ସେୟାର ମାର୍କେଟରେ ଅଭିବୃଦ୍ଧି: ୩୩୭୦୦ ଟପିଲା ସେନସେକ୍ସ, ୯୮୦୦ ଉପରେ ନିଫ୍ଟି

Published By : Prameya-News7 Bureau | April 30, 2020 IST

ମୁମ୍ବାଇ, ୩୦|୦୪: ସପ୍ତାହର ଚତୁର୍ଥ କାରବାର ଦିନ ବା ଗୁରୁବାର ସେୟାର ବଜାର ଅଭିବୃଦ୍ଧି ସହ ବନ୍ଦ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୯୯୭.୪୬ ଅଙ୍କ ବୃଦ୍ଧି ପାଇ ୩୩୭୧୭.୬୨ ଅଙ୍କରେ ବନ୍ଦ ହୋଇଛି । ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ବା ନିଫ୍ଟି ୩୦୬.୫୫ ଅଙ୍କ ବୃଦ୍ଧି ପାଇ ୯୮୫୯.୯୦ରେ ବନ୍ଦ ହୋଇଛି । ତେବେ ଶୁକ୍ରବାର ମେ ୧ ଶ୍ରମିକ ଦିବସ ପାଇଁ ସେୟାର ବଜାର ବନ୍ଦ ରହିବ ।

ଆଜି ଟାଟା ମୋଟର୍ସ, ଓଏନଜିସି, ବେଦାନ୍ତ ଲିମିଟେଡ୍, ହିଣ୍ଡଲକୋ, ଜେଏସଡବଲ୍ୟୁ ଷ୍ଟିଲ୍, ଏଚସିଏଲ ଟେକ୍, ହୀରୋ ମୋଟୋକପ, ଇନଫ୍ରାଟେଲ୍, ଗେଲ୍ ଆଦି ଭଲ କାରବାର କରିଥିଲେ । ତେବେ ହିନ୍ଦୁସ୍ଥାନ ୟୁନିଲିଭର, ସନ୍ ଫାର୍ମା, ସିପ୍ଲା, ଏସିଆନ୍ ପେଣ୍ଟସ୍, ଇଣ୍ଡସିଣ୍ଡ୍ ବ୍ୟାଙ୍କ ଆଦିର କରାବାର ସତେଟା ଆଖିଦୃଶିଆ ନଥିଲା ।

ସେୟାର ବଜାର ଅଭିବୃଦ୍ଧି ସହ ଖୋଲିଥିଲା । ସେନସେକ୍ସ ଆରମ୍ଭରୁ ୬୫୮ ଅଙ୍କ ବୃଦ୍ଧି ପାଇ ୩୩୩୭୮.୨୪ ସ୍ତରରେ ଖୋଲିଥିଲା । ସେହିପରି ନିଫ୍ଟି ମଧ୍ୟ ୧୯୫.୨୦ ଅଙ୍କ ବୃଦ୍ଧି ପାଇ ୯୭୪୮.୫୫ ସ୍ତରରେ ଖୋଲିଥିଲା । ଦ୍ୱିପ୍ରହରରେ ସେନସେକ୍ସରେ ୭୯୯ ପଏଁଣ୍ଟ ବୃଦ୍ଧି ପାଇବା ସହ ନିଫ୍ଟି ମଧ୍ୟ ୨୫୨ ଅଙ୍କ ବୃଦ୍ଧି ପାଇ ୦୮୦୫.୪୫ ସ୍ତରରେ କାରବାର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.