Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ସେୟାର ବଜାରରେ ଉତ୍ସାହ ପରେ ନିରାଶ ଜାରି, ଲାଲ ସଙ୍କେତରେ ନିଫ୍ଟି

15/01/2021 at 2:39 PM

ନୂଆଦିଲ୍ଲୀ ୧୫/୦୧ : ସେୟାର ବଜାରରେ ଶୁକ୍ରବାର କାରବାର ଅଭିବୃଦ୍ଧି ସହ ଆରମ୍ଭ ହୋଇଥିଲା ।  ଅନ୍ତରାଷ୍ଟ୍ରୀୟ ବଜାର ଏବଂ ଘରୋଇ ବଜାରରେ କାରବାରରେ ମିଶ୍ରିତ ଫଳାଫଳ ହେତୁ ସେନସେକ୍ସ ଏବଂ ନିଫ୍ଟିରେ ମଧ୍ୟ ସେଭଳି ପ୍ରଭାବ ଦେଖାଯାଉଛି ।  ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୭୨.୫୫ ଅଙ୍କ ବୃଦ୍ଧି ପାଇ ୪୯,୬୫୬.୭୧ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧.୨୫ ଅଙ୍କ ବୃଦ୍ଧି ପାଇ ୧୪,୫୯୪.୩୫ରେ ଖୋଲିଥିଲା ।

କାରବାର ସମୟରେ ସେନସେକ୍ସ ଏବଂ ନିଫ୍ଟି ଉଭୟ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସକାଳ ସାଢେ ୧୦ଟା ସୁଦ୍ଧା ସେନସେକ୍ସ ୩୧୭.୧୭ ଅଙ୍କ ହ୍ରାସ ପାଇ ୪୯,୨୬୬.୯୯ଅଙ୍କକୁ ଖସିଆସିଥିଲା । ନିଫ୍ଟି ମଧ୍ୟ ୬୩.୨୫ ଅଙ୍କ ହ୍ରାସ ପାଇ ୧୪,୫୩୨.୩୫ଅଙ୍କକୁ ଖସିଆସିଥିଲା । କାରବାର ଆରମ୍ଭରୁ ଶେଷ ଯାଏଁ ସେନସେକ୍ସ ସର୍ବାଧିକ ୪୯,୬୫୬.୭୧ ଏବଂ ନିଫ୍ଟି ୧୪,୬୧୭.୪୫ଅଙ୍କ ଛୁଇଁଥିଲା ।

ଶୁକ୍ରବାର କାରବାରର ଶେଷ ଦିନରେ ନିବେଶକମାନଙ୍କ ଉତ୍ସାହ ଦେଖିବାକୁ ମିଳିନଥିଲା । ବିଶ୍ବ ବଜାରରେ ମହଙ୍ଗାମାଡର ପ୍ରଭାବ ମଧ୍ୟ ସେୟାର ବଜାରରେ ଦେଖିବାକୁ ମିଳିଛି । ସେନସେକ୍ସ ଏବଂ ନିଫ୍ଟି ଉଭୟରେ ଭାରତୀ ଏୟାଟେଲର ସେୟାର ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ଭାରତୀ ଏୟାରଟେଲର ସେୟାରରେ ସେନସେକ୍ସ ୩.୯୨ ପ୍ରତିଶତ ଏବଂ ନିଫ୍ଟିରେ ୩.୩୨ ପ୍ରତିଶତ ବୃଦ୍ଧି ପାଇଛି ।

ଏଚଡିଏଫସି ସେୟାରର ସେନସେକ୍ସ ଅଧିକ ହ୍ରାସ ପାଇଛି । ସେହିଭଳି ନିଫ୍ଟିରେ ହିରୋ ମୋଟୋକର୍ପର ସେୟାର ଅଧିକ ହ୍ରାସ ପାଇଛି । ସେନସେକ୍ସ ୩୦ରୁ ୨୧ ଏବଂ ନିଫ୍ଟିରେ ୫୦ରୁ ୩୩ଟି କମ୍ପାନୀର ସେୟାର ହ୍ରାସ ପାଇଥିବା ଦେଖାଯାଇଛି । ବଂ ଆଇଟି ସେକ୍ଟରଗୁଡିକର କାରବାରରେ ସାମାନ୍ୟ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଥିଲା ।

   Related Posts