Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କୋଭିଡ୍‌ ସଙ୍କଟ ସତ୍ତ୍ୱେ ସେୟାର ବଜାରରେ ଦେଖିବାକୁ ମିଳୁଛି ଉତ୍ସାହ, ଜାଣନ୍ତୁ ଶୁକ୍ରବାରର ରିପୋର୍ଟ…

8/05/2021 at 2:26 PM

ନୂଆଦିଲ୍ଲୀ ୦୮/୦୫ : ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଥିଲେ ସୁଦ୍ଧା ସେୟାର ବଜାର ଲଗାତାର ଭାବେ ସବୁଜ ସଙ୍କେତ ମଧ୍ୟରେ ରହୁଛି । ଚଳିତ ସପ୍ତାହ କାରବାର ଶେଷ ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୨୨୦ ଅଙ୍କ ବୃଦ୍ଧି ପାଇ ୪୯,୧୬୯.୧୪ରେ ଖୋଲିଥିଲା । ସକାଳ ୯.୪୮ ପାଖାପାଖି ସେନସେକ୍ସ ପୁଣି ୪୬୮ ପଏଣ୍ଟ ବୃଦ୍ଧିପାଇ ୪୯,୪୧୭.୬୪ରେ ପହଞ୍ଚିଯାଇଥିଲା । କାରବାର ଶେଷ ବେଳକୁ ବିଏସ୍ଇ ସେନସେକ୍ସ ୨୫୬.୭୧ ପଏଣ୍ଟ ବୃଦ୍ଧିପାଇ ୪୯,୨୦୬.୪୭ରେ ବନ୍ଦ ହୋଇଥିଲା ।

ସେହିଭଳି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୯୨ ପଏଣ୍ଟ ବୃଦ୍ଧିପାଇ ୧୪,୮୧୬.୮୫ରେ ଖୋଲିଥିଲା । କାରବାର ସମୟରେ ନିଫ୍ଟି ୧୩୯ ପଏଣ୍ଟ ବୃଦ୍ଧିପାଇ ୧୪,୮୬୩.୦୫ରେ ପହଞ୍ଚିଯାଇଥିଲା । କାରବାର ଶେଷ ବେଳକୁ ନିଫ୍ଟି ୯୮.୩୫ ପଏଣ୍ଟ ବୃଦ୍ଧିପାଇ ୧୪,୮୨୩.୧୫ରେ ବନ୍ଦ ହୋଇଥିଲା ।

ପିଏସୟୁ ସେକ୍ଟରକୁ ଛାଡି ବାକି ସମସ୍ତ ସେକ୍ଟର ସବୁଜ ସଙ୍କେତରେ ରହିଥିଲା । HDFC, ବଜାଜ ଫିନସର୍ଭ, ଏମ୍‌ ଆଣ୍ଡ ଏମ୍‌, ଏନଟିପିସି, ଭାରତୀ ଏୟାରଟେଲ, ଆଲଟ୍ରାଟେକ୍‌ ଆଦି ସେୟାରରେ ବୃଦ୍ଧି ପରିଲକ୍ଷିତ ହୋଇଛି । ସେହିଭଳି ବଜାଜ ଅଟୋ, ବଜାଜ ଫାଇନାନ୍ସ, ଇନଫୋସିସ୍‌, କୋଟାକ ମହିନ୍ଦ୍ରା ଏବଂ ICICI ବ୍ୟାଙ୍କ ସେୟାରରେ ହ୍ରାସ ଦେଖିବାକୁ ମିଳିଛି ।

ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧିପାଇଛି । ଟଙ୍କାର ମୂଲ୍ୟ ୧୩ ପଇସା ବୃଦ୍ଧିପାଇ ୭୩.୬୩ ପଇସାରେ ଖୋଲିଥିଲା । ସେହିଭଳି ଗତ ଗୁରୁବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୩.୭୬ରେ ବନ୍ଦ ହୋଇଥିଲା ।

   Related Posts