Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

୨ ବର୍ଷ ପରେ ବଲିଉଡକୁ ଫେରିଲେ ଶାହରୁଖ, ତୃତୀୟ ଥର ପାଇଁ ଡବଲ ରୋଲରେ ଆସିବେ ନଜର, ବଦଳାଇଲେ ଲୁକ୍

24/10/2020 at 1:03 PM

ମୁମ୍ବାଇ ୨୪/୧୦: ବଲିଉଡ କିଙ୍ଗ ଖାନ ଶାହରୁଖ ଖାନ ଏବେ ତାଙ୍କ ଲୁକ ପାଇଁ ଚର୍ଚାରେ ଅଛନ୍ତି। ଫିଲ୍ମ ‘ଜିରୋ’ର ଅସଫଳତା ପରେ ଶାହରୁଖ ବ୍ରେକ ନେଲେ ଓ ଦୁଇ ବର୍ଷ ବଡ଼ ପରଦା ଠାରୁ ନିଜକୁ ଦୂରେଇ ରଖିଲେ। ତେବେ ଏବେ ଦୁଇବର୍ଷ ପରେ ପୁଣି ଥରେ ପରଦାକୁ ଫେରିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି।

ଦୁଇ ବର୍ଷ ବ୍ରେକ ପରେ ଗୋଟିଏ ଫିଲ୍ମ ନୁହେଁ ବରଂ ସେ ତିନିଟି ଫିଲ୍ମ ସାଇନ୍ କରିଛନ୍ତି। ଶାହରୁଖଙ୍କ ଫିଲ୍ମ ‘ପଠାନ’କୁ ନେଇ ଏବେ ବେଶ୍ ଚର୍ଚା ଚାଲିଛି। ଏବେ ଶୁଣାଯାଉଛି ଶାହରୁଖ ଖାନ ସାଉଥ ଇଣ୍ଡିଆନ ଫିଲ୍ମ ନିର୍ଦେଶକ ଏଟଲିଙ୍କ ସହ କାମ କରିବେ। ତାଙ୍କ ଫିଲ୍ମରେ ସେ ଡବଲ ରୋଲରେ ନଜର ଆସିବେ।

ପ୍ରଥମଥର ପାଇଁ ସେ ସାଉଥ ନିର୍ଦେଶକ ଏଟଲିଙ୍କ ସହ କାମ କରିବେ। ତେବେ ଡୁପ୍ଲିକେଟ୍ ଓ ଡନ୍ ସିନେମା ପରେ ଶାହରୁଖ ତୃତୀୟ ଥର ପାଇଁ ଡବଲ ରୋଲରେ ନଜର ଆସିବେ। ଫିଲ୍ମରେ ଶାହରୁଖ ଉଭୟ ବାପା ଓ ପୁଅ ଭୂମିକା​‌ରେ ଅଭିନୟ କରିବେ। ଫିଲ୍ମରେ ଜେନେରେସନ ଗ୍ୟାପ ପ୍ରସଙ୍ଗ ଉପରେ ଜୋର ଦିଆଯିବ। ତେବେ ଫିଲ୍ମରେ ନିଜ ମେକଅପ ଉପରେ ବିଶେଷ ଗୁରୁତ୍ବ ଦେବେ ଶାହରୁଖ। ବାପା ଚରିତ୍ର ପାଇଁ ପ୍ରୋସ୍ଥେଟିକ୍ ମେକଅପ ବ୍ୟବହାର କରାଯିବ।  ଏହା ଛଡ଼ା ଫିଲ୍ମ ‘ପଠାନରେ’ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ ଓ ଜନ ଆବ୍ରାହମ ମୁଖ୍ୟ ଭୂମିକାରେ ନଜର ଆସିବେ। ଶାହରୁଖ ମୁମ୍ବାଇର ୟଶରାଜ ଫିଲ୍ମ ଷ୍ଟୁଡିଓରେ ‘ପଠାନ’ର ସୁଟିଂ କରିବେ।

   Related Posts