ସହଯୋଗର ହାତ ବଢାଇଲେ ଶାହରୁଖ, କ୍ୱାରେଣ୍ଟାଇନ୍ ଓ୍ୱାର୍ଡ ପାଇଁ ଦାନ କଲେ ନିଜ ଅଫିସ୍

Published By : Prameya-News7 Bureau | April 04, 2020 IST

ମୁମ୍ବାଇ, ୦୪|୦୪:  କିଙ୍ଗ୍ ଖାନ ଭାବେ ପରିଚିତ ବଲିଉଡ ବାଦଶାହ ଶାହରୁଖ ଖାନ ଓ ତାଙ୍କ ପତ୍ନୀ ଗୌରୀ ଖାନ କରୋନା ମୁକାବିଲା ପାଇଁ ଅଗକୁ ଆସିଛନ୍ତି । କ୍ୱାରେଣ୍ଟାଇନ ଓ୍ୱାର୍ଡ ପ୍ରସ୍ତୁତ କରିବା ପାଇଁ ସେ ମୁମ୍ବାଇ ମହନଗର ନିଗମକୁ ନିଜର ୪ ମହଲା ବିଶିଷ୍ଟ ଅଫିସ ପ୍ରଦାନ କରିଛନ୍ତି । ଏଠାରେ କ୍ୱାରେଣ୍ଟାଇନରେ ରହୁଥିବା ଶିଶୁ, ବୃଦ୍ଧ ଓ ମହିଳାଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ।

ଏପ୍ରିଲ ୨ ତାରିଖରେ ଶାହରୁଖଙ୍କ କମ୍ପାନୀ ରେଡ୍ ଚିଲିଜ୍ ଏକ ବଡ ଘୋଷଣା କରିଥିଲା । ଶାହରୁଖଙ୍କ ସହ ପତ୍ନୀ ଗୌରୀ, ଜୁହି ଚାଓ୍ୱଲା ଓ ଜୟ ମେହେତା ପିଏମ କେୟାର୍ସ ଫଣ୍ଡକୁ ଅର୍ଥଦାନ କରିବେ ବୋଲି ସଂକଳ୍ପ ନେଇଥିଲେ । ସେ ମେଡିକାଲ କର୍ମଚାରୀଙ୍କ ପାଇଁ ୫୦ ହଜାର ପିପିଆଇ, ମୀର ଫାଉଣ୍ଡେସନ ତରଫରୁ ୫ ହଜାର ପରିବାରକୁ ଏକ ମାସ ଯାଏଁ ଖାଦ୍ୟ, ଶ୍ରମିକ ଓ ଗରିବଙ୍କୁ ଏକ ମାସ ଯାଏଁ ଖାଦ୍ୟ ଓ ବସ୍ତ୍ର ଦେବାକୁ ଘୋଷଣା କରିଥିଲେ ।

wp:core-embed/twitter {"url":"https://twitter.com/iamsrk/status/1245718174726680579?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1245718174726680579\u0026ref_url=https%3A%2F%2Fwww.bhaskar.com%2Fentertainment%2Fbollywood%2Fnews%2Fshah-rukh-khan-and-his-wife-gauri-offers-their-4-storey-office-to-bmc-to-extend-quarantine-capacity-127106891.html","type":"rich","providerNameSlug":"twitter","className":""}
https://twitter.com/iamsrk/status/1245718174726680579?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1245718174726680579&ref_url=https%3A%2F%2Fwww.bhaskar.com%2Fentertainment%2Fbollywood%2Fnews%2Fshah-rukh-khan-and-his-wife-gauri-offers-their-4-storey-office-to-bmc-to-extend-quarantine-capacity-127106891.html
/wp:core-embed/twitter

ବିଏମସି ନିଜ ଟ୍ୱିଟରରେ ଲେଖିଥିଲା ଯେ, ସଂଗଠନରେ ଶକ୍ତି ରହିଛି । ଏହି ଦାନ ପାଇଁ ଶାହରୁଖ ଓ ଗୌରୀଙ୍କୁ ଧନ୍ୟବାଦ । ସେ କରୋନା ସଂକ୍ରମିତଙ୍କ ପାଇଁ ନିଜ ଅଫିସ ଦାନ କରିଥିବାରୁ ଧନ୍ୟବାଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.