Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଜେଲ୍‌ରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ, ଦୁର୍ଦ୍ଦାନ୍ତ ଅପରାଧୀ ତଥା ସାର୍ପ ସୁଟର ମୋନୁ ପାହାଡି ମୃତ

2/04/2020 at 5:20 PM

ଇଟାୱା ୨।୪: ଉତ୍ତରପ୍ରଦେଶର ଇଟାୱା ଜିଲ୍ଲା ଜେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ କୁଖ୍ୟାତ ସାର୍ପ ସୁଟର ମୋନୁ ପାହାଡିର ମୃତ୍ୟୁ ହୋଇଛି । ଇଟାୱା ଜେଲ୍ ଅଧୀକ୍ଷକ ରାଜକିଶୋର ସିଂ ଗୁରୁବାର କହିଛନ୍ତି ଯେ ବିଚାରଧୀନ କଏଦୀ ମୋନୁ ଓରଫ ରାସନ ପାହାଡି ଓରଫ ନାସିର ଅଲ୍ଲୀ ଓରଫ ମୁନ୍ନାର ଜେଲ୍ ରେ ବୁଧବାର ବିଳମ୍ବିତ ରାତିରେ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ମୃତ୍ୟୁ ହୋଇଛି । ସେ କାନପୁରର ଅନୱରଗଞ୍ଜ ଅଞ୍ଚଳର ଦଲେଲପୁରୱା ବାସିନ୍ଦା ଥିଲା । ତାକୁ ୨୦୧୬ ମସିହା ଅଗଷ୍ଟ ୭ ତାରିଖରେ କାନପୁର ଦେହାତ ଜିଲ୍ଲା ଜେଲରୁ ଇଟାୱାକୁ ଅଣାଯାଇଥିଲା ।

୨୦୦୬ ମସିହାରେ କାନପୁରର ଅନୱାରଗଞ୍ଜ ପୋଲିସ ଷ୍ଟେସନରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା । ସେହିବର୍ଷ ଆର୍ମସ ଆକ୍ଟ ମାମଲାରେ ମୋନୁ ପାହାଡିକୁ ଅନୱାରଗଞ୍ଜ ପୋଲିସ ଷ୍ଟେସନରୁ ଜେଲ୍ ପଠାଯାଇଥିଲା ।

ସେହି ବର୍ଷ ମୋନୁ ପାହାଡି ହତ୍ୟା ଉଦ୍ୟମ ସହ ଜଡିତ ମାମଲା ମଧ୍ୟ ଅନୱାରଗଞ୍ଜ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା । ୨୦୦୬ରେ ତା ବିରୋଧରେ ଅନୱାରଗଞ୍ଜ ପୋଲିସ ଷ୍ଟେସନରେ ଡକାୟତି ମାମଲା ମଧ୍ୟ ରୁଜୁ ହୋଇଥିଲା ।

୨୦୧୦ରେ ମୋନୁ ପାହାଡି ବିରୋଧରେ କାନପୁର ନଗର ମୁଲଗଞ୍ଜ ପୋଲିସ ୟୁପି ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ମୋନୁ ପାହାଡି ବିରୋଧରେ ହତ୍ୟା ସମେତ ୬ଟି ମାମଲା ରୁଜୁ ହୋଇଥିଲା । ହତ୍ୟା ମାମଲାରେ ୨୦୧୧ ମସିହାରେ କାନପୁର ନଗରର ଜୁହି ପୋଲିସ ଷ୍ଟେସନ ଅଧୀନରେ ପଞ୍ଜିକୃତ ହୋଇଛି ।

ଇଟାୱା ଜେଲ୍ ଅଧୀକ୍ଷକ କହିଛନ୍ତି ଯେ, ବୁଧବାର ସନ୍ଧ୍ୟାରେ ଜେଲରେ ଝଗଡା ବେଳେ ଅନ୍ୟ କଏଦୀମାନଙ୍କ ସହ ଜେଲ୍ ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ଆହତ ହୋଇଛନ୍ତି । ଜେଲ୍ ଡାକ୍ତରଖାନା ଅଧିକାରୀଙ୍କ ପରାମର୍ଶ କ୍ରମେ ମୋନୁକୁ ଇଟାୱା ଜିଲ୍ଲା ଡାକ୍ତରଖାନା ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ କାନପୁର ପୋଲିସ ଜରିଆରେ ତାଙ୍କ ପରିବାରଲୋକଙ୍କୁ ସୂଚନା ଦିଆଯାଇଛି ।

   Related Posts