସାରେ, ଥରୁରଙ୍କ ନେତୃତ୍ଵାଧୀନ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସଂପର୍କିତ ସଂସଦୀୟ କମିଟି ବୈଠକ ଜୁଲାଇ ୨୮ରେ ନିର୍ଦ୍ଧାରିତ ହୋଇଛି। ବୈଠକର ଏଜେଣ୍ଡା ରହିଛି ‘ନାଗରିକ ଡାଟା ସୁରକ୍ଷା ଏବଂ ବ୍ୟକ୍ତିଗତ’। ଏହି କମିଟିରେ ଅଧିକାଂଶ ସଦସ୍ୟ କ୍ଷମତାସୀନ ବିଜେପିର। କମିଟି ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଗୃହ ମନ୍ତ୍ରଣାଳୟର ଅଧିକାରଙ୍କୁ ପଚରା ଉଚୁରା ପାଇଁ ଡକାଇଛି।

ଜନୈକ ଅଧିକାରୀ କହିଛନ୍ତି ଯେ, ବୈଠକରେ ପେଗାସସ ଫୋନ ଟ୍ୟାପିଂ ମାମଲା ନିଶ୍ଚିତ ଭାବେ ସାମ୍ନାକୁ ଆସିବ। ପେଗାସସ୍ ସ୍ପାଇଓ୍ଵେରର ଉପଯୋଗ କରି ଗୁଇନ୍ଦାଗିରି କରାଯିବା ବିଷୟ ସଂସଦ ଏବଂ ସଂସଦ ବାହାରେ ଏକ ବଡ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି। ଏହି କାରଣରୁ ସଂସଦର ମୌସୁମି ଅଧିବେଶନର ପ୍ରଥମ ଦୁଇ ଦିନ  ବିରୋଧୀ ଗୃହରେ ଖୁବ୍  ହଟ୍ଟଗୋଳ କରିଥିଲେ।

   Related Posts