Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ନୂଆ ରେକର୍ଡ ଛୁଇଁଲା ସେୟାର ବଜାର : ସେନସେକ୍ସ୍ ୪୬ ହଜାର ଏବଂ ୧୩ ହଜାର ଉପରେ ନିଫ୍ଟି, ସୁଧୁରୁଛି ଅର୍ଥବ୍ୟବସ୍ଥା

17/12/2020 at 2:47 PM

ନୂଆଦିଲ୍ଲୀ ୧୭/୧୨ : ଗୁରୁବାର ସେୟାର ବଜାରରେ ଉତ୍ସାହ ଦେଖାଯାଇଛି । କରୋନା ମହାମାରୀରେ ଦୁର୍ବିଶହ ହୋଇଯାଇଥିବା ଦେଶର ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧୁରିବାରେ ଲାଗିଛି । ବିଦେଶୀ ମୁଦ୍ରା କୋଷ ବଢୁଥିବାରୁ ଅର୍ଥବ୍ୟବସ୍ଥାରେ ବ୍ୟାପକ ସୁଧାର ଆସୁଛି । ତେବେ ବିଭିନ୍ନ କ୍ଷେତ୍ରକୁ ଦେଖିବାକୁ ଗଲେ ଦେଶରେ ଅର୍ଥବ୍ୟବସ୍ଥାରେ ଦୃତ ଗତିରେ ସୁଧାର ଆସୁଛି । ଏହା ଦ୍ବାରା ସେୟାର ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ଗୁରୁବାର ସେନସେକ୍ସ୍ ୧୦୮ ଅଙ୍କ ବୃଦ୍ଧି ପାଇ ୪୬,୭୭୪ ରେ ଆରମ୍ଭ ହୋଇଥିଲା । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୧ ଅଙ୍କ ସହିତ ୧୩,୭୧୩.୫୫ରେ ଖୋଲିଥିଲା । କରୋନା ମାହାମରୀ ଚାଲୁ ରହିଥିବା ବେଳେ ଲାଗାତାର ଭାବେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ମିଳିବାରେ ଲାଗିଛି  । କାରବାର ସମୟରେ ସେୟାର ବଜାର ସେନସେକ୍ସ୍ ୪୬,୮୨୫.୭୪ରେ ପହଞ୍ଚିଥିଲା ଯାହାକି ଏପର୍ଯ୍ୟନ୍ତ ଐତିହାସିକ ସ୍ତର । ଏହା ସହିତ ନିଫ୍ଟିର ସ୍ତର ମଧ୍ୟ ୧୩,୭୩୦.୭୫ ପର୍ଯ୍ୟନ୍ତ ଛୁଇଁଥିଲା ।

ନିଫ୍ଟିରେ ବୃଦ୍ଧି ପାଇଥିବା ପ୍ରମୁଖ ସେୟାରଗୁଡିକ ମଧ୍ୟରେ ଶ୍ରୀ ସିମେଣ୍ଟ୍, ଅଲ୍ଟ୍ରାଟେକ୍ ସିମେଣ୍ଟ୍, ଏଚଡିଏଫସି ଏବଂ ଡଃ ରେଡ୍ଡିଜ୍ ଲ୍ୟାବ୍ସ ଅଛନ୍ତି । କାରବାର ଆରମ୍ଭରୁ ୯୧୦ଟି ସେୟାରରେ ବୃଦ୍ଧି ଏବଂ ୩୯୦ଟି ସେୟାରରେ ହ୍ରାସ ପାଇଥିଲା । ବର୍ଗର କିଙ୍ଗ୍‌ର ସେୟାରରେ ମଧ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି ।

ଏହା ପୂର୍ବରୁ ବୁଧବାର ସେନସେକ୍ସ୍ ଏବଂ ନିଫ୍ଟି ରେକର୍ଡ ସ୍ତରରେ ଆରମ୍ଭ ହୋଇଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ବୁଧବାର ସେନସେକ୍ସ୍ ୪୦୩.୨୯ ଅଙ୍କ ବୃଦ୍ଧି ପାଇ ୪୬,୬୬୬.୪୬ ରେ ବନ୍ଦ ହୋଇଥିଲା । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୧୪.୮୫ ଅଙ୍କ ସହିତ ୧୩,୭୦୪.୯୭ରେ ବନ୍ଦ ହୋଇଥିଲା ।

   Related Posts