Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ରେକର୍ଡ ସ୍ତରରେ ସେନସେକ୍ସ୍, ପ୍ରଥମ ଥର ପାଇଁ ୧୩ ହଜାର ଉପରେ ନିଫ୍ଟି

24/11/2020 at 2:07 PM

ନୂଆଦିଲ୍ଲୀ ୨୪/୧୧ : କରୋନା ମାହାମରୀ ଚାଲୁ ରହିଥିବା ବେଳେ ଲାଗାତାର ଭାବେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ମିଳିବାରେ ଲାଗିଛି । କରୋନା ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ସହିତ ମିଶି ଭ୍ୟାକସିନ୍ ତିଆରି କରୁଥିବା ଆଷ୍ଟ୍ରାଜେନିକା କହିଛି ଯେ, କମ୍ପାନୀ ଦ୍ବାରା ତିଆରି କରାଯାଇଥିବା ଭ୍ୟାକସିନ୍ ଟ୍ରାଏଲ ବେଳେ ୯୦ ପ୍ରତିଶତ କାମ କରୁଛି । ତେବେ ଏହି ସକାରାତ୍ମକ ଖବର ଆସିବା ପରେ ଭାରତୀୟ ସେୟାର ମାର୍କେଟରେ ସେନସେକ୍ସ ଏବଂ ନିଫ୍ଟି ଶୀର୍ଷରେ ପହଞ୍ଚିଛି । ସପ୍ତାହର ଦ୍ବିତୀୟ କାର୍ଯ୍ୟ ଦିବସରେ ସେନସେକ୍ସ ୨୫୦ ପଏଣ୍ଟ ବୃଦ୍ଧି ପାଇ ୪୪,୩୫୦ରେ ପହଞ୍ଚିଛି । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ର ନିଫ୍ଟି ପ୍ରଥମ ଥର ୧୩ ହଜାର ପଏଣ୍ଟ ଉପରକୁ ଯାଇଛି ।

ତେବେ ସୋମବାର ଦିନ ମଧ୍ୟ ସେୟାର ବଜାରରେ ବୃଦ୍ଧି ଦେଖାଯାଇଥିଲା । ବିଏସଇ ସେନସେକ୍ସ୍ କାରବାର ବେଳେ ୪୪ ହଜାର ୨୭୧ ପଏଣ୍ଟ ଯାଏଁ ଛୁଇଁଥିଲା । ଶେଷରେ ଏହା ୧୯୫ ପଏଣ୍ଟ ବୃଦ୍ଧି ପାଇ ୦.୪୪ ପ୍ରତିଶତ ସହିତ ୪୪ ହଜାର ୦୭୭ ପଏଣ୍ଟରେ ବନ୍ଦ ହୋଇଥିଲା ।  ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ର ନିଫ୍ଟି ୬୭ ପଏଣ୍ଟ ଅର୍ଥାତ ୦.୫୨ ପ୍ରତିଶତ ବୃଦ୍ଧି ପାଇଁ ୧୨ ହଜାର ୯୨୬ରେ ବନ୍ଦ ହୋଇଥିଲା ।

ଅନ୍ୟ ପକ୍ଷରେ ମହାମାରୀ ସମୟରେ ଆଇଟି ଏବଂ ଫାର୍ମା କମ୍ପାନୀ ମାନେ ପ୍ରଚୁର ଲାଭ କରିଛନ୍ତି । ଆଷ୍ଟ୍ରାଜେନିକା ଫାର୍ମା କମ୍ପାନୀ ଦାବି କରିଛି ଯେ ତାଙ୍କ ଦ୍ବାରା ଟ୍ରାଏଲ କରାଯାଉଥିବା ଭ୍ୟାକସିନ କରୋନା ରୋଗୀଙ୍କୁ ପ୍ରାୟ ୯୦ ପ୍ରତିଶତ ରୋକିବାରେ ସହାୟକ ହୋଇପାରିବ ।

   Related Posts