Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ସେୟାର ବଜାରରେ ଉତ୍ସାହ : ସେନସେକ୍ସ ୪୮୫୦୦ ପାର୍, ୧୪୨୦୦ ଉପରେ ନିଫ୍ଟି

7/01/2021 at 2:43 PM

ନୂଆଦିଲ୍ଲୀ ୦୭/୦୧ : ସେୟାର ବଜାରରେ ପ୍ରତିଦିନ କାରବାର ବୃଦ୍ଧି ପାଇବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ବଜାର ଏବଂ ଘରୋଇ ବଜାରରେ କାରବାର ବୃଦ୍ଧି ଫଳରେ ସେନସେକ୍ସ ଏବଂ ନିଫ୍ଟିରେ ମଧ୍ୟ ଅପେକ୍ଷାକୃତ ବୃଦ୍ଧି ପାଉଛି ।  ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୩୫୦ ଅଙ୍କ ବୃଦ୍ଧି ପାଇ ୪୮,୫୨୪.୩୬ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୦୬ ଅଙ୍କ ବୃଦ୍ଧି ପାଇ ୧୪,୨୫୩.୭୫ରେ ଖୋଲିଥିଲା ।

କାରବାର ସମୟରେ ସେନସେକ୍ସ ୪୮,୫୫୮.୩୪ ଯାଏଁ ଛୁଇଁଥିଲା । ସେହିପରି ନିଫ୍ଟି ମଧ୍ୟ ପ୍ରଥମ ଥର ପାଇଁ ୧୪,୨୫୬.୨୫ ଛୁଇଁଥିଲା । ସୋମବାର କାରବାର ଆରମ୍ଭରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ମଧ୍ୟ ଅଭିବୃଦ୍ଧି ଦେଖାଯାଇଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୩.୧୧ ରହିଛି ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ପାଓ୍ବାରଗ୍ରିଡ୍‌, ଲାର୍ସନ ଆଣ୍ଡ୍ ଟୁବ୍ରୋ, ଭାରତୀ ଏୟାରଟେଲ, ଇଣ୍ଡସଇଣ୍ଡ୍ ବ୍ୟାଙ୍କ ଏବଂ ମହିନ୍ଦ୍ରାର ସେୟାର ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ଏହି ସବୁ କମ୍ପାନୀକୁଡିକରେ ୨.୬୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଏହା ବାଦ ଏଚସିଏଲ୍ ଟେକ୍‌ନୋଲୋଜିସ, ହିନ୍ଦୁସ୍ତାନ ୟୁନିଲିଭର, ଟିସିଏସ୍, ଟାଇଟନ୍ ଏବଂ ଇନଫୋସିସର ସେୟାର ସାମାନ୍ୟ ହ୍ରାସ ପାଇଥିବା ସୂଚନା ମିଳିଛି ।

ଏହା ପୂର୍ବରୁ ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସରେ ସର୍ବକାଳୀନ ବୃଦ୍ଧି ଘଟି ୪୮.୬୧୬.୬୬ରେ ଖୋଲିଥିଲା । ଏହା ପରେ ସେୟାର ବଜାର ବନ୍ଦ ହେବା ବେଳକୁ ସେନସେକ୍ସ ୪୮,୧୭୪.୦୬ ଏବଂ ନିଫ୍ଟି ୧୪,୧୪୬.୨୫ରେ ବନ୍ଦ ହୋଇଥିଲା ।

   Related Posts