ବିହାର ଜହାନାବାଦ ମସଜିଦ୍‌ରୁ ଗିରଫ ହେଲା ସରଜିଲ ଇମାମ୍, ଜାଣନ୍ତୁ କ’ଣ କହିଲେ ନୀତିଶ୍

Published By : Prameya-News7 Bureau | January 28, 2020 IST

ଜହାନାବାଦ ୨୮।୧: ଉତ୍ତେଜକ ଭାଷଣ ଓ ଦେଶଦ୍ରୋହ ମାମଲାରେ ବିଭିନ୍ନ ରାଜ୍ୟ ପୋଲିସର ତଲାସରେ ଥିବା ଜେଏନୟୁ ଛାତ୍ର ସରଜିଲ ଇମାମ ଶେଷରେ ବିହାରର  ଜହାନାବାଦସ୍ଥିତ ଏକ ମସଜିଦରୁ ଗିରଫ ହୋଇଛି।  କାକୋ ଥାନାକ୍ଷେତ୍ରର ଏକ ମସଜିଦରେ ରହୁଥିବା ସରଜିଲକୁ  ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୋଲିସ ମିଳିତ ଚଢଉ କରି ଗିରଫ କରିଛନ୍ତି।

{"id":217118,"sizeSlug":"large"}

ସରଜିଲ କୁ ୬ଟି ରାଜ୍ୟର ପୋଲିସ ଖୋଜୁଥିବା ବେଳେ ବିହାର ପୋଲିସ ସହଯୋଗରେ ଦିଲ୍ଲୀ ପୋଲିସ ତାକୁ ମଙ୍ଗଳବାର ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ପରେ ସରଜିଲ ଏବେ ଜହାନାବାଦ ଥାନାରେ ଅଛି। କୋର୍ଟରେ ହାଜର କରାଯିବା ପରେ ଦିଲ୍ଲୀପୋଲିସ ଚାହିଁଲେ ଟ୍ରାଞ୍ଜିଟ୍ ରିମାଣ୍ଡରେ ତାକୁ ଦିଲ୍ଲୀ ନେଇପାରିବ। ମିଳିଥିବା ସୂଚନା ଅନୁସାରେ ସରଜିଲର ଗିରଫ ପରେ ଦିଲ୍ଲୀ ଓ ବିହାର ପୋଲିସ ମଧ୍ୟରେ ଜୋରଦାର ବିବାଦ ହୋଇଛି। ସରଜିଲର ଗିରଫଦାରୀ ଶ୍ରେୟ ଏକାକୀ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସ ନେବାକୁ ଚେଷ୍ଟା କରୁଥିବା ବେଳେ ଏଥିରେ ବିହାର ପୋଲିସର ସହଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣଥିଲା।

{"id":217119,"sizeSlug":"large"}

ଅନୁମାନ କରାଯାଉଥିଲା ସରଜିଲ ନେପାଳ ଫେରାର ହୋଇଯାଇଥାଇପାରେ। ଯଦି ସେ ନେପାଳ ଚାଲିଯାଇଥାନ୍ତା ତେବେ ତାକୁ ଗିରଫ କରିବା ପୋଲିସ ପକ୍ଷେ ଅସମ୍ଭବ ହୋଇପଡିଥାନ୍ତା।  ହେଲେ ତାର ଲୋକେସନ ବାରମ୍ବାର ବିହାରରେ ମିଳିବାରୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଗିରଫ ଲାଗି ବିହାର ପହଞ୍ଚିଥିଲା। ସରଜିଲର ଗିରଫ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ନୀତିଶ କହିଛନ୍ତି ଯେ ଆଜିକାଲି ଦେଶର ପରିସ୍ଥିତି ଠିକ୍ ନାହିଁ। ଜାଣିଶୁଣି ଏପରି କରିବାକୁ ଉଦ୍ୟମ କରାଯାଉଛି। ତେବେ ଆମେ ଚାହିଁଲେ ବି ପରିସ୍ଥିତିକୁ ଏବେ ଆୟତ୍ତ  କରିବା ସମ୍ଭବ ନୁହେଁ। ତେବେ ମୁଁ କିନ୍ତୁ ଏହା କହି ରଖୁଛି ଭାରତକୁ ଖଣ୍ଡବିଖଣ୍ଡିତ କରିବା ଲାଗି ମାଟିରେ ଏପର୍ଯ୍ୟନ୍ତ କେହି ଜନ୍ମ ହେଇନି କି ହେବନି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.