Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

୩୧୦ ପଏଁଣ୍ଟ ଖସିଲା ସେନସେକ୍ସ, ୯୦୦୦ ତଳେ ନିଫ୍ଟି

15/04/2020 at 8:46 PM

ମୁମ୍ବାଇ, ୧୫|୦୪:  ଲକଡାଉନ ୨.୦ର ପ୍ରଥମ ଦିନ ବୁଧବାର ସେୟାର ବଜାରରେ ୩୧୦ ଅଙ୍କ ହ୍ରାସ ପରିଲକ୍ଷିତ ହୋଇଛି । ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ଆରମ୍ଭରୁ ଭଲ କାରବାର କରିଥିଲା । ଆରମ୍ଭରୁ ୩୦ ସେୟାର ଉପରେ ଆଧାରିତ ସୂଚକାଙ୍କ ୩୧,୪୦୦.୩୬ରୁ ଅଧିକ ସ୍ତରରେ ପହଁଚିବା ପରେ ୬୩୯.୮୩ ଅଙ୍କ ବା ୨.୦୮ ପ୍ରତିଶତ ବୃଦ୍ଧି ପାଇ ୩୧,୩୨୯.୮୫ରେ କାରବାର କରିଥିଲା । ପରେ ଏହା ହ୍ରାସ ପାଇଥିଲା ।କାରବାର ଶେଷ ବେଳକୁ ଏହା ୩୦,୩୭୯.୮୧ରେ ବନ୍ଦ ହୋଇଥିଲା ।

ସେହିପରି ଏନଏସଇ ନିଫ୍ଟି ୧୮୭.୨୦ ଅଙ୍କ ବା ୨.୦୮ ପ୍ରତିଶତ ବୃଦ୍ଧି ପାଇ ୯,୧୮୧.୦୫ର ପହଁଚିଥିଲେ ମଧ୍ୟ ଶେଷ ସମୟରେ ୮୯୨୫.୩୦ରେ କାରବାର ବନ୍ଦ କରିଥିଲା । । ଆରମ୍ଭରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଆଇସିଆଇସିଆଇ, ଏଲଆଣ୍ଡଟିରେ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା ।ତବେ କରୋନା ଭାଇରସ ମହାମାରୀ ପାଇଁ ଆର୍ଥିକ ମାନ୍ଦାବସ୍ଥକୁ ନେଇ ଶିଳ୍ପୋଦ୍ୟାଗୀମାନେ ଚିନ୍ତା ପ୍ରକଟ କରିଛନ୍ତି ।

ସେନସେକ୍ସରେ ସର୍ବାଧିକ ବୃଦ୍ଧି ପାଇଥିବା ସେୟାର ତାଲିକାରେ ସନ୍ ଫାର୍ମା, ଏଲଆଣ୍ଡଟି, ଏଚୟୁଏଲ, ଆକ୍ସିସ୍ ବ୍ୟାଙ୍କ, ଅଲଟ୍ରା ଟେକ୍ ସିମେଣ୍ଟ ଓ ଆଇସିଆଇସିଆଇ ବ୍ୟାଙ୍କ ରହିଛନ୍ତି ।ସେହିପରି ସିଏନଜିସି, ମାରୁତି, କୋଟାକ ବ୍ୟାଙ୍କ ଓ ଟାଇଟନର ସେୟାର ହ୍ରାସ ପାଇଥିଲା ।

ଘରୋଇ ବଜାରରେ ସକରାତ୍ମକ ଆରମ୍ଭ ହୋଇଥିଲା । ବୁଧବାର ଭାରତୀୟ ମୁଦ୍ରା ଡଲାର ତୁଳନାରେ ୨୫ ପ୍ରତିଶତ ବୃଦ୍ଧି ପାଇ ୭୬.୦୨ ସ୍ତରରେ ପହଁଚିଥିଲା। କିନ୍ତୁ କାରବାର ଶେଷରେ ଏହା ୧୭ ପଇସା ଖସି ୭୬.୪୪ରେ ପହଁଚିଥିଲା । 

   Related Posts