ସେୟାର ବଜାର: ୧୦୧୧ ପଏଁଣ୍ଟ ହ୍ରାସ ପାଇ ୩୧ ହଜାର ତଳେ ସେନସେକ୍ସ

Published By : Prameya-News7 Bureau | April 21, 2020 IST

ମୁମ୍ବାଇ,୨୧|୦୪: ମଙ୍ଗଳବାର ସପ୍ତାହର ଦ୍ୱିତୀୟ କରାବାର ଦିନରେ ଘରୋଇ ସେୟାର ବଜାର ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ବମ୍ବେ ଷ୍ଟକ୍ ଏକସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୧୦୧୧,୨୯ ପଏଁଣ୍ଟ ଅର୍ଥାତ ୩.୨୦ ପଏଣ୍ଟ ହ୍ରାସ ପାଇ ୩୦୬୩୬.୭୦ ସ୍ତରରେ ବନ୍ଦ ହୋଇଛି । ସେହିପରି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଚ ବା ନିଫ୍ଟି ୨୮୦.୪୦ ଅଙ୍କ ହ୍ରାସ ପାଇ ୮୯୮୧.୪୫ ସ୍ତରରେ ବନ୍ଦ ହୋଇଛି ।

ଆଜି ବଡ ବଡ କମ୍ପାନୀର ସେୟାର କଥା ଆଲୋଚନା କଲେ ଇନଫ୍ରାଟେଲ୍, ଡାକ୍ତର ରେଡ୍ଡି, ବ୍ରିଟାନିଆ, ଭାରତୀ ଏୟାରଟେଲ, ହିରୋ ମୋଟରକପ, ରିଲିଆନ୍ସ, ସିପ୍ଲା ଭଲ କାରବାର କରିଥିଲେ । କିନ୍ତୁ ଆଇସିଆଇସିଆଇ, ଇଣ୍ଡସିଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସ, ହିଣ୍ଡଲକୋ, ଜୀ ଲିମିଟେଡ, ଟାଟା ମୋଟର୍ସ, ଏକ୍ସିସ ବ୍ୟାଙ୍କ, ଓଏନଜିସି, ଟାଟା ଷ୍ଟିଲ ଆଦି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ।

ସେହିପରି ସିକ୍ୟୋରିୟଲ ଇଣ୍ଡେକ୍ସ ଉପରେ ନଜର ପକାଇଲେ ଆଜି ଫାର୍ମା ବ୍ୟତୀତ ଅନ୍ୟ ସମସ୍ତ ସେକ୍ଟର୍ସ ଭାଲ କାରବାର କରିପାରି ନଥିଲେ । ଏଥିରେ ରିୟଲ୍ଟି,ଆଇଟି, ପିଏସୟୁ ବ୍ୟାଙ୍କ, ଏଫଏମସିଜି, ମିଡିଆ, ମେଟାଲ, ଆଟୋ ଓ ବ୍ୟାଙ୍କ ଆଦି ସାମିଲ ଅଛନ୍ତି ।

ଏପରି ରହିଥିଲା ଆଜି ବଜାରର ମାହୋଲ

ଆଜି ସେୟାର ବଜାର ହ୍ରାସ ସହ ଖୋଲିଥିଲା । ସେନସେକ୍ସ ଆରମ୍ଭରୁ ୮୮୭.୭୦ ଅଙ୍କ ହ୍ରାସ ପାଇ ୩୦୭୬୦.୩୦ ସ୍ତରରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ୨୫୧.୧୦ ଅଙ୍କ ହ୍ରାସ ପାଇ ୯୦୧୦.୭୫ ସ୍ତରରେ ପହଁଚିଥିଲା । ଏହାପରେ ଦ୍ୱିପ୍ରହରରେ ସେନସେକ୍ସ ୧୦୩୪.୦୭ ଅଙ୍କ ହ୍ରାସ ପାଇଥିଲା । ନିଫ୍ଟି ମଧ୍ୟ ୩୦୫.୮୫ ଅଙ୍କ ହ୍ରାସ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.