Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

‘ଶାହରୁଖ ସାର୍ ! ଭାରତ ଛାଡି ଦିଅନ୍ତୁ, ପରିବାର ସହ ଆମ ଦେଶକୁ ଆସି ଯାଆନ୍ତୁ’ : ପାକିସ୍ତାନ ଆଙ୍କର କଲେ ଟ୍ୱିଟ୍

25/10/2021 at 11:04 AM

ନୂଆଦିଲ୍ଲୀ, ୨୫/୧୦: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଛି । ଡ୍ରଗ୍ସ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ସେବେଠାରୁ ବିବାଦ ବଢିବାରେ ଲାଗିଛି । ଆର୍ଯ୍ୟନଙ୍କ ଜାମିନ ବାରମ୍ବାର ଖାରଜ ହେଉଛି । ୨୩ ବର୍ଷୀୟ ଆର୍ଯ୍ୟନଙ୍କ ଗିରଫ ମାମଲା ପାକିସ୍ତାନରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ପାକିସ୍ତାନର ନାମିଦାମି ସେଲିବ୍ରିଟି ଓ ଷ୍ଟାର୍ ଆର୍ଯ୍ୟନଙ୍କ ଗିରଫଦାରି ମାମଲାରେ ଶାହରୁଖ ଖାନଙ୍କୁ ସମର୍ଥନ କରୁଛନ୍ତି । ଏପରିକି ପାକର ପ୍ରସିଦ୍ଧ ଆଙ୍କର ଓ୍ୱକାର ଜାକା ଶାହରୁଖଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି ।

ଓ୍ୱକାର ଟ୍ୱିଟ୍ କରି କହିଛନ୍ତି ଯେ, ଶାହରୁଖ ସାର୍, ଆପଣ ଭାରତ ଛାଡି ଦିଅନ୍ତୁ । ସପରିବାର ପାକିସ୍ତାନ ଚାଲିଆସନ୍ତୁ । ଏଠାରେ ରୁହନ୍ତୁ । ନରେନ୍ଦ୍ର ମୋଦୀ ସରକାର ଆପଣଙ୍କ ସରକାର ସହ ଯାହା କରୁଛନ୍ତି ତାହା ଭୁଲ ଅଟେ । ସେ ଶାହରୁଖ ଖାନଙ୍କ ସହ ଛିଡା ହୋଇଥିବା କହିଛନ୍ତି । ଏହି ଟ୍ୱିଟ୍ ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ସାମ୍ନା କରିବାକୁ ପଡିଛି ।

କିଛି ୟୁଜର ଓ୍ୱକାରଙ୍କ ଟ୍ୱିଟର ସମର୍ଥନ କରୁଥିଲେ ବି ଆଉ କିଛି ଏହାର ମଜାକ ଉଡାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ଶାହରୁଖଙ୍କ ପତ୍ନୀ ହିନ୍ଦୁ ଆଉ ସେ ହିନ୍ଦୁ ପର୍ବ ପାଳନ କରୁଛନ୍ତି । କିଛି ୟୁଜର ଓ୍ୱକାରଙ୍କୁ ପାକ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅବସ୍ଥା ବାବଦରେ କହିଛନ୍ତି ।  ଫୁରକାନ ନାମକ ଜଣେ ଯୁଜର ପାକ୍ ଚଳଚ୍ଚିତ୍ର ଶିଳ୍ପକୁ ଟାର୍ଗେଟ୍ କରିବା ସହ ଭଲ ପିଲ୍ମ ଆସୁନଥିବା କହିଛନ୍ତି ।

ସୂଚନାଯୋଗ୍ୟ, ପାକିସ୍ତାନରେ ଆର୍ଯ୍ୟନଙ୍କ ଗିରଫଦାରିକୁ ଅନେକ ସଂପ୍ରଦାୟ ଓ ଧର୍ମର ଚଷମାରେ ଦେଖୁଛନ୍ତି । ପାକ୍ ପ୍ରମୁଖ ଖବରକାଗଜ ଏକ୍ସପ୍ରେସ୍ ଟ୍ରିବ୍ୟୁନ କିଛି ଦିନ ପୂର୍ବରୁ ଆର୍ଯ୍ୟନଙ୍କ ଗିରଫଦାରି ସବୁଠାରୁ ବଡ ମୁସଲିମ ହିରୋଙ୍କୁ ଟାର୍ଗେଟ୍ କରିବା ସହ ସମାନ ବୋଲି ଖବର ପ୍ରକାଶ କରିଥିଲା ।

   Related Posts