ସେୟାର ବଜାର : ସେନସେକ୍ସ୍ ୪୬୮ ଅଙ୍କ ବୃଦ୍ଧି, ୧୩ ହଜାର ୭୦୦ ଉପରେ ନିଫ୍ଟି

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ ୨୪/୧୨ : ସେୟାର ବଜାର ଗୁରୁବାର ସବୁଜ ସଙ୍କେତ ସେଇ ଚାଲୁ ରହିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନସେକ୍ସ୍ ୨୯୯ ଅଙ୍କ ବୃଦ୍ଧି ପାଇ ୪୬,୭୪୩ରେ ଖୋଲି ଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ୭୧ ଅଙ୍କ ବୃଦ୍ଧି ପାଇ ୧୩,୬୭୨.୧୫ରେ ଖୋଲିଥିଲା । ତେବେ କାରବାର ବେଳେ ସେନସେକ୍ସ୍ ଏବଂ ନିଫ୍ଟିରେ ଦୃତ ବୃଦ୍ଧି ଦେଖାଦେଇଥିଲା । ୪୬୮ଅଙ୍କ ବୃଦ୍ଧି ପାଇ ଏହା ୪୬,୯୧୨.୨୨ରେ ପହଞ୍ଚିଯାଇଥିଲା । ସେହିଭଳି ନିଫ୍ଟି ମଧ୍ୟ ୧୩୮ଅଙ୍କ ବୃଦ୍ଧି ପାଇ ୧୩,୭୩୯.୧୫ରେ ପହଞ୍ଚିଯାଇଥିଲା ।

ମେଟାଲ, ବ୍ୟାଙ୍କ୍‌ ଏବଂ ଅଟୋ ସେକ୍ଟରରେ ୧-୧ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି । ବେଦାନ୍ତ ଲିମିଟେଡ୍‌ ସେୟାରରେ ଆଜି ୧୩ ପ୍ରତିଶତରୁ ଉର୍ଦ୍ଧ୍ବ ବୃଦ୍ଧି ଦେଖାଯାଇଛି । ସେହିଭଳି ଭାରତୀ ଏୟାରଟେଲ ସେୟାରରେ ୩ ପ୍ରତିଶତ ବୃଦ୍ଧି ପାଇଥିବା ଲକ୍ଷ କରାଯାଇଛି । କମ୍ପାନୀର ସେୟାର ବୃଦ୍ଧି ପାଇ ୫୨୨.୯୫ରେ ପହଞ୍ଚିଯାଇଥିଲା । କେବଳ ଅକ୍ଟୋବର ମାସରେ ଏୟାରଟେଲ ପ୍ରାୟ ୩୬ ଲକ୍ଷ ନୂଆ ତିଆରି କରିଛି । ନୂଆ ଗ୍ରାହକ ସୃଷ୍ଟି କରିବାରେ ଏହା ରିଲାଏନ୍ସ୍ ଜିଓକୁ ମଧ୍ୟ ଟପିଯାଇଛି ।

ସପ୍ତାହର ୩ୟ ଦିନ ଅର୍ଥାତ ବୁଧବାର ଦିନ ସେୟାର ବଜାର ସବୁଜ ସଙ୍କେତରେ ଆରମ୍ଭ ହୋଇଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ୍ ୬୬ ଅଙ୍କ ସହିତ ୪୬,୦୭୨ରେ ଖୋଲିଥିଲା । ସେହିଭଳି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ୭ ଅଙ୍କ ବୃଦ୍ଧି ସହିତ ୧୩,୪୭୩.୫୦ରେ ଆରମ୍ଭ ହୋଇଥିଲା । କାରବାର ବନ୍ଦ ହେବା ବେଳକୁ ସେନସେକ୍ସ୍ ୪୩୭ ଅଙ୍କ ବୃଦ୍ଧି ପାଇ ୪୬,୪୪୪.୧୮ରେ ବନ୍ଦ ହୋଇଥିଲା । ନିଫ୍ଟି ୧୩୪.୮୦ ଅଙ୍କ ବୃଦ୍ଧି ପାଇ ୧୩,୬୦୧.୧୦ରେ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.